ETV Bharat / bharat

ମହାରାଷ୍ଟ୍ରରେ ଏନକାଉଣ୍ଟର; ୨୬ ନକ୍ସଲ ନିହତ, 4 ଯବାନ ଆହତ

author img

By

Published : Nov 13, 2021, 5:20 PM IST

Updated : Nov 13, 2021, 8:09 PM IST

ମହାରାଷ୍ଟ୍ର ଗଡଚିରୋଲିରେ ସୁରକ୍ଷାବଳ-ନକ୍ସଲ ଗୁଳି ବିନିମୟ । ୨୬ ନକ୍ସଲ ନିହତ, ଅନେକ ଆହତ ନେଇ ସୂଚନା । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ସୁରକ୍ଷାବଳ-ନକ୍ସଲ ଗୁଳି ବିନିମୟ, ୨୬ ନକ୍ସଲ ନିହତ
ମହାରାଷ୍ଟ୍ରରେ ସୁରକ୍ଷାବଳ-ନକ୍ସଲ ଗୁଳି ବିନିମୟ, ୨୬ ନକ୍ସଲ ନିହତ

ମୁମ୍ବାଇ: ମହାରାଷ୍ଟ୍ରରେ ନକ୍ସଲ ବିରୋଧି ଅଭିଯାନରେ ସୁରକ୍ଷାବଳକୁ ବଡ ସଫଳତା । ଗଡଚିରୋଲି ଜିଲ୍ଲାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ 26ରୁ ଅଧିକ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଏଥିରେ 4 ଯବାନ ଆହତ ହୋଇଛନ୍ତି ।

ମହାରାଷ୍ଟ୍ରରେ ସୁରକ୍ଷାବଳ-ନକ୍ସଲ ଗୁଳି ବିନିମୟ ,୫ ନକ୍ସଲ ନିହତ
ମହାରାଷ୍ଟ୍ରରେ ସୁରକ୍ଷାବଳ-ନକ୍ସଲ ଗୁଳି ବିନିମୟ ,୫ ନକ୍ସଲ ନିହତ

ମିଳିଥିବା ସୂଚନା ଅନୁସାରେ, ଗଡଚିରୋଲି ଜିଲ୍ଲାର ଧାନୋରା ତାଲୁକା ଅନ୍ତର୍ଗତ ଜିଆରପାଟୀ କୋଟଗୁଲ ଜଙ୍ଗଲରେ ମହାରାଷ୍ଟ୍ର ପୋଲିସର C-60 ୟୁନିଟ୍ ସହିତ ନକ୍ସଲଙ୍କ ଗୁଳି ବିନିମୟ ହୋଇଥିଲା । ଏଥିରେ ୨୬ ନକ୍ସଲ ନିହତ ହୋଇଛନ୍ତି । ପ୍ରାଣ ହରାଇଥିବା ତାଲିକାରେ ଲାଲ ବାହିନୀର ଜଣେ ବଡ କମାଣ୍ଡର ମଧ୍ୟ ରହିଥିବା ପୋଲିସ କହିଛି ।

ମହାରାଷ୍ଟ୍ରରେ ସୁରକ୍ଷାବଳ-ନକ୍ସଲ ଗୁଳି ବିନିମୟ ,୫ ନକ୍ସଲ ନିହତ
ମହାରାଷ୍ଟ୍ରରେ ସୁରକ୍ଷାବଳ-ନକ୍ସଲ ଗୁଳି ବିନିମୟ ,୫ ନକ୍ସଲ ନିହତ

ମହାରାଷ୍ଟ୍ର-ଛତିଶଗଡ ସୀମାନ୍ତ ଦକ୍ଷିଣ ଗଡଚିରୋଲିର ଜିଆରପାଟୀ କୋଟଗୁଲ ଜଙ୍ଗଲରେ କୁଂମ୍ବି ଅପରେସନ କରୁଥିବାବେଳେ ସି-60 ଯବାନ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଉଭୟ ପାର୍ଶ୍ୱରୁ କେଇ ଘଣ୍ଚା ଧରି ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏହି କୁମ୍ବିଂ ଅପରେସନରେ C-60 ଯବାନଙ୍କ 10 ଟି ପାର୍ଟି ସାମିଲ ହୋଇଥିଲେ । ପ୍ରବଳ ଗୁଳି ବିନିମୟ ସୂଚନା ମିଳିବା ପରେ ଯବାନଙ୍କୁ ସହାୟତା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ହେଲିକପ୍ଟର ପଠାଯାଇଥିଲା । ଏପର୍ଯ୍ୟନ୍ତ ନକ୍ସଲମାନଙ୍କ 26ଟି ମୃତଦେହ ମିଳିଛି ଏବଂ ସର୍ଚ୍ଚ ଅପରେସନ ଚାଲିଛି । ସେହିପରି ଘଟଣାରେ କିଛି ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 13, 2021, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.