ETV Bharat / bharat

AIADMKରୁ ବହିଷ୍କୃତ ଏକମାତ୍ର ସାଂସଦ ଓପି ରବିନ୍ଦ୍ରନାଥଙ୍କ ନିର୍ବାଚନ ରଦ୍ଧ କଲେ ମାଡ୍ରାସ ହାଇକୋର୍ଟ

author img

By

Published : Jul 6, 2023, 4:55 PM IST

AIADMK ରୁ ବହିଷ୍କୃତ ଏକମାତ୍ର ସାଂସଦ ଓପି ରବିନ୍ଦ୍ରନାଥଙ୍କୁ ନିର୍ବାଚନ ଅବୈଧ ଘୋଷଣା କଲେ ମାଡ୍ରାସ ହାଇକୋର୍ଟ । ନାମାଙ୍କନ ସତ୍ୟପାଠରେ ସମ୍ପତ୍ତି ଓ ଅନ୍ୟ ତଥ୍ୟ ଲୁଚାଇଥିବା ଅଭିଯୋଗରେ ହୋଇଥିଲା ମାମଲା । ଅଧିକ ପଢନ୍ତୁ

AIADMK ରୁ ବହିସ୍କୃତ ଏକମାତ୍ର ସାଂସଦ ଓପି ରବିନ୍ଦ୍ରନାଥଙ୍କ ନିର୍ବାଚନ ରଦ୍ଧ କଲେ ମାଡ୍ରାସ ହାଇକୋର୍ଟ
AIADMK ରୁ ବହିସ୍କୃତ ଏକମାତ୍ର ସାଂସଦ ଓପି ରବିନ୍ଦ୍ରନାଥଙ୍କ ନିର୍ବାଚନ ରଦ୍ଧ କଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: AIADMK ରୁ ବହିଷ୍କୃତ ହୋଇଥିବା ଏକମାତ୍ର ସାଂସଦ ଓପି ରବିନ୍ଦ୍ରନାଥ କୁମାରଙ୍କ 2019 ନିର୍ବାଚନକୁ ରଦ୍ଦ ଘୋଷଣା କରିଛନ୍ତି ମାଡ୍ରାସ ହାଇକୋର୍ଟ । ସେ ଗତ 2019 ସାଧାରଣ ନିର୍ବାଚନରେ ଥେନୀ ସଂସଦୀୟ ଆସନରୁ ଏକମାତ୍ର AIADMK ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ନିର୍ବାଚନ ସତ୍ୟପାଠରେ ସେ ନିଜର ସମ୍ପତ୍ତି ଓ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲୁଚାଇବା ଓ ନିର୍ବାଚନ ଆୟୋଗଙ୍କୁ ଭୁଲ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଆଜି ମାଡ୍ରାସ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସାଂସଦ ରବିନ୍ଦ୍ରନାଥ କୁମାରଙ୍କୁ ବଡ ଝଟକା ଦେଇଛନ୍ତି । କୋର୍ଟ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ।

ମାଡ୍ରାସ ହାଇକୋର୍ଟର ବିଚାରପତି ଏସ.ଏସ ସୁନ୍ଦରଙ୍କ ଏକକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି । ସେହିପରି ରବିନ୍ଦ୍ରନାଥ ଚାହିଁଲେ ଏକ ଆବେଦନ ମଧ୍ୟ ଦାଖଲ କରିପାରିବେ ବୋଲି କୋର୍ଟ କହିଛନ୍ତି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମଙ୍କ ପୁଅ ହେଉଛନ୍ତି ଓ.ପି ରବିନ୍ଦ୍ରନାଥ କୁମାର । ସେ 2019 ସାଧାରଣ ନିର୍ବାଚନରେ AIADMK-BJP ମେଣ୍ଟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଏକମାତ୍ର AIADMK ସାଂସଦ ଭାବେ ବିଜୟୀ ହୋଇଥିଲେ । ସେ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରାୟ 70 ହଜାର ଭୋଟରେ ପରାଜିତ କରିଥିଲେ ।

ରାଜ୍ୟରେ ମୋଟ 39 ସଂସଦୀୟ ଆସନରୁ DMK-କଂଗ୍ରେସ ମେଣ୍ଟ 38 ରେ କ୍ଲିନସ୍ବିପ କରିଥିବା ବେଳେ ଏକମାତ୍ର ସାଂସଦୀୟ ଆସନ ଥେନୀରେ ରବିନ୍ଦ୍ରନାଥ କୁମାର ବିଜୟୀ ହୋଇଥିଲେ । ପରେ ସେ ପାର୍ଟି ଅନ୍ତଃକନ୍ଦଳ କାରଣରୁ ଦଳରୁ ବହିସ୍କୃତ ହୋଇଥିଲେ । ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମ ଓ AIADMK ଅନ୍ୟତମ ମୁଖ୍ୟମନ୍ତ୍ରୀ ପଲାନିସାମିଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:-Tamil Nadu: ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ଜେଲରେ ଥିବା ମନ୍ତ୍ରୀ ସେନ୍ଥିଲ ବାଲାଜୀ, କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟପାଳ

ହେଲେ ସାଧାରଣ ନିର୍ବାଚନର ବିଜୟୀ ହେବାର କିଛି ମାସ ପରେ ସେ ନାମାଙ୍କନ ସତ୍ୟପାଠରେ ନିଜର ସମ୍ପତ୍ତି ଓ ଅନ୍ୟ କିଛି ତଥ୍ୟ ଲୁଚାଇବା ସହ ବଭ୍ରାନ୍ତିକାର ସୂଚନା ପ୍ରଦାନ କରିଥିବା ଅଭିଯୋଗରେ ଏକ ମାମଲା ଦାଏର ହୋଇଥିଲା । ସ୍ଥାନୀୟ ଜଣେ ଭୋଟର ତାଙ୍କ ବିରୋଧରେ ଏହି ମାମଲା କରିଥିଲେ । ଆଜି ଏହି ମାମଲାରେ ତାଙ୍କୁ କୋର୍ଟଙ୍କ ଠାରୁ ବଡ ଝଟକା ମିଳିଛି । କୋର୍ଟ ଏହି ନିର୍ବାଚନକୁ ଅବୈଧ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.