ETV Bharat / bharat

Hijab controversy: ହିଜାବ ପିନ୍ଧିବାରୁ ଶ୍ରେଣୀଗୃହକୁ ମିଳିଲାନି ଏଣ୍ଚ୍ରି

author img

By

Published : Jun 3, 2022, 1:11 PM IST

ପୁଣି ମୁଣ୍ଡ ଟେକିଲାଣି ହିଜାବ ବିବାଦ । କର୍ଣ୍ଣାଟକର ମାଙ୍ଗାଲୁରୁ ଭିଭି କଲେଜରେ ୧୬ ଜଣ ଛାତ୍ରୀ ହିଜାବ ପିନ୍ଧି କଲେଜକୁ ଯାଇଥିଲେ । ଅଧିକ ପଢନ୍ତୁ

Hijab controversy
Hijab controversy: ହିଜାବ ପିନ୍ଧିବାରୁ ଶ୍ରେଣୀଗୃହକୁ ମିଳିଲାନି ଏଣ୍ଚ୍ରି

ବେଙ୍ଗାଲୁରୁ: ପୁଣି ମୁଣ୍ଡ ଟେକିଲାଣି ହିଜାବ ବିବାଦ । କର୍ଣ୍ଣାଟକର ମାଙ୍ଗାଲୁରୁ ଭିଭି କଲେଜରେ ୧୬ ଜଣ ଛାତ୍ରୀ ହିଜାବ ପିନ୍ଧି କଲେଜକୁ ଯାଇଥିଲେ । ମାତ୍ର ତାଙ୍କୁ ଶ୍ରେଣୀ ଗୃହକୁ ଏଣ୍ଟ୍ରି ମିଳିନଥିଲା । ଏହା ବ୍ୟତୀତ ହିଜାବ ପ୍ରତିବନ୍ଧକକୁ ଉଲ୍ଲଂଘନ କରିଥିବା ଉପ୍ପିନାଙ୍ଗଡି ସରକାରୀ କଲେଜ ପ୍ରଶାସନ ୬ ଜଣ ଛାତ୍ରଙ୍କୁ ନିଲମ୍ବିତ କରିଛି । ମାଙ୍ଗାଲୋର ବିଶ୍ବବିଦ୍ୟାଳୟ ଅଧୀନରେ ଆସୁଥିବା ହାମ୍ପାନକଟା ମାଙ୍ଗାଲୋର ୟୁନିଭରସିଟି କଲେଜରେ ହିଜାବ ପିନ୍ଧିବାକୁ ମନା କରିବାକୁ ଏକ ସିଣ୍ଡିକେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହା ବିରୋଧରେ ୧୬ ଜଣ ଛାତ୍ର ଶ୍ରେଣୀକୁ ହିଜାବ ପିନ୍ଧି ଆସିବା ଥିଲେ । ଶେଷ ସୋମବାର ଡିସିଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତିକୁ ପାଳନ କରିବା ପାଇଁ କୁହାଯାଇଥିଲା । ଡିସିଙ୍କ ବିବୃତ୍ତି ପରେ ଛାତ୍ରୀମାନେ କଲେଜକୁ ଆସି ନଥିଲେ । ମାତ୍ର ଆଜି ସେମାନେ ହିଜାବ ପିନ୍ଧି କଲେଜକୁ ଆସିଥିଲେ । ମାତ୍ର କଲେଜ ପ୍ରିନ୍ସିପାଲ ଅନୂସୁୟା ରାୟି ସେମାନଙ୍କୁ କଲେଜ ଭିତରକୁ ଅନୁମତି ଦେଇନଥିଲେ । ଏହାପରେ ସେମାନେ କଲେଜ ପାଠାଗାର ନିକଟରେ ବସିଥିଲେ ।

ପ୍ରକାଶ ଥାଉ କି, ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଥିଲେ କୋର୍ଟ । ହିଜାବ ପିନ୍ଧିବା ଜରୁରୀ ନୁହେଁ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେନି ଛାତ୍ରାଛାତ୍ରୀ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଶୁଣାଣି କରି ଏହି ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.