ETV Bharat / bharat

ଟ୍ରେଣ୍ଡ ନୁହେଁ ଜନମତ ଉପରେ ଭରସା: କମଲନାଥ

author img

By ETV Bharat Odisha Team

Published : Dec 3, 2023, 10:50 AM IST

ମଧ୍ୟପ୍ରଦେଶ ସମେତ 4 ରାଜ୍ୟରେ ଚାଲିଛି ଭୋଟ ଗଣତି । ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟପ୍ରଦେଶରେ ବିଜେପି ଆଗୁଆ ରହିଛି । ତେବେ ଏହାମଧ୍ୟରେ ନେତାମାନେ ବିଜୟୀ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଟ୍ରେଣ୍ଡ୍ ଉପରେ ନୁହେଁ ଜନମତ ଉପରେ ଭରସା
ଟ୍ରେଣ୍ଡ୍ ଉପରେ ନୁହେଁ ଜନମତ ଉପରେ ଭରସା

ଭୋପାଳ: ସରିଛି ଜନମତ । ଆରମ୍ଭ ହୋଇଯାଇଛି ଭୋଟ ଗଣତି । କଣ ରହିଛି ଜନାଦେଶ ଆଉ କିଛି ଘଣ୍ଟାପରେ ସ୍ପଷ୍ଟ ହେବ । ତେବେ ଭୋଟ ଗଣତି ଜାରି ରହିଥିବା ବେଳେ ସକାଳ 9ଟା ସୁଦ୍ଧା ବିଜେପି 7ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଚାଲିଥିବା ଦେଖାଯାଇଛି । ଏହି ସମୟ ମଧ୍ୟରେ ବିଜୟୀ ନେଇ ସମସ୍ତ ଦଳ ଦମ୍ଭୋକ୍ତି ଦେଖାଇଛନ୍ତି । ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲନାଥ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ମୁଁ କୌଣସି ଟ୍ରେଣ୍ଡ୍ ଉପରେ ବିଶ୍ବାସ କରେନି । ମୋର ମଧ୍ୟପ୍ରଦେଶ ମତଦାତାଙ୍କ ଉପରେ ବିଶ୍ବାସ ରହିଛି, ସେମାନେ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବେ ।'

  • #WATCH | Counting of votes | Bhopal: At the Pradesh Congress office, Madhya Pradesh Congress president Kamal Nath says, "I have not seen the trends, I trust the voters of Madhya Pradesh that they will keep their own future secure...Don't count the number of seats. We will… pic.twitter.com/lyFjrnX6St

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ସେପଟେ ମଧ୍ୟପ୍ରଦେଶ ବିଜେପି ସଭାପତି ଭିଡି ଶର୍ମା ପ୍ରେସମିଟରେ କହିଛନ୍ତି, 'ମୋର ବିଶ୍ବାସ ଅଛି ସର୍ବାଧିକ ଆସନରେ ଜିତି ଇତିହାସ ରଚିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ନେତୃତ୍ବକୁ ଲୋକେ ବିଶ୍ବାସ କରିଛନ୍ତି । ମଧ୍ୟପ୍ରଦେଶରେ ଐତିହାସିକ ବିଜୟ ହାସଲ କରିବ ।'

  • #WATCH | Bhopal, Madhya Pradesh: State BJP president VD Sharma says, "...I believe that the BJP will win the most seats till this date and create history... The development will be under the leadership of PM Modi..." pic.twitter.com/Gs3H4GKRho

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ.. ମଧ୍ୟପ୍ରଦେଶରେ କମଳ ନା କମଳନାଥ, କିଏ ଗଢିବ ସରକାର

ମଧ୍ୟ ପ୍ରଦେଶ ମହାନାୟକ କିଏ ହେବ ? କମଲନାଥ ନାଁ ଶିବରାଜ । ମଧ୍ୟପ୍ରଦେଶ ଜନତା ନୂଆ ମୁଖିଆ ବାଛିଛନ୍ତି ନା ଶିବରାଜ ପୁଣି ସତ୍ତାରେ ରହିବେ । ମଧ୍ୟପ୍ରଦେଶରେ ଏଥର 2 ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଫାଇଟ ଦେଖିବାକୁ ମିଳିଥିବା ବେଳେ କିଏ ବିଜୟୀ ହେବ ଆଉ କିଛି ଘଣ୍ଟା ପରେ ସ୍ପଷ୍ଟ ହେବ । ଅନ୍ୟପଟେ ଅନେକ ସଂସ୍ଥାର ଏକଜିଟ ପୋଲ ଆକଳନ ଅନୁଯାୟୀ ମଧ୍ୟପ୍ରଦେଶରେ 2 ଜାତୀୟ ଦଳ ମଧ୍ୟରେ କଡା ଫାଇଟ ଦେଖିବାକୁ ମିଳିବ । ତେବେ ବିଜେପି ସତ୍ତାକୁ ଆସିପାରେ ବୋଲି ଅଧିକାଂଶ ସଂସ୍ଥା ଆକଳନ କରିଛନ୍ତି ।

ପ୍ରକାଶଯୋଗ୍ୟ, ମଧ୍ୟପ୍ରଦେଶରେ ନଭେମ୍ବର 17 ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 230 ଆସନ ପାଇଁ ପାଖାାପାଖି 2533 ପ୍ରାର୍ଥୀ ଛିଡା ହୋଇଥିଲେ । ତେବେ 2018 ବିଧାନସଭା ନିର୍ବାଚନରେ କଂଗ୍ରେସ 114ଟି ଆସନରେ ଦଖଲ କରିଥିବା ବେଳେ ବିଜେପି 109 ଆସନରେ ବିଜୟୀ ହୋଇଥିଲା । ସେଠାରେ କମଲନାଥଙ୍କ ନେତୃତ୍ବରେ ସରକାର ଗଠନ ହୋଇଥିବା ବେଳେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ପରେ କଂଗ୍ରେସ ସରକାର ଭାଙ୍ଗି ପୁଣି ବିଜେପି ସରକାର ଗଢିଥିଲା ଓ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.