ETV Bharat / bharat

ସିଗାରେଟ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ

author img

By

Published : Nov 12, 2022, 10:03 PM IST

Updated : Nov 12, 2022, 11:00 PM IST

ସିଗାରେଟ ନ ଦେବାରୁ ବନ୍ଧୁ ପାଇଁ ଘାତକ ସାଜିଲା ବନ୍ଧୁ । ଆଉ ମୁଣ୍ଡକୁ ଆଘାତ କରିବା ପରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ମହାରାଷ୍ଟ୍ରର ଥାଣେ ଅଞ୍ଚଳରେ ଘଟିଛି । ଅଧିକ ପଢନ୍ତୁ

ସିଗାରେଟ ନ ଦେବାରୁ ବନ୍ଧୁକୁ ହତ୍ୟା କଲା ନିଶାସକ୍ତ ଯୁବକ
ସିଗାରେଟ ନ ଦେବାରୁ ବନ୍ଧୁକୁ ହତ୍ୟା କଲା ନିଶାସକ୍ତ ଯୁବକ

ମୁମ୍ବାଇ: ନିଶାସକ୍ତ ହୋଇ ବନ୍ଧୁକୁ ହତ୍ୟା କରିବାକୁ ପଛାଇଲାନି ଯୁବକ । ସିଗାରେଟ ନ ଦେବାରୁ ଯୁବକ ଜଣକ ରାଗରେ ଜର୍ଜରିତ ହୋଇ ନିଜ ବନ୍ଧୁକୁ କରିଛି ହତ୍ୟା (Man kills friend for refusing to get cigarettes) । ଏଭଳି ଘଟଣା ମହାରାଷ୍ଟ୍ର ଥାଣେ ଜିଲ୍ଲାର ଡୋମ୍ବିଭିଲି ସହରରେ ଦେଖିବାକୁ ମିଳିଛି । ତେବେ ଏ ନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଘଟଣାରେ ପୋଲିସ ହତ୍ୟାକାରୀ ଯୁବକଙ୍କ ବିରୋଧରେ ଆଇପିସି (IPC) ଧାରା ଅଧୀନରେ ୩୦୨ ମାମଲା ରୁଜୁ କରିଛି । ଏହି ଘଟଣା ଗତ ନଭେମ୍ବର ୪ ତାରିଖରେ ଘଟିଛି । ଏ ନେଇ ରାମନଗର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ନାମ ଜୟେଶ ଯାଦବ (୩୮) ବୋଲି ଜଣାପଡ଼ିଛି । ଜୟେଶ ଅଭିଯୁକ୍ତ ଓ ଅନ୍ୟ ବନ୍ଧୁଙ୍କ ସହିତ ପାର୍ଟି କରୁଥିଲେ । ପାର୍ଟି ସରିବା ପରେ ସେ ଅଭିଯୁକ୍ତ ସହିତ ନିଜ ଘରକୁ ଯାଇଥିଲେ । ଘରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣକ ମୃତକଙ୍କୁ ସିଗାରେଟ ମାଗିଥିଲା । ମାତ୍ର ସେ ଦେବାକୁ ମନା କରିଥିଲେ ।

ଏହା ବି ପଢନ୍ତୁ- ପାରାଦ୍ବୀପ ଜରାଶ୍ରମ ସଭାପତିଙ୍କୁ ନିର୍ମମ ହତ୍ୟା, ଗିରଫ ଭୟରେ ସାର ପିଇଲା ଅଭିଯୁକ୍ତ

ଏହାପରେ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ଜଣକ ମୃତକଙ୍କ ମୁଣ୍ଡକୁ ଆଘାତ କରି ତାଙ୍କୁ ଗୁରୁତର କରିଥିଲା । ଏହାପରେ ଯୁବକ ଜଣକ ଆହତ ଅବସ୍ଥାରେ ଘରକୁ ଫେରିଥିବା ବେଳେ ପରଦିନ ମୃତ୍ୟୁବରଣ କରିଥିଲେ । ପୋଲିସ ପ୍ରଥମେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ମାତ୍ର ବ୍ୟବଚ୍ଛେଦ ପରେ ମୃତକଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିଥିଲା । ମୃତକଙ୍କ ପରିବାର ଏ ନେଇ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Last Updated : Nov 12, 2022, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.