ETV Bharat / bharat

ମହୁଆଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍

author img

By ETV Bharat Odisha Team

Published : Jan 17, 2024, 11:51 AM IST

Updated : Jan 17, 2024, 12:02 PM IST

Mahua Moitra asked to vacate govt bungalow: ସରକାରୀ ବଙ୍ଗଳା ଖାଲିବାକୁ ପୁଣି ଥରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ନୋଟିସ୍ ପଠାଇଲା ଇଷ୍ଟେଟ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ବହିଷ୍କୃତ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ ବଢି ଚାଲିଛି । ପ୍ରଥମେ ସାଂସଦ ପଦ ଗଲା, ଏବେ ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ପୁନର୍ବାର ନୋଟିସ୍ ମିଳିଛି । ସାଂସଦ ପଦରୁ ବରଖାସ୍ତ ହେବା ପରେ ମଧ୍ୟ ମୋଇତ୍ରା ବଙ୍ଗଳା ଛାଡୁ ନଥିବାରୁ ତାଙ୍କୁ ଇଷ୍ଟେଟ ନିର୍ଦ୍ଦେଶାଳୟ ପକ୍ଷରୁ ପୁଣିଥରେ ନୋଟିସ୍ ପଠାଯାଇଛି । ଏଥିରେ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେ ଏପରି ନକରନ୍ତି ତାହେଲେ ବଳପୂର୍ବକ ତାଙ୍କଠାରୁ ବଙ୍ଗଳା ଛଡାଇ ନିଆଯିବ ବୋଲି ସୂଚନା ମିଳିଛି ।

ତୃଣମୂଳ କଂଗ୍ରେସ ସାଂସଦ ଭାବରେ ମୋଇତ୍ରାଙ୍କୁ ସରକାରୀ ବଙ୍ଗଳା ମିଳିଥିଲା । ଯେହେତୁ ସେ ଏବେ ଆଉ ସାଂସଦ ହୋଇ ରହିନାହାନ୍ତି ଏହି ଦୃଷ୍ଟିରୁ ଜାନୁଆରୀ ୭ ସୁଦ୍ଧା ବଙ୍ଗଳା ଛାଡିବାକୁ ପୂର୍ବରୁ ନୋଟିସ୍ ମିଳିଥିଲା । କିନ୍ତୁ ନୋଟିସ ପରେ ବି ସେ ବଙ୍ଗଳା ଖାଲି ନକରିବାରୁ ଜାନୁଆରୀ ୮ରେ ଇଷ୍ଟେଟ ନିର୍ଦ୍ଦେଶାଳୟ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଏବଂ ୩ ଦିନ ମଧ୍ୟରେ ଜବାବ ଦେବାକୁ କହିଥିଲା । ପରେ ଜାନୁଆରୀ ୧୨ ତାରିଖରେ ଆଉ ଏକ ନୋଟିସ୍ ପଠାଯାଇଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ମୋଇତ୍ରା ବଙ୍ଗଳା ଖାଲି କରିନାହାନ୍ତି ।

ଏହା ମଧ୍ୟ ପଢନ୍ତୁ: ସଭ୍ୟପଦ ରଦ୍ଦ ମାମଲାରେ ମହୁଆଙ୍କୁ ଝଟକା, ଅନ୍ତରୀଣ ରହିତାଦେଶ ପାଇଁ ମନା କଲେ ସୁପ୍ରିମକୋର୍ଟ

ପ୍ରକାଶ ଥାଉକି, ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ନେତ୍ରୀ ମହୁଆଙ୍କୁ ସାଂସଦ ପଦରୁ ବହିଷ୍କୃତ କରାଯାଇଥିଲା । ସେ ପ୍ରଶ୍ନ ପଚାରିବାକୁ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଉପହାର ନେଇଥିବା ଏବଂ ପାର୍ଲାମେଣ୍ଟ ୱେବସାଇଟର ଆଇଡି ଓ ପାସୱାର୍ଡ ସେୟାର କରିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ନିମ୍ନ ସଦନ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ବରଖାସ୍ତ କରିଥିଲେ । ଏହାପରେ ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା ।

ଏନେଇ ମୋଇତ୍ରା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କର ସଭ୍ୟପଦ ରବ୍ଦ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହି ନୋଟିସକୁ ଅବୈଧ ଦର୍ଶାଇ ପିଟିସନ ଦାଖଲ କରିଥିଲେ । ଏହାପରେ କୋର୍ଟ ତାଙ୍କୁ ବଙ୍ଗଳାରେ ରହିବାକୁ ଅନୁମତି ପାଇଁ ଇଷ୍ଟେଟ ନିର୍ଦ୍ଦେଶାଳୟକୁ ଅନୁରୋଧ କରିବାକୁ କହିଥିଲେ । ଏହାରି ମଧ୍ୟରେ ନିର୍ଦ୍ଦେଶାଳୟ ପକ୍ଷରୁ ଆଉ ଏକ ନୋଟିସ୍ ପଠାଯାଇ ତାଙ୍କୁ ବଙ୍ଗଳା ଖାଲି କରିବାକୁ କୁହାଯାଇଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ମଙ୍ଗଳବାର ମୋଇତ୍ରାଙ୍କୁ ନୋଟିସ୍ ପଠାଯାଇଥିଲା । ସେ ବଙ୍ଗଳା ଖାଲି ନକଲେ ଇଷ୍ଟେଟ ନିର୍ଦ୍ଦେଶାଳୟର ଏକ ଟିମ୍ ସେଠାକୁ ଯାଇ ଜୋର ଜବରଦସ୍ତ ବଙ୍ଗଳା ଖାଲି କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 17, 2024, 12:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.