ETV Bharat / bharat

ସିନ୍ଦେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା, ୧୬ ବିଧାୟକଙ୍କ ପଦ ବୈଧ: ମହାରାଷ୍ଟ୍ର ବାଚସ୍ପତି

author img

By ETV Bharat Odisha Team

Published : Jan 10, 2024, 6:08 PM IST

Updated : Jan 10, 2024, 7:51 PM IST

Maharashtra Speaker's Verdict On MLAs Disqualification case : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଶିବସେନାର ୧୬ ବିଧାୟକଙ୍କ ପଦ ବୈଧ ବୋଲି କହିଲେ ବାଚସ୍ପତି । ଅଧିକ ପଢନ୍ତୁ

ଶିବସେନା ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ରାୟ ଘୋଷଣା କରୁଛନ୍ତି ବାଚସ୍ପତି
ଶିବସେନା ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ରାୟ ଘୋଷଣା କରୁଛନ୍ତି ବାଚସ୍ପତି

ମୁମ୍ବାଇ: ଶିବସେନା ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲାରେ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକରଙ୍କ ବଡ ରାୟ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଶିବସେନାର ୧୬ ଜଣ ବିଧାୟକଙ୍କ ପଦକୁ ବୈଧ ଘୋଷଣା କରିଛନ୍ତି ବାଚସ୍ପତି । ଏହାସହ ମୁଖ୍ୟମନ୍ତ୍ରୀ ଏକାନାଥ ସିନ୍ଦେଙ୍କ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି କହିଛନ୍ତି ବାଚସ୍ପତି । ସିନ୍ଦେଙ୍କ ନେତୃତ୍ବରେ 16 ବିଧାୟକ ବିଦ୍ରୋହ କରିବା ସହ ନିଜକୁ ମୁଖ୍ୟ ଶିବସେନା ବୋଲି ଦାବି କରିଥିଲେ । ପରବର୍ତ୍ତୀ ସମୟରେ ଏହି ଗୋଷ୍ଠୀ ବିଜେପି ସହ ମିଶି ସରକାର ମଧ୍ୟ ଗଠନ କରିଛି । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହାକୁ ନିର୍ବାଚନ କମିଶନଙ୍କ ନିକଟରେ ଚ୍ଯାଲେଞ୍ଜ କରିଥିଲେ ଶିବସେନାର ତତ୍କାଳୀନ ମୁଖ୍ୟ ଉଦ୍ଧବ ଠାକରେ ।

  • #WATCH | Maharashtra Assembly Speaker rules Shinde faction the real Shiv Sena | Shiv Sena (UBT faction) leader Sanjay Raut says, "...This is BJP's conspiracy & this was their dream that one day we would finish Balasaheb Thackeray's Shiv Sena. But Shiv Sena won't finish with this… pic.twitter.com/GhFzNhIjrA

    — ANI (@ANI) January 10, 2024 " class="align-text-top noRightClick twitterSection" data=" ">
  • #WATCH | Maharashtra Assembly Speaker rules Shinde faction the real Shiv Sena | Chief whip of Shiv Sena (Shinde faction) Bharat Gogawale says, "...Our CM says that we would give them (opposition) a reply with our work..." pic.twitter.com/ypD4wz1lTF

    — ANI (@ANI) January 10, 2024 " class="align-text-top noRightClick twitterSection" data=" ">

ଦୀର୍ଘ ବିଚାର ବିମର୍ଶ ପରେ ନିର୍ବାଚନ କମିଶନ ସିନ୍ଦେଙ୍କ ଗୋଷ୍ଠୀକୁ ମୁଖ୍ୟ ଶିବସେନା ଦଳ ଭାବେ ମାନ୍ଯତା ଦେବା ସହ ନିର୍ବାଚନୀ ସଙ୍କେତ ‘ଧନୁତୀର’ ପ୍ରଦାନ କରିଥିଲେ । ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଶିବସେନା (ଉଦ୍ଧବ ଗୋଷ୍ଠୀ) ଭାବେ ନାମିତ କରିବା ସହ ମଶାଲ ଚିହ୍ନ ପ୍ରଦାନ କରାଯାଇଥିଲା । ଯାହାକୁ ଉଦ୍ଧବ ଗୋଷ୍ଠୀ ସର୍ବୋଚ୍ଚ କୋର୍ଟରେ ଚ୍ଯାଲେଞ୍ଜ କରିଥିଲେ । ଦଳ ବଦଳ ନିରୋଧ ଆଇନ ଅନୁସାରେ, ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଆବେଦନ କରିଥିଲେ । ଏହି ମାମଲାରେ ଆଜି ରାୟ ସିନ୍ଦେ ଗୋଷ୍ଠୀ ସପକ୍ଷରେ ଯାଇଛି । ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି ହୋଇଥିବା ନିଷ୍ପତ୍ତିକୁ ସଠିକ ବୋଲି ଦର୍ଶାଇଛନ୍ତି ବାଚସ୍ପତି ।

  • Maharashtra Assembly Speaker rules Shinde faction the real Shiv Sena | Maharashtra Minister & Shiv Sena (Shinde faction) leader Deepak Kesarkar says, "With this decision, democracy will be strengthened. The fact of this decision is that there should be democracy in the party as… pic.twitter.com/kRGqiYsYm2

    — ANI (@ANI) January 10, 2024 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ, କହିଲା BJP-RSS କାର୍ଯ୍ୟକ୍ରମ

  • #WATCH | Maharashtra Assembly Speaker rules Shinde faction the real Shiv Sena | Maharastra Minister Uday Samant says, "It has been finalised as to who is a traitor...We are satisfied with the decision & we thank the Assembly Speaker..." pic.twitter.com/Q3rigd0BLj

    — ANI (@ANI) January 10, 2024 " class="align-text-top noRightClick twitterSection" data=" ">

ଶିବସେନାର ଦଳୀୟ ସମ୍ବିଧାନରେ 2018 ରେ କରାଯାଇଥିବା ସଂଶୋଧନକୁ ମଧ୍ୟ ବାଚସ୍ପତି ଗ୍ରହଣ କରିନାହାନ୍ତି । ଏହି ସଂଶୋଧିତ ନିୟମ ନିର୍ବାଚନ କମିଶନଙ୍କ ନିକଟରେ ଉପଲବ୍ଧ ନାହିଁ । ଏକନାଥ ସିନ୍ଦେଙ୍କୁ ପାର୍ଟିରୁ ବରଖାସ୍ତ କରିବା କ୍ଷମତା ଉଦ୍ଧବ ଠାକରେଙ୍କର ନାହିଁ ବରଂ ଦଳର ଜାତୀୟ କାର୍ଯ୍ୟକାରିଣୀ ନିକଟରେ ରହିଥିଲା । ସେତେବେଳେ କାର୍ଯ୍ୟକାରିଣୀ ଚାହିଁଥିଲେ ସିନ୍ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାରିଥାନ୍ତା,ଏହା ଶିବସେବାର ଦଳୀୟ ସମ୍ବିଧାନ ନିୟମ କହୁଛି । ମୋଟ ଉପରେ କହିବାକୁ ଗଲେ, ନିର୍ବାଚନ ଆୟୋଗଙ୍କ ପ୍ରଦତ୍ତ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଗ୍ରହଣ କରିବା ସହ ଉଚିତ ବୋଲି ଦର୍ଶାଇଛନ୍ତି ବାଚସ୍ପତି ରାହୁଲ । ଏବେ ସିନ୍ଦେ ସରକାର ପ୍ରତି କୌଣସି ସମସ୍ୟା ନାହିଁ । ଦୀର୍ଘ ମାସ ହେବା ଜାରି ରହିଥିବା ବିଧାୟକଙ୍କ ସଭ୍ୟପଦର ବୈଧତାକୁ ନେଇ ବିବାଦ ଏବେ ସିନ୍ଦେ ଗୋଷ୍ଠୀଙ୍କ ସପକ୍ଷରେ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 10, 2024, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.