ETV Bharat / bharat

ବିନା ଭିସାରେ ବୁଲନ୍ତୁ ମାଲେସିଆ, ଭାରତୀୟଙ୍କ ପାଇଁ ରହିଛି ଅଫର୍‌

author img

By ETV Bharat Odisha Team

Published : Nov 27, 2023, 4:49 PM IST

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ 30 ଦିନିଆ ଫ୍ରି ଭିସା ଘୋଷଣା କଲେ ମାଲେସିଆ ପ୍ରଧାନମନ୍ତ୍ରୀ । ପୂର୍ବରୁ ଥାଇଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟ ଭାରତ ସମେତ ଏକାଧିକ ଦେଶ ପାଇଁ କରିଛନ୍ତି ଭିସା ଫ୍ରି ଘୋଷଣା । ପର୍ଯ୍ୟଟନ ଶିଳ୍ପକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି । ଅଧିକ ପଢନ୍ତୁ

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ 30 ଦିନିଆ ଫ୍ରି ଭିସା ଘୋଷଣା କଲେ ମାଲେସିଆ ପ୍ରଧାନମନ୍ତ୍ରୀ

କ୍ବାଲାଲାମପୁର: ଭାରତୀୟ ଓ ଚୀନ ନାଗରିକଙ୍କ ପାଇଁ ଏକ ମାସ ପର୍ଯ୍ୟନ୍ତ ମୁକ୍ତ ଭିସା ଘୋଷଣା କରିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ଅନଓ୍ବାର ଇବ୍ରାହିମ । ଡିସେମ୍ବର ପହିଲାରୁ ଆସନ୍ତା ନୂଆବର୍ଷ ପର୍ଯ୍ୟନ୍ତ ଭାରତୀୟ ପର୍ଯ୍ୟଟକମାନେ ମାଲେସିଆର ଏହି ଫ୍ରି ଭିସା ସେବାର ସୁଯୋଗ ପାଇପାରିବେ । ସିକ୍ୟୁରିଟି ସ୍କ୍ରିନି ଓ ପୂର୍ବ ଟ୍ରାଭେଲ ରେକର୍ଡ, ହିଂସା ଓ ଅପରାଧିକ କାର୍ଯ୍ୟକଳାପକୁ ବିଚାରକୁ ନେଇ ଏହି ଫ୍ରି ଭିସା ସେବା ଯୋଗାଇ ଦେବ ମାଲେସିଆ । ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସମ୍ପର୍କରେ ସ୍ଥାନୀୟ ଏକ ଗଣମାଧ୍ୟମ ‘ମାଲାୟା ମେଲ’ରେ ଖବର ପ୍ରସାରିତ ହୋଇଛି । ଏହି ତାଲିକାରେ କେବଳ ଭାରତ କିମ୍ବା ଚୀନ ନୁହନ୍ତି ବରଂ ଏକାଧିକ ଆରବ ରାଷ୍ଟ୍ର ମଧ୍ୟ ରହିଛନ୍ତି । ଦେଶରେ ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ପାଇଁ ମାଲେସିଆ ସରକାର ପଦକ୍ଷେପ ଗ୍ରହଣ କରିଛି ।

ଆଜି ନ୍ୟାସନାଲ କଂଗ୍ରେସକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଇବ୍ରାହିମ କହିଛନ୍ତି, ଡିସେମ୍ବର ପହିଲାରୁ ଏକ ମାସ ପର୍ଯ୍ୟନ୍ତ ଏହି ଦେଶମାନଙ୍କୁ ଫ୍ରି ଭିସା ସେବା ପ୍ରଦାନ କରିବ ମାଲେସିଆ । ତୁର୍କୀ, ଜୋର୍ଡାନ, ଚୀନ ଓ ଭାରତର ନାଗରିକମାନେ ମୁକ୍ତି ଭିସା ମାଧ୍ୟମରେ ଏହି ମାସେ ମଧ୍ୟରେ ମାଲେସିଆକୁ ଆସିପାରିବେ । ତେବେ ପୂର୍ବରୁ ତୁର୍କୀ ଓ ଜୋର୍ଡାନର ନାଗରିକ ଏହି ମୁକ୍ତ ଭିସା ସେବାର ଲାଭ ପାଉଥିଲେ । ସେମାନଙ୍କ ପାଇଁ ଏହି ଅବଧିରେ ବୃଦ୍ଧି କରାଯିବା ସହ ନୂତନ ଭାବେ ଚୀନ ଓ ଭାରତ ସେହିକ୍ରମରେ ସାମିଲ ହେବାକୁ ଯାଉଛନ୍ତି ।

ତେବେ ପୂର୍ବରୁ ଅକ୍ଟୋବର ମାସରେ ଏହିପରି ନିଷ୍ପତ୍ତି ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ମଧ୍ୟ ଗ୍ରହଣ କରିଥିଲେ । ଏହି କ୍ରମରେ ଏବେ ବିଶ୍ବ ପର୍ଯ୍ୟଟନରେ ପ୍ରମୁଖ ମାଲେସିଆ ମଧ୍ୟ ଘୋଷଣା କରିଛି । ଶ୍ରୀଲଙ୍କା ପର୍ଯ୍ୟଟନକୁ ଆହୁରି ଗତିଶିଳ କରିବା ପାଇଁ ଭାରତ, ଚୀନ,ଋଷ ସମେତ ମୋଟ 7 ଦେଶର ପର୍ଯ୍ୟଟକଙ୍କ ପାଇଁ ଭିସା ମୁକ୍ତ ସେବା ଘୋଷଣା କରିଥିଲା । ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ଅଲ୍ଲୀ ସାବରେ ଏହି ଘୋଷଣା କରିଥିଲେ । ବିଦେଶୀ ମୁଦ୍ରାପାଣ୍ଠି ଓ ପର୍ଯ୍ୟଟନ ମାଧ୍ୟମରେ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏହାକୁ ଶ୍ରୀଲଙ୍କା ସରକାର ପାଇଲଟ ପ୍ରକଳ୍ପ ଭାବେ ଶୁଭାରମ୍ଭ କରିଛନ୍ତି । ଏହି ଭିସା ମୁକ୍ତ ସେବା ମାର୍ଚ୍ଚ 28 ପର୍ଯ୍ୟନ୍ତ ଜାରି ରଖିବାକୁ ଶ୍ରୀଲଙ୍କା କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ପାରାଦ୍ବୀପ ଭବ୍ୟ ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି: 'ବାଣିଜ୍ୟ ଓ ଆନ୍ତର୍ଜାତିକ ସମ୍ପର୍କର ସାଧନ ପାଲଟିଛି ସମୁଦ୍ର'

ପରେ ଥାଇଲ୍ୟାଣ୍ଡ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଭାରତୀୟଙ୍କ ପାଇଁ ଦୀର୍ଘ 6 ମାସ ଭିସା ଫ୍ରି ଘୋଷଣା କରିଥିଲା । ଏବେ ମାଲେସିଆ ଏହି କ୍ରମରେ ସାମିଲ ହୋଇ ନିଜ ଭିସା ଫ୍ରି ଅବଧି ବଢାଇବା ସହ ନୂତନ ଭାବେ ଭାବେ ଭାରତ ଓ ଚୀନକୁ ସାମିଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.