ETV Bharat / bharat

ଇନଷ୍ଟାଗ୍ରାମ ସାଙ୍ଗ ପାଇଁ ଘର ଛାଡିଲେ ୧୩ ବର୍ଷୀୟା ନାବାଳିକା

author img

By

Published : Jul 12, 2022, 8:37 PM IST

Updated : Jul 12, 2022, 9:12 PM IST

ଇନଷ୍ଟାଗ୍ରାମରେ ଗଢି ଉଠିଲା ବନ୍ଧୁତା । ୨୦ ଦିନର ଇନଷ୍ଟାଗ୍ରାମ ସାଙ୍ଗକୁ ଦେଖା କରିବାକୁ ଲୁଚି ପଳାଇଲେ ନାବାଳିକା । ଅଧିକ ପଢନ୍ତୁ

ଇନଷ୍ଟାଗ୍ରାମ ସାଙ୍ଗ ପାଇଁ ଘର ଛାଡିଲେ ୧୩ ବର୍ଷୀୟା ନାବାଳିକା
ଇନଷ୍ଟାଗ୍ରାମ ସାଙ୍ଗ ପାଇଁ ଘର ଛାଡିଲେ ୧୩ ବର୍ଷୀୟା ନାବାଳିକା

ଜୟପୁର: ସୋସିଆଲ ମିଡିଆରେ ମାତ୍ର ୨୦ ଦିନର ବନ୍ଧୁତା । କିନ୍ତୁ କେଇ ଦିନର ଏହି ଇନଷ୍ଟାଗ୍ରାମ ବନ୍ଧୁ ପାଇଁ ଘର ପରିବାର ଛାଡି ଦେଲେ ୧୩ ବର୍ଷୀୟା ନାବାଳିକା । ସମସ୍ତଙ୍କ ଠାରୁ ଲୁଚି ବନ୍ଧୁକୁ ଦେଖା କରିବାକୁ ଚାଲିଗଲେ । ଶେଷରେ ଝିଅକୁ ଖୋଜି ନ ପାଇବା ପରେ ଥାନାର ଦ୍ବାରସ୍ଥ ହେଲେ ପରିବାର ଲୋକେ । ସମସ୍ତଙ୍କୁ ହତବାକ୍ କଲାଭଳି ଏହି ଘଟଣା ଘଟିଛି ରାଜସ୍ଥାନ ଜୟପୁରରେ ।

ସୂଚନା ଅନୁଯାୟୀ, ନାବାଳିକା ଜଣକ ଅଷ୍ଟମ ଶ୍ରେଣୀରେ ପଢନ୍ତି । ଇନଷ୍ଟାଗ୍ରାମରେ ଜଣେ ଯୁବକଙ୍କ ସହ ତାଙ୍କର ବନ୍ଧୁତା ଗଢି ଉଠିଥିଲା । ମାତ୍ର ୨୦ ଦିନ ଦୁହେଁ ପରସ୍ପର ସହ ଚାଟିଂ କରିଥିଲେ । ଝିଅଟି ଅଧିକ ସମୟ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବାରୁ ପରିବାର ଲୋକେ ତାଙ୍କୁ ଗାଳି ଦେଇଥିଲେ । ଏଥିରେ ରାଗି ଯାଇ ଗତ ୧୦ ତାରିଖ ଦିନ ଝିଅଟି ଘରେ କାହାରିକୁ ନ ଜଣାଇ ନିଜ ଇନଷ୍ଟା ବନ୍ଧୁଙ୍କୁ ଦେଖା କରିବାକୁ ଚାଲି ଯାଇଥିଲେ । ବଡ କଥା ହେଉଛି, ଝିଅଟି ପାଖରେ ଇନଷ୍ଟାଗ୍ରାମ ବନ୍ଧୁର ନମ୍ବର କିମ୍ବା ଘର ଠିକଣା ନଥିଲା । ତେଣୁ ନାବାଳିକାକୁ ଖୋଜିବାରେ ପୋଲିସକୁ ସମସ୍ୟା ହୋଇଥିଲା । ପରିବାର ଲୋକଙ୍କୁ ପଚରାଉଚରା ପରେ ଝିଅଟି ସାଙ୍ଗରେ ନିଜ ଜେଜେମାଆଙ୍କ ଫୋନ ନେଇଯାଇଥିବାର ଜଣାପଡିଥିଲା । ଫଳରେ କଲ୍ ଟ୍ରେସିଂରୁ ସେ ଆଜମେରରେ ଥିବା ସୂଚନା ମିଳିଥିଲା ।

ଏହାପରେ ଆଜମେର ପୋଲିସର ସହାୟତାରେ ଝିଅଟିକୁ ଖୋଜାଖୋଜି କରାଯାଇଥିଲା । ଶେଷରେ ଝିଅଟି ଏକ ବସ୍‌ରେ କାନ୍ଦୁଥିବା ଅବସ୍ଥାରେ ମିଳିଥିଲେ । ସୋମବାର ଦିନ ପୋଲିସ ସୁରକ୍ଷିତ ଭାବେ ନାବାଳିକାକୁ ତାଙ୍କ ପରିବାର ନିକଟରେ ଛାଡିଛି । ତେବେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଏପରି ଅଜବ କାଣ୍ଡ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

Last Updated : Jul 12, 2022, 9:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.