ETV Bharat / bharat

ମେଲୋନୀଙ୍କୁ ମୋଦିଙ୍କ ରିପ୍ଲାଏ:‘ ବନ୍ଧୁଙ୍କୁ ଭେଟିବା ସବୁବେଳେ ଖୁସି ଦିଏ’

author img

By ETV Bharat Odisha Team

Published : Dec 2, 2023, 4:38 PM IST

ଚର୍ଚ୍ଚାରେ ମୋଦି-ମେଲୋନୀ ଟ୍ବିଟ୍‌ ଓ ରିଟ୍ବିଟ୍‌ । ମେଲୋନୀଙ୍କୁ ମୋଦିଙ୍କ ରିପ୍ଲାଏ । କହିଲେ ବନ୍ଧୁଙ୍କୁ ଭେଟିବା ସବୁବେଳେ ଖୁସି ଦିଏ । ଅଧିକ ପଢନ୍ତୁ

ମେଲୋନୀଙ୍କୁ ମୋଦିଙ୍କ ରିପ୍ଲାଇ:‘ ବନ୍ଧୁଙ୍କୁ ଭେଟିବା ସବୁବେଳେ ଖୁସି ଦିଏ’

ହାଇଦ୍ରାବାଦ: ୟୁଏଇରେ ଆୟୋଜିତ ବିଶ୍ବ ଜଳବାୟୁ ସମ୍ମିଳନୀ (COP28) ରେ ଅଂଶଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ରିଆ ମେଲୋନୀଙ୍କ ସାକ୍ଷାତ ଓ ସେଲ୍ଫି ଏବେ ଚର୍ଚ୍ଚାରେ ରହିଛି । ମୋଦିଙ୍କ ସହ ବେଶ ଉତ୍ସୁକତାର ସହ ସେଲ୍ଫି ନେଇଥିଲେ ମେଲୋନୀ । ‘COP28 ଭଲବନ୍ଧୁ’ କ୍ୟାପସନ ସହ ମେଲୋନୀ ଏହି ସେଲ୍ଫିକୁ ଟ୍ବିଟ୍‌ ମଧ୍ୟ କରିଥିଲେ । ଏହା ସହ ସେ ହ୍ୟାସଟ୍ୟାଗ ‘ମେଲୋଦି’ ବୋଲି ମଧ୍ୟ ଲେଖିଥିଲେ । ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଥମିନଥି ବାଳେ ବନ୍ଧୁ ମେଲୋନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ରିପ୍ଲାଏ ମଧ୍ୟ ଦେଇଛନ୍ତି । ମେଲୋନୀଙ୍କ ଟ୍ବିଟକୁ ରିଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ମୋଦି କ୍ୟାପସନରେ ଲେଖିଛନ୍ତି, ‘ବନ୍ଧୁଙ୍କୁ ଭେଟିବା ସବୁବେଳେ ଖୁସି ଦିଏ’ ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ମୋଦିଙ୍କ ସହ ସେଲ୍ଫି ନେଇଥିଲେ ମେଲୋନୀ । ଉଭୟ ସ୍ମିତହାସ ପୋଜରେ ସେଲ୍ଫି ନେଇଥିଲେ । ଏହା ପରେ ଏହାକୁ ମୋଲୋନି ଟ୍ବିଟ୍‌ କରିଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କ ମଧ୍ଯରେ ବେଶ ଉତ୍ସାହ ଦେଖାଯାଇଥିଲା । କେବଳ ସୋସିଆଲ ମିଡିଆ ନୁହେଁ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ମେଲୋନୀ ଦିଲ୍ଲୀ ଆସିଥିଲେ । ସେତେବେଳେ ମଧ୍ୟ ଉଭୟଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଦେଖିବାକୁ ମିଳିଥିଲା । ମୋଦିଙ୍କ ଜନ୍ମଦିନରେ ମେଲୋନୀଙ୍କ ଶୁଭେଚ୍ଛା ଟ୍ବିଟ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲା ।

ଦୁବାଇ ଦ୍ବାରା ଆୟୋଜିତ ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ରାଷ୍ଟ୍ରମୁଖ୍ୟ ଅଂଶଗ୍ରହଣ କରିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ୟୁଏଇ ଉପପ୍ରଧାନମନ୍ତ୍ରୀ ସ୍ବାଗତ କରିଥିଲେ । ପ୍ରବାସୀ ଭାରତୀୟମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-ମୋଦିଙ୍କ ସହ ସେଲ୍ଫି ନେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି, ସେୟାର କରି ଲେଖିଲେ ଏମିତି

ତେବେ ଏହି କାର୍ଯ୍ୟକ୍ରମ ଚଳିତ ମାସ 12 ତାରିଖ ଯାଏ ଜାରି ରହିବ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଛନ୍ତି । ବିଶେଷ ଭାବେ ଗ୍ଲୋବାଲ ଓ୍ବାର୍ମିଂ, ପ୍ରଦୂଷଣ ଓ ପ୍ରାକୃତିକ ବିପର୍ଯ୍ୟୟ ପରି ସମସ୍ୟା ପ୍ରାୟତଃ ଏହି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭାବେ ଏବେ ଆହ୍ବାନ ସୃଷ୍ଟି କରିଛି । ବର୍ତ୍ତମାନ ସମୟରେ ଏହାର ନିରାକରଣ ଦିଗରେ ଏକାଧିକ ବିନ୍ଦୁ ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଛି । ଅନ୍ୟପଟେ ଭାରତ ଅଧ୍ୟକ୍ଷତାର ଆୟୋଜିତ ଜି-20 ସମ୍ମିଳନୀରେ ମଧ୍ୟ ବିଶ୍ବ ଜଳବାୟୁ ପରିବର୍ତ୍ତନ ଏହାର ସମସ୍ୟା ସମ୍ପର୍କିତ ପ୍ରସଙ୍ଗକୁ ଆଲୋଚନାର ମୁଖ୍ୟସ୍ରୋତକୁ ଅଣାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.