ETV Bharat / bharat

ହାଇଦ୍ରାବାଦରେ MCA ଛାତ୍ରୀଙ୍କୁ ବିଫଳ ପ୍ରେମିକର ମରଣାନ୍ତକ ଆକ୍ରମଣ

author img

By

Published : Apr 22, 2022, 10:55 PM IST

ପ୍ରେମ ନିବେଦନ ପ୍ରତ୍ୟାକ୍ଷାନ କରିବାରୁ ଛାତ୍ରୀଙ୍କୁ ଆକ୍ରମଣ କଲେ ଯୁବକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ

ବିଫଳ ପ୍ରେମିକର ମରଣାନ୍ତକ ଆକ୍ରମଣ, ନିନ୍ଦା କଲେ ରାଜ୍ୟପାଳ
ବିଫଳ ପ୍ରେମିକର ମରଣାନ୍ତକ ଆକ୍ରମଣ, ନିନ୍ଦା କଲେ ରାଜ୍ୟପାଳ

ହାଇଦ୍ରାବାଦ: ପ୍ରେମ ନିବେଦନ ପ୍ରତ୍ୟାକ୍ଷାନ କରିବାରୁ ଛାତ୍ରୀଙ୍କୁ ଆକ୍ରମଣ କଲେ ଯୁବକ । ନିୟମିତ ଭାବେ ହଇରାଣ କରୁଥିବା ଯୁବକଙ୍କୁ ଅଣଦେଖା କରିବା ସହ ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାକ୍ଷାନ କରିବାରୁ ଆକ୍ରମଣର ଶିକାର ହୋଇଛନ୍ତି ଛାତ୍ରୀ । ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ।

ପୋଲିସର କହିବା ଅନୁଯାୟୀ, ହାଇଦ୍ରାବାଦର କାକତିୟ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରୀ MCA ପଢିବା ସହ ବିଭିନ୍ନ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିୟମିତ ତାଙ୍କୁ ହଇରାଣ କରିବା ସହ ପ୍ରେମ ନିବେଦନ କରୁଥିଲେ । ମାତ୍ର ଛାତ୍ରୀ ଜଣକ ଯୁବକଙ୍କୁ ପ୍ରେମକୁ ପ୍ରତ୍ୟାକ୍ଷାନ କରି ଦେଇଥିଲେ ।

ଏଥିରେ ରାଗିଯାଇ, ଛାତ୍ରୀଙ୍କ ଘରକୁ ଯାଇ ଏକ ଧାରୁଆ ଅସ୍ତ୍ରରେ ବେକକୁ ଆକ୍ରମଣ କରିଛନ୍ତି ଯୁବକ । ଛାତ୍ରୀ ଜଣକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାମଲାକୁ ପ୍ରବଳ ନିନ୍ଦା କରିଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.