ETV Bharat / international

କପ୍‌୨୮ ପାଇଁ ୟୁଏଇରେ ମୋଦି, COP33 ଭାରତରେ ଆୟୋଜିତ କରିବାକୁ ରଖିଲେ ପ୍ରସ୍ତାବ

author img

By ETV Bharat Odisha Team

Published : Dec 1, 2023, 5:46 PM IST

COP28 summit: ଆସନ୍ତା ୨୦୨୮ରେ ଆୟୋଜିତ ହେବାକୁ ଥିବା କପ୍‌୩୩ ସମ୍ମିଟକୁ ଭାରତରେ ଆୟୋଜିତ କରିବାକୁ ପ୍ରସ୍ତାବ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

India as host of COP33 in 2028
India as host of COP33 in 2028

ଦୁବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇରେ ଆୟୋଜିତ ଜଳବାୟୁ ଶିଖର ସମ୍ମିଳନୀ ବା କପ୍‌୨୮ରେ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ କପ୍‌୩୩କୁ ଭାରତରେ ଆୟୋଜିତ କରିବା ଲାଗି ସେ ପ୍ରସ୍ତାବ ରଖିଛନ୍ତି । ତେବେ ଭାରତ ଇକୋଲୋଜି ଓ ଇକୋନୋମି ମଧ୍ୟରେ ସନ୍ତୁଳନ ରଖି ବିଶ୍ବ ସମ୍ମୁଖରେ ବିକାଶର ଏକ ମଡେଲ ଉପସ୍ଥାପନ କରିଛି । କାରଣ ଭାରତରେ ବିଶ୍ବର ୧୭ ପ୍ରତିଶତ ଜନସଂଖ୍ୟା ରହିଥିବା ବେଳେ ବୈଶ୍ବିକ ଅଙ୍ଗାରକାମ୍ଳ ଉତ୍ପାଦନ କ୍ଷେତ୍ରରେ ଏହାର ଯୋଗଦାନ ମାତ୍ର ୪ ପ୍ରତିଶତ ରହିଛି । ଏଣୁ 'ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ' ଦିଗରେ ସେ ସମସ୍ତଙ୍କ ସହଯୋଗ ଆଶା କରିଥିବା କହିଛନ୍ତି ।

ୟୁଏଇ କ୍ୟାପିଟାଲ ସିଟି ଦୁବାଇରେ ଆୟୋଜିତ କପ୍‌୨୮ରେ ନିଜ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, " ସର୍ବପ୍ରଥମେ ଜଳବାୟୁ ଜଷ୍ଟିସ, ଜଳବାୟୁ ଫାଇନାନ୍ସ ଓ ଗ୍ରୀନ କ୍ରେଟିଡ ଭଳି ପ୍ରସଙ୍ଗରେ ଆପଣଙ୍କ ନିରନ୍ତର ସମର୍ଥନ ଲାଗି ମୁଁ କୃତଜ୍ଞ । ଭାରତ ପରିବେଶ ଓ ଅର୍ଥନୀତି ମଧ୍ୟରେ ଏକ ଉତ୍ତମ ସନ୍ତୁଳନ ବଜାୟ ରଖି ସାରା ବିଶ୍ବ ସମ୍ମୁଖରେ ବିକାଶର ଏକ ମଡେଲ ଉପସ୍ଥାପନ କରିଛି । ଭାରତ ୨୦୩୦ ସୁଦ୍ଧା ବିଷାକ୍ତ ଗ୍ୟାସର ନିର୍ଗମନକୁ ୪୫%କୁ ହ୍ରାସ କରିବା ଓ ନନ୍‌-ଫସିଲ ଇନ୍ଧନର ବ୍ୟବହାରକୁ ୫୦% କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ । ଭାରତ ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ପାଇଁ ଜାତିସଂଘ ଫ୍ରେମୱାର୍କ ପ୍ରତି ପ୍ରତିଶୃତିବଦ୍ଧ । ଏଣୁ COP33 ସମ୍ମିଳନୀକୁ ଭାରତରେ ଆୟୋଜିତ କରିବାକୁ ମୁଁ ପ୍ରସ୍ତାବ ରଖୁଛି ।"

ଏହା ବି ପଢନ୍ତୁ- COP28 ସମ୍ମିଳନୀ ପାଇଁ ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି, ଭବ୍ୟ ସ୍ବାଗତ କଲେ ପ୍ରବାସୀ ଭାରତୀୟ

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଥିଲେ ଯେ ଆମକୁ ସଂକଳ୍ପ ନେବାକୁ ହେବେ ଯେ ଯେପରି ଏନର୍ଜି ଟ୍ରାଞ୍ଜିସନ ହେବ । କିନ୍ତୁ ସେଥିଲାଗି ଆମକୁ ଇନୋଭେଟିବ ହେବାକୁ ପଡ଼ିବ । ଏହାସହିତ ଏଭଳି ନୂଆ ନୂଆ ଟେକ୍ନୋଲୋଜିର ବିକାଶ କରିବା ସହିତ ଅନ୍ୟ ଦେଶକୁ ଏହି ଟେକ୍ନୋଲିଜ ଟ୍ରାନ୍ସଫର କରିବା ଦିଗରେ ମଧ୍ୟ କାର୍ଯ୍ୟ କରିବା ଉଚିତ୍‌ । ଏହାଦ୍ବାରା ଜଳବାୟୁ ଉପରେ ପଡୁଥିବା କୁପ୍ରଭାବକୁ ପୁରା ବିଶ୍ବ ମିଳିମିଶି ହ୍ରାସ କରିବା ଦିଗରେ କାମ କରିପାରିବେ । ତେବେ ବିଶ୍ବର କିଛି ଦେଶ ମଧ୍ୟରୁ ଭାରତ ଏପରି ଏକ ଦେଶ ଯାହାକି ଗ୍ଲୋବାଲ ୱାର୍ମିଂକୁ ୧.୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଆଣିବା ଦିଗରେ କାର୍ଯ୍ୟ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.