ETV Bharat / bharat

ଯୁବ କ୍ରିକେଟରଙ୍କୁ ଲିଫ୍ଟ୍‌ ଦେଲେ ଧୋନୀ, ଭିଡିଓ ଭାଇରାଲ୍‌ ପରେ ବାଃ ବାଃ କହିଲେ ୟୁଜର୍ସ

author img

By ETV Bharat Odisha Team

Published : Sep 15, 2023, 8:13 PM IST

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧୀନାୟକ ମହେନ୍ର ସିଂ ଧୋନୀଙ୍କ ଝଲକ ମିଳିବା ମାତ୍ରେ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଥାଆନ୍ତି । କ୍ରିକେଟ ଛଡ଼ା ସେ ନିଜ ବ୍ୟକ୍ତିଗତ ଜୀବନ ତଥା ସାଧାରଣ ଜୀବନଶୈଳୀକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ପୁଣିଥରେ ଉଦାରତା ପାଇଁ ଧୋନୀ ଲାଇମଲାଇଟକୁ ଆସିଛନ୍ତି । ଅଧିକ ପଢ଼ନ୍ତୁ

ଚର୍ଚ୍ଚାରେ ମହେନ୍ର ସିଂ ଧୋନୀ
ଚର୍ଚ୍ଚାରେ ମହେନ୍ର ସିଂ ଧୋନୀ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧୀନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସାମାନ୍ୟ ଝଲକ ମିଳିଲେ ସେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଆନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ତାଙ୍କ କ୍ରେଜ କମିନାହିଁ । ସେ ସୋସିଆଲ ମିଡିଆରେ ସକ୍ରିୟ ନଥିଲେ ବି ସେ ୟୁଜର୍ସଙ୍କ ଚର୍ଚ୍ଚାରେ ଥାଆନ୍ତି । ସାଧାରଣ ଜୀବନଶୈଳୀ ତାଙ୍କୁ ଏହି ଖ୍ୟାତି ଆଣଇ ଦେଇଛି । କିଛି ଏଭଳି ଆଚରଣ ସେ ପୁନଃ ଲାଇମଲାଇଟ୍‌କୁ ଆସିଛନ୍ତି । ଜଣେ ଯୁବ କ୍ରିକେଟରଙ୍କୁ ଲିଫ୍ଟ ଦେଇଥିଲେ ମହେନ୍ଦ୍ର ସିଂହ ଧୋନୀ । ଏହି ସମୟରେ ଯୁବ କ୍ରିକେଟର ଜଣକ ଭିଡିଓ କରି ସେୟାର କରିବା ପରେ ଧୋନୀଙ୍କୁ ବାଃ ବାଃ ଦେଇଛନ୍ତି ୟୁଜର୍ସ । ଭିଡିଓରେ ଧୋନୀ ନିଜ ବାଇକରେ ଜଣେ ଯୁବ କ୍ରିକେଟରଙ୍କୁ ଲିଫ୍ଟ ଦେଉଥିବା ନଜର ଆସୁଛନ୍ତି । ଯାହା ଏବେ ଟ୍ରେଣ୍ଡିଂରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ IPL କ୍ରିକେଟର, ଏଥିରେ ଖେଳିଛନ୍ତି ଧୋନୀ ଓ ଇଶାନ

ଭାଇରାଲ ହେଉଥିବା ଭିଡିଓ ରାଞ୍ଚି ରାସ୍ତାର ଅଟେ । ଯେଉଁଥିରେ ଧୋନୀ ବାଇକରେ ଜଣେ ଯୁବ କ୍ରିକେଟର ବସିଥିବା ନଜର ଆସୁଛନ୍ତି । ତେବେ ଧୋନୀ ରାଞ୍ଚିର ଏମଏସ ଷ୍ଟାଡିୟମକୁ ଅଭ୍ୟାସ କରିବା ପାଇଁ ଯାଇଥିଲେ । ସେଠାରେ ଧୋନୀଙ୍କ ସହ ଏହି ଯୁବ କ୍ରିକେଟରଙ୍କୁ ଦେଖିବାକୁ ମିଳିଥିଲା । ତେବେ ଧୋନୀ ଷ୍ଟାଡିୟମ ପଡ଼ିଆରେ ନିଜର କିଟ୍‌ ଓ ବ୍ୟାଟ୍‌ ସହ ନଜର ଆସିଛନ୍ତି । ଏହି ସମୟରେ ଯୁବ କ୍ରିକେଟର ତାଙ୍କ ଫୋନରେ ଧୋନୀଙ୍କ ଭିଡ଼ିଓ କରୁଥିବାର ଦେଖିବାକୁ ମିଳୁଛି । ଏହାପରେ ଆଗକୁ ଭିଡ଼ିଓରେ ଧୋନୀଙ୍କୁ ରାଞ୍ଚି ରାସ୍ତାରେ ନିଜର ବାଇକ୍‌ ଚଲାଉଥିବାର ଦେଖିବାକୁ ମିଳୁଛି । ଯେଉଁଥିରେ ଯୁବକ ଜଣଙ୍କ ଧୋନୀଙ୍କ ବାଇକର ପଛରେ ବସିଥିବା ଦେଖାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...Dhoni Birthday Celebration: କେକ୍ ଦେଲେ ଧୋନୀ, ଖାଇଲେ କୁକୁର

ସେପଟେ ଯୁବ କ୍ରିକେଟର ଜଣଙ୍କ କ୍ୟାପ୍ଟେନ କୁଲ ଧୋନୀଙ୍କ ବାଇକରେ ବସି ଏଞ୍ଜୟ କରୁଥିବାର ନଜର ଆସୁଛନ୍ତି । ଧୋନୀଙ୍କୁ ଖେଳ ପଡ଼ିଆରେ ଶେଷ ଥର ପାଇଁ IPL 2023 ଫାଇନାଲ୍‌ରେ ଦେଖିବାକୁ ମିଳିଥିଲା । ତାଙ୍କରି ଅଧିନାୟକତ୍ୱ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଚମ୍ପିଆନ କରାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.