ETV Bharat / bharat

ମହାରାଷ୍ଟ୍ର କଂଗ୍ରେସକୁ ବଡ଼ ଝଟକା, ହାତ ଛାଡିଲେ ମିଲିନ୍ଦ ଦେଓରା

author img

By ETV Bharat Odisha Team

Published : Jan 14, 2024, 10:09 AM IST

Milind Deora quits Congress: କଂଗ୍ରେସରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା । ସିନ୍ଦେ ଦଳର ଶିବସେନାରେ ସାମିଲ ହେବା ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

କଂଗ୍ରେସରୁ ମିଲିନ୍ଦ ଦେଓରା ଇସ୍ତଫା
Milind Deora

ମୁମ୍ବାଇ: ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସକୁ ବଡ଼ ଝଟକା । ହାତ ଛାଡିଲେ କଂଗ୍ରେସ ନେତା ତଥା ପୂର୍ବତନ ଲୋକସଭା ସାଂସଦ ମିଲିନ୍ଦ ଦେଓରା । ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ଦେଓରା । କଂଗ୍ରେସ ସହ ତାଙ୍କର ଦୀର୍ଘ 55 ବର୍ଷର ସମ୍ପର୍କ ଶେଷ ହୋଇଥିବା ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଦଳ ଛାଡିବା ପରେ ସେ ସମସ୍ତ ନେତା ଓ ସହକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି । କଂଗ୍ରେସ ଛାଡିବା ପରେ ମିଲିନ୍ଦ ଦେଓରା ସିନ୍ଦେ ଦଳର ଶିବସେନାରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ- କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ

ଏକ୍ସରେ ଟ୍ବିଟ୍ କରି ମିଲିନ୍ଦ ଦେଓରା କହିଛନ୍ତି ଯେ, ଆଜି ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟର ସମାପ୍ତି ହୋଇଛି । ମୁଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛି । କଂଗ୍ରେସ ସହ ମୋ ପରିବାରର 55 ବର୍ଷର ସମ୍ପର୍କ ଶେଷ ହୋଇଛି । ବର୍ଷ ବର୍ଷ ଧରି ମୋତେ ଦଳ ସମର୍ଥନ କରିଥିବାରୁ ସମସ୍ତ ନେତା, ସହକର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ମୁଁ କୃତଜ୍ଞତା ଜଣାଉଛି ।

ଏହା ମଧ୍ୟ ପଢନ୍ତୁ- YSR କଂଗ୍ରେସ ଛାଡିଲେ ରାୟୁଡୁ, କିଛି ଦିନ ତଳେ ରାଜନୀତିରେ କରିଥିଲେ ଏଣ୍ଟ୍ରି

ଏହା ମଧ୍ୟ ପଢନ୍ତୁ- ଗୁଜୁରାଟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ମୋହନ ସିଂ ରାଠୱା

କିଛି ଦିନ ପୂର୍ବେ ମିଲିନ୍ଦ ଦେଓରା କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଥିଲା ଓ ସେ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ସାମିଲ ହେବା ମଧ୍ୟ ଶୁଣିବାକୁ ମିଳୁଥିଲା । କିନ୍ତୁ ଗଣମାଧ୍ୟମ ପ୍ରଶ୍ନରେ ସେ ଏହାକୁ ଖଣ୍ଡନ କରିଥିଲେ । କଂଗ୍ରେସର ବରିଷ୍ଠ ନେତା ମୁରଲି ଦେଓରାଙ୍କ ପୁଅ ହେଉଛନ୍ତି ମିଲିନ୍ଦ ଦେଓରା । 2004 ଏବଂ 2009 ଲୋକସଭା ନିର୍ବାଚନରେ ସେ ମୁମ୍ବାଇ ଦକ୍ଷିଣ ଆସନରୁ ଲଢି ବିଜୟୀ ହୋଇଥିଲେ । କଂଗ୍ରେସ ଶାସନ ସମୟରେ ସେ 2012ରୁ 2014 ପର୍ଯ୍ୟନ୍ତ ଯୋଗାଯୋଗ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ମୁମ୍ବାଇ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ମଧ୍ୟ ଥିଲେ ମିଲିନ୍ଦ ଦେଓରା । 2014 ଏବଂ 2019 ନିର୍ବାଚନରେ ସେ ନିକଟତମ ପ୍ରତିଦ୍ବନ୍ଦୀ ଶିବସେନା (ଅବିଭକ୍ତ) ନେତା ଅରବିନ୍ଦ ସାୱନ୍ତଙ୍କ ଠାରୁ ପରାସ୍ତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.