ETV Bharat / bharat

ମଧ୍ୟପ୍ରଦେଶ ନୂଆ ମୁଖିଆ କିଏ ? ଆଜି ବିଧାୟକ ଦଳ ବୈଠକ ପରେ ବାଜିବ ମୋହର !

author img

By ETV Bharat Odisha Team

Published : Dec 11, 2023, 9:06 AM IST

Madhya Pradesh BJP Legislative meeting: କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ? ଆଜି ଭୋପାଳଠାରେ ବିଜେପି କାର୍ଯ୍ୟାଳୟରେ ବସିବାକୁ ଯାଉଛି ବିଧାୟକ ଦଳ ବୈଠକ । ଆଜି ସନ୍ଧ୍ୟା ସୁଦ୍ଧା ମଧ୍ୟପ୍ରଦେଶ ନୂଆ ମୁଖିଆଙ୍କ ନାଁ ହୋଇପାରେ ଘୋଷଣା । ସେପଟେ ରେସରେ ସବୁଠୁ ଆଗରେ ଶିବରାଜ ସିଂହ ଚୌହାନ ! ଅଧିକ ପଢନ୍ତୁ

ମଧ୍ୟପ୍ରଦେଶ ନୂଆ ମୁଖିଆ କିଏ ?
ମଧ୍ୟପ୍ରଦେଶ ନୂଆ ମୁଖିଆ କିଏ ?

ଭୋପାଳ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ସସପେନ୍ସ ଜାରି ରହିଛି । ରବିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏଙ୍କ ନାଁରେ ବିଜେପି ମୋହର ମାରି ସାରିବା ପରେ କିଏ ହେବ ଛତିଶଗଡ଼ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନା ଜଳ୍ପନା ଜାରି ରହିଛି । ମଧ୍ୟପ୍ରଦେଶରେ ଆଜି(ସୋମବାର) ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହାପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଚେହେରା ସାମ୍ନାକୁ ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ମଧ୍ୟପ୍ରଦେଶରେ ବିଜେପି ବିଧାୟକ ଦଳ ବୈଠକ ଆଜି: ମଧ୍ୟପ୍ରଦେଶରେ ଆଜି(ସୋମବାର) ଦିନ 11ଟା ସୁଦ୍ଧା ବିଜେପି ପ୍ରଦେଶ କାର୍ଯ୍ୟାଳୟଠାରେ ବିଜେପି ବିଧାୟକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ ବିଧାୟକମାନଙ୍କୁ ଏହି ବୈଠକରେ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇଛି । ବିଜେପି ପକ୍ଷରୁ ଜାରି କରାଯାଇଥିବା ଆମନ୍ତ୍ରଣ ପତ୍ରରେ ବିଧାୟକମାନଙ୍କୁ ନିଜ ସହାୟକ କିମ୍ବା ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟାଳୟ ମଧ୍ୟରେ ଆଣିବାକୁ ମନା କରାଯାଇଥିବା ବେଳେ ବୈଠକ ପୂର୍ବରୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବାକୁ ମଧ୍ୟ ମନା କରାଯାଇଛି ।

ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ମଧ୍ୟପ୍ରଦେଶର ନବନିଯୁକ୍ତ ପର୍ଯ୍ୟବେକ୍ଷକ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ପଛୁଆ ବର୍ଗର ରାଷ୍ଟ୍ରୀୟ ଅଧ୍ୟକ୍ଷ କେ. ଲକ୍ଷ୍ମଣ, ରାଷ୍ଟ୍ରୀୟ ସଚିବ ଆଶା ଲକଡା ପ୍ରମୁଖ ଉପସ୍ଥିତ ରହିବେ ।

ଏହାମଧ୍ୟ ପଢନ୍ତୁ..ବିଷ୍ଣୁଦେବ ସାଏଙ୍କ ନାମରେ ମୋହର, ଧରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଙ୍ଗ

ବୈଠକ କାର୍ଯ୍ୟସୂଚୀ ଅନୁଯାୟୀ, ବିଜେପି ବିଧାୟକ ଦଳ ବୈଠକ ଦିନ 11ଟା ସମୟରେ ଆରମ୍ଭ ହେବ । ଯାହାପରେ 1ଟାରୁ 3ଟା ପର୍ଯ୍ୟନ୍ତ ଲଞ୍ଚ୍‌ ବ୍ରେକ ହେବ । ଏହାପରେ ପୁଣି ଅପରାହ୍ମ 3ଟାରେ ନବନିର୍ବାଚିତ ବିଧାୟକମାନେ ଦଳର ସଦସ୍ୟମାନଙ୍କ ସହ ଗ୍ରୁପ୍‌ ଫୋଟୋ ସେସନ ହେବ । ପରେ ଅପରାହ୍ନ 3.50 ପରେ ପୁଣି ଥରେ ବୈଠକ ଆରମ୍ଭ ହେବ । ଏହାପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହୋଇପାରେ ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ରେସରେ ରହିଛି କାହର ନାଁ: ଶିବାରାଜ ସିଂହ ଚୌହାନ, ନରେନ୍ଦ୍ର ସିଂ ତୋମାର, ପ୍ରହଲ୍ଲାଦ ପଟେଲ ଓ କୈଳାଶ ବିଜୟବରାଗିୟ ଙ୍କ ସମେତ ସୁମେର ସିଂହ ସୌଲଙ୍କି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସିଏମରେ ରେସ୍‌ରେ ରହିଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା କିଏ ଏହି ରେସରେ ବାଜିମାତ କରୁଛନ୍ତି ଆଉ କେଉଁମାନେ ପଛରେ ରହୁଛନ୍ତି ।

ଶିବରାଜଙ୍କୁ ପୁଣି ମିଳିପାରେ ମଧ୍ୟପ୍ରଦେଶ ମୁଖିଆ କମାଣ: ତେବେ ଆଜି ସନ୍ଧ୍ୟା ସୁଦ୍ଧା ମଧ୍ୟପ୍ରଦେଶ ମୁଖିଆ କିଏ ହେବେ ସେନେଇ ସ୍ପଷ୍ଟ ଚିତ୍ର ଆସିବାର ସମ୍ଭାବନା ରହିଛି । ତେବେ ପୁଣି ଥରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଆସନ ଶିବରାଜଙ୍କ ନିକଟକୁ ଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । କିଛି ଗ୍ରାମରେ ଶିବରାଜ ସିଂ ପୁଣି ସିଏମ୍‌ ହେବା ନେଇ ପୂଜା ପାଠ କରାଯାଉଥିବା ଚିତ୍ର ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.