ETV Bharat / bharat

ମୋଦିଙ୍କ ସହ ସେଲ୍ଫି ନେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି, ସେୟାର କରି ଲେଖିଲେ ଏମିତି

author img

By ETV Bharat Odisha Team

Published : Dec 2, 2023, 9:43 AM IST

COP28 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେଲ୍ଫି ନେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି । ସେୟାର କରି ଲେଖିଲେ ଏମିତି ।

ମୋଦି ମେଲୋନି ସାକ୍ଷାତକାର
ମୋଦି ମେଲୋନି ସାକ୍ଷାତକାର

ହାଇଦ୍ରାବାଦ: ୟୁଏଇରେ ବିଶ୍ବ ଜଳବାୟୁ ଶିଖର ସମ୍ମିଳନୀ (COP28) ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀ ପାଇଁ ସାରା ବିଶ୍ବର ବଡ ବଡ ନେତାମାନେ ଦୁବାଇ ପହଞ୍ଚିଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁବାଇ ଯାଇଥିଲେ, ଯେଉଁଠି ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ମୋଦି ଏବଂ ମେଲୋନି ମିଶି ସେଲ୍ଫି ନେଇଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଫଟୋରେ ଇଟାଲି ପ୍ରଧାନମନ୍ତ୍ରୀ ମେଲୋନିଙ୍କ ସହ ମୋଦିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ୟୁଜର୍ସମାନେ ଏଥିରେ ଲାଇକ୍ ବର୍ଷା କରୁଛନ୍ତି ।

ସିଓପି୨୮ ସମ୍ମିଳନୀ ମଧ୍ୟରେ ମେଲୋନି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେଲ୍ଫି ଉଠାଇଥିଲେ । ପ୍ରଧାନମନ୍ତ୍ରୀ ମେଲୋନି ନିଜ ସୋସିଆଲ ମିଡିଆରେ ଏହି ସେଲ୍ଫିକୁ ପୋଷ୍ଟ କରି କ୍ୟାପସନ୍ ଲେଖିଛନ୍ତି, ''COP28ରେ ଭଲ ବନ୍ଧୁ...#Melodi '' । ଅର୍ଥାତ୍ ମେଲୋନି ମୋଦିଙ୍କୁ ନିଜର ଭଲ ବନ୍ଧୁ ବୋଲି କହି # ମେଲୋଡି ବୋଲି ଲେଖିଛନ୍ତି । ଫଟୋରେ ଦୁହେଁ ହସୁଥିବାର ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ ସିଓପି୨୮ ସମ୍ମିଳନୀରେ ସାମିଲ ହୋଇଥିବା ବିଶ୍ବ ନେତାଙ୍କ ଫଟୋସୁଟରେ ପିଏମ ମୋଦି ଓ ମେଲୋନି ସାଙ୍ଗ ହୋଇ ହସିବାର ଏବଂ କଥାବାର୍ତ୍ତା ହେବାର ଅନେକ ଫଟୋ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: କପ୍‌୨୮ ପାଇଁ ୟୁଏଇରେ ମୋଦି, COP33 ଭାରତରେ ଆୟୋଜିତ କରିବାକୁ ରଖିଲେ ପ୍ରସ୍ତାବ

ସେପ୍ଟେମ୍ବରରେ ଆୟୋଜିତ ଜି୨୦ ସମ୍ମିଳନୀ ପାଇଁ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦିଲ୍ଲୀ ଆସିଥିବା ବେଳେ ମୋଦିଙ୍କ ସହ ତାଙ୍କର ବନ୍ଧୁତ୍ବ ଚର୍ଚ୍ଚାକୁ ଆସିଥିଲା । ପ୍ରଧାନମନ୍ତ୍ରୀ ମୋଦି ହାତ ମିଳାଇ ତାଙ୍କୁ ସ୍ବାଗତ କରିଥିଲେ । ଉଭୟ ଦେଶର ନେତା ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସମୟରେ ଉଭୟ ଥଟ୍ଟାମଜା ସହ କଥାବାର୍ତ୍ତା ହେବାର ମଧ୍ୟ ନଜର ଆସିଥିଲେ । ପରେ ମୋଦିଙ୍କ ଜନ୍ମଦିନରେ ଇଟାଲୀ ପ୍ରଧାନମନ୍ତ୍ରୀ ଏକ୍ସରେ ଟ୍ବିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ତେବେ ଜଳବାୟୁ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଇଟାଲି ପ୍ରତିପକ୍ଷ ମେଲୋନିଙ୍କ ବ୍ୟତୀତ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ସ୍ବିଜରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟରସନ ପ୍ରମୁଖଙ୍କ ସହ ସାକ୍ଷାତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.