ETV Bharat / bharat

ଅମରାବତୀରେ ପୁଣି 8 ଦିନ ବୃଦ୍ଧି ହେଲା ଲକଡାଉନ

author img

By

Published : Feb 27, 2021, 6:24 PM IST

କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଅମରାବତୀରେ ଆସନ୍ତା 8 ଦିନ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

ଅମରାବତୀରେ ପୁଣି 8 ଦିନ ବୃଦ୍ଧି ହେଲା ଲକଡାଉନ
ଅମରାବତୀରେ ପୁଣି 8 ଦିନ ବୃଦ୍ଧି ହେଲା ଲକଡାଉନ

ମୁମ୍ବାଇ: କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଅମରାବତୀରେ ଆସନ୍ତା 8 ଦିନ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ କୋରୋନାର ସଂକ୍ରମଣ ବୃଦ୍ଧି ପାଉଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗତକାଲି (ଶୁକ୍ରବାର ) ମହାରାଷ୍ଟ୍ରରେ ମୋଟ 8000 ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି । ସେହିପରି ଅଦ୍ୟାବଧି ରାଜ୍ୟରେ ମୋଟ 21 ଲକ୍ଷ 38 ହଜାର 154 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ତଥ୍ୟ ରହିଛି ।

କୋରୋନା ସଂକ୍ରମଣର ଦ୍ବିତୀୟ ଷ୍ଟ୍ରେନ ସାମ୍ନାକୁ ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ 21 ତାରିଖ ଯାଏ ଉଭୟ ଅମରାବତୀ ଓ ଆଚଲପୁରରେ ଲକଡାଉନ ଘୋଷଣା କରିଥିଲେ ମହାରାଷ୍ଟ୍ର ସରକାର । ଉକ୍ତ ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନ ଗୁଡିକୁ ସକାଳ 8 ରୁ ଅପରାହ୍ନ 3 ଟା ଯାଏ ଖୋଲା ରହିବାର ଅନୁମତି ଦିଆଯାଇଥିଲା ।

ମହାରାଷ୍ଟ୍ରର ମୋଟ ସଂକ୍ରମଣର 40 ପ୍ରତିଶତ କେବଳ ରାଜ୍ୟର ପ୍ରମୁଖ 4 ସହରରୁ ବୋଲି ଜଣାପଡିଛି । ମୁମ୍ବାଇ ପୁନେ , ନାଗପୁର ଓ ଅମରାବତୀରେ ମୋଟ 3401 ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ଭାବେ ସୂଚନା ରହିଛି । ଯାହା ରାଜ୍ୟ ସଂକ୍ରମଣର ମୋଟ 40 ପ୍ରତିଶତ ହେବ ବୋଲି ଜଣା ପଡିଛି । ସେହିପରି ବର୍ତ୍ତମାନ ରାଜ୍ୟରେ ମୋଟ 2688 ଜଣ ସଂଗରୋଧ ନିରିକ୍ଷଣରେ ଥିବା ମଧ୍ୟ ସୂଚନା ମିଳିଛି ।

ସେହିପରି ରାଜ୍ୟରେ ମୋଟ 52 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି 20 ଲକ୍ଷ 17 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ତଥ୍ୟ ରହିଛି । ତେବେ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ବର୍ତ୍ତମାନର ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । ଯଦି ଏପରି ସ୍ଥଳେ ସଂକ୍ରମଣ ହାର ବୃଦ୍ଧି ପାଏ ତେବେ ରାଜ୍ୟବ୍ୟାପି ଲକଡାଉନ ଘୋଷଣା କରାଯିବା ନେଇ ମହାରାଷ୍ଟ୍ର ସରକାର ପୂର୍ବରୁ ମଧ୍ୟ ଚେତାବନୀ ଦେବା ସହ ରାଜ୍ୟବାସୀଙ୍କୁ କୋଭିଡ ନିୟମ ପାଳନ କରିବା ସହ ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.