ETV Bharat / bharat

Haryana Cabinet Expansion: ସାମିଲ ହେଲେ ୨ ନୂଆ ମନ୍ତ୍ରୀ

author img

By

Published : Dec 28, 2021, 8:07 PM IST

Updated : Dec 29, 2021, 4:01 PM IST

ସମ୍ପ୍ରସାରିତ ହୋଇଛି ହରିୟାଣାର ଖଟ୍ଟର ସରକାରଙ୍କ ମନ୍ତ୍ରୀମଣ୍ଡଳ । ସାମିଲ ହେଲେ ଦୁଇ ନୂଆମନ୍ତ୍ରୀ । ଅଧିକ ପଢନ୍ତୁ

Haryana Cabinet Expansion
Haryana Cabinet Expansion

ଚଣ୍ଡିଗଡ଼: ଆଜି ସମ୍ପ୍ରସାରିତ ହୋଇଛି ହରିୟାଣା ଖଟ୍ଟର ସରକାରଙ୍କ ମନ୍ତ୍ରୀମଣ୍ଡଳ । ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳରେ ଦୁଇ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ବିଜେପିର କମଲ ଗୁପ୍ତା ଏବଂ ଜନନାୟକ ଜନତା ପାର୍ଟି (JJP) ର ଦେବେନ୍ଦ୍ର ସିଂ ବାବଲି ନୂତନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମନୋହର ଲାଲ ଖଟ୍ଟରଙ୍କ ମୁଖ୍ୟମନ୍ତ୍ରୀତ୍ବରେ ଏହା ହେଉଛି ହରିୟାଣା କ୍ୟାବିନେଟର ଦ୍ୱିତୀୟ ସମ୍ପ୍ରସାରଣ । ରାଜ୍ୟପାଳ ବନ୍ଦୃ ଦତ୍ତାତ୍ରେୟ ନୂତନ ମନ୍ତ୍ରୀଙ୍କୁ ଏହି ଶପଥ ପାଠ କରାଇଛନ୍ତି ।

ଏହି ଅବସରରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ମଧ୍ୟ ଉପସ୍ଥିତ ଥିଲେ । ଏହି ସମ୍ପ୍ରସାରଣ ସହିତ ହରିୟାଣା କ୍ୟାବିନେଟର ମୋଟ ମନ୍ତ୍ରୀ ସଂଖ୍ୟା 14 କୁ ବୃଦ୍ଧି ପାଇଛି, ଯାହା ପୂର୍ବାପେକ୍ଷା ରାଜ୍ୟ ପାଇଁ ସର୍ବାଧିକ ମନ୍ତ୍ରୀ ବିଶିଷ୍ଟ କ୍ୟାବିନେଟ । ଏହା ପୂର୍ବରୁ ଗତକାଲି (ସୋମବାର) ଦିନ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ନେଇ ସୂଚନା ଦିଆଯାଇଥିଲ । ଆଜି (ମଙ୍ଗଳବାର) ଅପରାହ୍ନରେ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ସମାରୋହ ହେବା ନେଇ ସ୍ଥିର କରାଯାଇଥିବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ଦୁଇ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।

ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳରେ ବିଜେପିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସମେତ 10 ଜଣ ମନ୍ତ୍ରୀ ଥିବା ବେଳେ JJPରେ ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ସମେତ ୩ ଜଣ ମନ୍ତ୍ରୀ ରହିଛନ୍ତି । ସେହିପରି ସ୍ବାଧୀନ ବିଧାୟକ ରଣଜିତ ସିଂ ଚୈତାଲା ମଧ୍ୟ ମନ୍ତ୍ରୀ ଭାବେ କ୍ୟାବିନେଟରେ ସାମିଲ ହୋଇଛନ୍ତି ।

2019 ହରିୟାଣା ବିଧାନସଭା ନିର୍ବାଚନରେ ​​ବିଜେପି ଏକକ ବୃହତ୍ତମ ଦଳ ଭାବେ ଜନାଦେଶ ପାଇଥିଲା । JJP ସହଯୋଗରେ ବିଜେପି ରାଜ୍ୟରେ ସରକାର ଗଠନ କରିଥିବା ବେଳେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେହିପରି ଉପ ମୁଖ୍ଯମନ୍ତ୍ରୀ ପଦ ସହଯୋଗୀ JJP ଖାତାକୁ ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 29, 2021, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.