ETV Bharat / bharat

Migrant Workers Clash With Police Incident: ୨୪ ପ୍ରବାସୀ ଶ୍ରମିକ ଗିରଫ

author img

By

Published : Dec 27, 2021, 10:20 AM IST

କେରଳ କୋଚିର କିଜାକକମ୍ବଲାମରେ ପ୍ରବାସୀ ଶ୍ରମିକମାନେ ପୋଲିସ ଉପରକୁ ଆକ୍ରମଣ (migrant workers attack policemen) କରିବା ଓ ପୋଲିସ ଜିପ୍ ଜାଳିଦେବା ଘଟଣା । ମୋଟ ୨୪ ଶ୍ରମିକଙ୍କୁ ଘଟଣାରେ (24 migrant workers arrest) ସଂପୃକ୍ତି ଥିବା ନେଇ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ପୋଲିସ ଉପରକୁ ଶ୍ରମିକଙ୍କ ଆକ୍ରମଣ ଘଟଣା
ପୋଲିସ ଉପରକୁ ଶ୍ରମିକଙ୍କ ଆକ୍ରମଣ ଘଟଣା

ଥିରୁଅନନ୍ତପୁରମ: କେରଳ କୋଚିର କିଜାକକମ୍ବଲାମରେ ପ୍ରବାସୀ ଶ୍ରମିକମାନେ ପୋଲିସ ଉପରକୁ ଆକ୍ରମଣ (migrant workers attack policemen) କରିବା ଓ ପୋଲିସ ଜିପ୍ ଜାଳିଦେବା ଘଟଣା । ଘଟଣାରେ ଦୁଇଟି ମାମଲା ରୁଜ୍ଜୁ ହୋଇଛି । ମୋଟ ୨୪ ଶ୍ରମିକଙ୍କୁ ଘଟଣାରେ (24 migrant workers arrest) ସଂପୃକ୍ତି ଥିବା ନେଇ ଗିରଫ କରାଯାଇଛି ।

ଗିରଫ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ୧୮ ଜଣଙ୍କୁ ସିଆଇଙ୍କୁ ହତ୍ୟା କରିବା ଉଦ୍ୟମରେ ଗିରଫ କରାଯାଇଥିବା ବେଳେ ୬ଜଣଙ୍କୁ ପୋଲିସ ଜିପ୍ ଜାଳି ଦେବା ନେଇ ଗିରଫ କରାଯାଇଛି । ଘଟଣାରେ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ଅନୁମାନ କରାଯାଉଛି । ଅଧିକ ଲୋକ ଗିରଫ ହୋଇପାରନ୍ତି । ଘଟଣାରେ ୧୫୬ରୁ ଅଧିକଙ୍କୁ ପୋଲିସ ହେପାଜତକୁ ନିଆଯାଇଥିଲା ।

ପ୍ରକାଶ ଥାଉ କି, ଶନିବାର ମଧ୍ୟରାତ୍ରୀରେ ବଡଦିନ ଉତ୍ସବ ସମୟରେ କିଜାକକମ୍ବଲାମରେ ଏକ ଶ୍ରମିକ ଶିବିରରେ ପହଞ୍ଚିଥିବା ପୋଲିସ ଦଳ ଉପରେ ଆକ୍ରମଣ କରିଥିଲେ ପ୍ରବାସୀ ଶ୍ରମିକ । ପୋଲିସ କହିବା ଅନୁସାରେ କିଟେକ୍ସ କମ୍ପାନୀରେ ଏହି ଶ୍ରମିକମାନେ କାର୍ଯ୍ୟ କରନ୍ତି । କମ୍ପାନୀ ଶ୍ରମିକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ସ୍ଥିତି ନୟନ୍ତ୍ରଣ ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପାଖାପାଖି ୩୦୦ ପ୍ରବାସୀ ଶ୍ରମିକ ପୋଲିସ ଉପରେ ଆକ୍ରମଣ କରିଥିଲେ ।

ଏହା ବି ପଢନ୍ତୁ:ପୋଲିସଙ୍କ ଉପରକୁ ଶ୍ରମିକଙ୍କ ଆକ୍ରମଣ, ଜାଳିଦେଲେ ପୋଲିସ ଜିପ୍

କମ୍ପାନୀ ଶ୍ରମିକମାନେ ପୋଲିସଙ୍କୁ ମାରିବା ସହିତ ପଥର ଫିଙ୍ଗିଥିଲେ । ପୋଲିସଙ୍କ ଦୁଇଟି ଜିପ ମଧ୍ୟ ଜାଳି ଦେଇଛନ୍ତି ଶ୍ରମିକ । ଜିପର ଚିହ୍ନବର୍ଣ୍ଣ ମିଳୁନାହିଁ । ଏହି ଘଟଣା ପରେ କିଜାକକମ୍ବଲାମରେ ଏକ ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.