ETV Bharat / bharat

ମହାଦେବ ଆପ୍ ଘୋଟାଲା: ମାଷ୍ଟର ମାଇଣ୍ଡ ଦୀପକ ନେପାଳୀ ଛତିଶଗଡ଼ରୁ ଗିରଫ

author img

By ETV Bharat Odisha Team

Published : Dec 27, 2023, 8:37 PM IST

Mahadev betting app case: ମହାଦେବ ଆପ୍ ଦୁର୍ନୀତିର ପର୍ଦ୍ଦାଫାଶ । ମାଷ୍ଟରମାଇଣ୍ଡ ଦୀପକ ନେପାଳୀ ଗିରଫ । ପୂର୍ବରୁ ଗିରଫ ହୋଇଥିଲା ଦୀପକର ଭାଇ ନିରଜ ନେପାଳୀ । ଅଧିକ ପଢ଼ନ୍ତୁ,

ମହାଦେବ ଆପ୍ ଘୋଟାଲା: ମାଷ୍ଟର ମାଇଣ୍ଡ ଦୀପକ ନେପାଳୀ ଛତିଶଗଡ଼ରୁ ଗିରଫ
ମହାଦେବ ଆପ୍ ଘୋଟାଲା: ମାଷ୍ଟର ମାଇଣ୍ଡ ଦୀପକ ନେପାଳୀ ଛତିଶଗଡ଼ରୁ ଗିରଫ

ରାୟପୁର: ମହାଦେବ ବେଟିଂ ଆପ୍ ସ୍କାମରେ ବଡ଼ ଖୁଲାସା । ଦୁର୍ନୀତିର ମାଷ୍ଟରମାଇଣ୍ଡ ଦୀପକ ନେପାଳୀକୁ ଗିରଫ କରିଛି ଦୁର୍ଗ ପୋଲିସ । ଦୀପକ ବହୁ ଦିନ ଧରି ଫେରାର ଥିଲା । ଗତ ଜୁଲାଇରେ ଦୀପକର ଭାଇ ନିରଜ ନେପାଳୀ ଏବଂ ତାର 4 ଜଣ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ । ମହାଦେବ ଆପ୍ ବେଟିଂ ଦୁର୍ନୀତି ମାମଲାରେ ମାଲିକ ରବି ଉପ୍ପଲଙ୍କୁ ଦୁବାଇରେ ପୂର୍ବରୁ ଅଟକ ରଖା ଯାଇଛି । ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅପରେଟର୍ ସୌରଭ ଚନ୍ଦ୍ରାକରଙ୍କ ଅପରେସନକୁ ବନ୍ଦ କରି ଦେଇଛି।

ଏହା ମଧ୍ୟ ପଢ଼ନ୍ତୁ: କୁସ୍ତି ମହାସଂଘ ପରିଚାଳନା ଦାୟିତ୍ବରେ 3 ଜଣିଆ କମିଟି, ଭୁପିନ୍ଦର ସିଂହ ବାଜୱା ଚେୟାରମ୍ୟାନ

କ୍ରାଇମବ୍ରାଞ୍ଚ ଏବଂ ବୈଶାଳୀ ନଗର ପୋଲିସର ମିଳିତ ଟିମ୍ ଚଢ଼ାଉ କରି ଦୀପକ ନେପାଳୀକୁ ଗିରଫ କରିଛି। ସିଏସପି କ୍ରାଇମ୍ ରାଜୀବ ଶର୍ମାଙ୍କ ନେତୃତବରେ ଗଠିତ ଟିମ୍ ବୈଶାଳୀ ନଗରରୁ ଦୀପକକୁ କବଜାକୁ ନେଇଛନ୍ତି। ମହାଦେବ ବେଟିଂ ଆପ୍‌ର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରର ସହଯୋଗୀ ହେଉଛି ରବି ଉପ୍ପଲ । ଦୁଇ ଜଣ ମହାଦେବ ଆପର ମୁଖ୍ୟ ମାଲିକ । ରବି ବିରୋଧରେ ଛତିଶଗଡ଼ ଏବଂ ମୁମ୍ବାଇ ପୋଲିସ ତଦନ୍ତ କରୁଛି । ଏହି ବେଟିଂ ଆପ୍ ସହ ଜଡିତ ଆର୍ଥିକ ଦୁର୍ନୀତି ମାମଲାରେ ଇଡି ଛାନଭିନ ଚଳାଇଛି । ରବି ଉପ୍ପଲ ଭାରତୀୟ ନାଗରିକତ୍ବ ନ ଛାଡ଼ି ଭାନୁଆଟୁର ପାସପୋର୍ଟ ନେଇଛି । ଦୁଇ ମୁଖ୍ୟ ଅଭିଯୁକ୍ତ ଏହି ବେଟିଂ ଆପ୍ ଜରିଆରେ ୬ ହଜାର କୋଟି ଟଙ୍କା ଠକେଇ କରିଛନ୍ତି । ମହାଦେବ ଆପ୍ ଭାରତରେ ବ୍ୟାନ ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ: ପୁଞ୍ଚ୍ ଆତଙ୍କୀ ହମଲା ପରେ କାଶ୍ମୀରରେ ରାଜନାଥ, ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷାର ସମୀକ୍ଷା

ସୂଚନାଯୋଗ୍ଯ ଯେ, ଇଡି ଗତ ଅକ୍ଟୋବରରେ ମହାଦେବ ଅନଲାଇନ ବେଟିଂ ଆପର ଦୁଇ ପ୍ରମୋଟର ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲ ବିରୋଧରେ ପ୍ରିଭେନସନ ଅଫ୍ ମନ ଲଣ୍ଡରିଂ(PMLA) କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ଅଭିଯୁକ୍ତ ସୌରଭ ଏବଂ ରବି ଛତିଶଗଡର ଭିଲାଇରୁ ଅଟନ୍ତି । ଦୁହେଁ ମହାଦେବ ଆପ୍ ଜରିଆରେ ପ୍ରଥମେ ଦୁର୍ଗ ଭିଲାଇରେ ବେଟିଂ କାମ ଆରମ୍ଭ କରିଥିଲେ । ପରେ ସାରା ଦେଶକୁ ବିସ୍ତାରିତ ହୋଇଥିଲା। ବେରୋଜଗାରଙ୍କୁ ଚାକିରି ଦେବା ଆଳରେ କୋଟି କୋଟି କଳାଟଙ୍କା ଧରି ଦୁବାଇ ପଳାଇଥିଲେ । ଦୁବାଇରୁ ଦୁହେଁ ବେଟିଂ କାରବାର ଅପରେଟ୍‌ କରିବା ଆରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.