ETV Bharat / bharat

MP Assembly polls: 87% BJP ପ୍ରାର୍ଥୀ କୋଟିପତି, 53% କଂଗ୍ରେସ ପ୍ରାର୍ଥଙ୍କ ନାମରେ ଅପରାଧିକ ମାମଲା

author img

By ETV Bharat Odisha Team

Published : Nov 9, 2023, 9:25 PM IST

ମଧ୍ୟ ପ୍ରଦେଶ ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ସମ୍ପର୍କରେ ତଥ୍ୟ ପ୍ରକାଶ କଲା ଏଡିଆର । 87% BJP ପ୍ରାର୍ଥୀ କୋଟିପତି, 53% କଂଗ୍ରେସ ପ୍ରାର୍ଥଙ୍କ ନାମରେ ଅପରାଧିକ ମାମଲା । ଅଧିକ ପଢନ୍ତୁ

MP Assembly polls: 87% BJP ପ୍ରାର୍ଥୀ କୋଟିପତି, 53% କଂଗ୍ରେସ ପ୍ରାର୍ଥଙ୍କ ନାମରେ ଅପରାଧିକ ମାମଲା
MP Assembly polls: 87% BJP ପ୍ରାର୍ଥୀ କୋଟିପତି, 53% କଂଗ୍ରେସ ପ୍ରାର୍ଥଙ୍କ ନାମରେ ଅପରାଧିକ ମାମଲା

ଭୋପାଳ: ମଧ୍ୟ ପ୍ରଦେଶ ନିର୍ବାଚନ ପୂର୍ବରୁ ଏଡିଆର ରିପୋର୍ଟ ପ୍ରକାଶ ପାଇଛି । ମୋଟ 200 ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶରେ ବିଭିନ୍ନ ଦଳରୁ ନାମାଙ୍କନ ଭରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ପ୍ରାୟ ହାରାହାରି 80 ପ୍ରତିଶତରୁ ଅଧିକ କୋଟିପତି ରହିଛନ୍ତି । ଏହି ତାଲିକାରେ ଦଳଓ୍ବାରୀ ଆଗରେ ରହିଛି ଶାସକ ବିଜେପି । ବିଜେପିର ମୋଟ 200 ନାମାଙ୍କନ ଭରିଥିବା ପ୍ରାର୍ଥୀ କୋଟିପତି ତାଲିକାରେ ରହିଛନ୍ତି । ଯାହାକି 87 ପ୍ରତିଶତ ସହ ଦଳଗତ ଭାବେ ସର୍ବାଧିକ । ସେହିପରି ମୁଖ୍ୟ ବିରୋଧୀ ଦଳ କଂଗ୍ରେସର 196 ଜଣ ବା 85 ପ୍ରତିଶତ ପ୍ରାର୍ଥୀ କୋଟିପତି ରହିଛନ୍ତି । 181 ପ୍ରାର୍ଥୀ ଦେଇଥିବା ବହୁଜନ ସମାଜବାଦୀ ପାର୍ଟିର ମୋଟ 54 ପ୍ରାର୍ଥୀ କୋଟିପତି । ଯାହା 30 ପ୍ରତିଶତ ରହିଛି ।

ସେହିପରି ସ୍ବାଧୀନ ଭାବେ 200 ଆସନ ପାଇଁ ମୋଟ 1,167 ପ୍ରାର୍ଥୀ ମୈଦାନରେ ଥିବା ବେଳେ ସେମାନଙ୍କ ମଧ୍ୟରେ 149 ଜଣ ଅର୍ଥାତ 13 ପ୍ରତିଶତ କୋଟିପତି ତାଲିକାରେ ରହିଛନ୍ତି । ବ୍ୟକ୍ତିଗତ ତାଲିକାରେ ସର୍ବାଧିକ କୋଟିପତି ଭାବେ ବିଜେପିର ଦୁଇ ପ୍ରାର୍ଥୀ ଓ ତୃତୀୟ ପ୍ରାର୍ଥୀ କଂଗ୍ରେସରୁ ରହିଛନ୍ତି । ବିଜେପି ପ୍ରାର୍ଥୀ ଚୈତନ୍ୟ କଶ୍ୟପ ସର୍ବାଧିକ 296 କୋଟି ଟଙ୍କାର ସମ୍ପତ୍ତି ଥିବା ନିର୍ବାଚନୀ ନାମାଙ୍କନରେ ଦର୍ଶାଇଛନ୍ତି । 242 କୋଟି ସମ୍ପତ୍ତି ସହ ବିଜେପି ପ୍ରାର୍ଥୀ ସତ୍ୟେନ୍ଦ୍ର ପାଠକ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ 217 କୋଟି ଟଙ୍କା ସହ କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଶୁକ୍ଳା ରହିଛନ୍ତି । ପ୍ରାର୍ଥୀମାନେ ନିଜ ନାମାଙ୍କନ ସତ୍ୟପାଠରେ ଦର୍ଶାଇଥିବା ତଥ୍ୟ ବିଶ୍ଳେଷଣରୁ ଏହି ସୂଚନା ସ୍ପଷ୍ଟ କରିଛି ଏଡିଆର ।

ଏହା ମଧ୍ୟ ପଢନ୍ତୁ :-Winter Session of Parliament: ଡିସେମ୍ବର 4ରୁ ଆରମ୍ଭ, ରହିବ 19ଟି କାର୍ଯ୍ୟଦିବସ

ସେହିପରି କଂଗ୍ରେସର ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ 53% ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ବିଜେପିର 65 ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ସେହିପରି ଆମ ଆଦମୀ ପାର୍ଟି 66ର ପ୍ରାର୍ଥୀଙ୍କ ମଧ୍ୟରୁ 26, ବହୁଜନ ସମାଜବାଦୀ ପାର୍ଟିର 22 ପ୍ରାର୍ଥୀ, 1167 ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ 134 ଜଣ ପ୍ରାର୍ଥୀ ବା 11 ପ୍ରତିଶତଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ଏଡିଆର ତଥ୍ୟ କହୁଛି । ମୋଟ 230 ଆସନ ପାଇଁ ବିଭିନ୍ନ ଦଳ ଓ ସ୍ବାଧୀନ ଭାବେ ମୋଟ 2,534 ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେମାନଙ୍କ ମଧ୍ୟରେ ମହିଳାଙ୍କ ପ୍ରତିଦ୍ବନ୍ଦ୍ବିତା ଅନୁପାତ ହାର ମଧ୍ୟ କମ ରହିଛି । ମାତ୍ର 10 ପ୍ରତିଶତ ମହିଳା ଚଳିତ ଥର ନିର୍ବାଚନ ଲଢୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.