ETV Bharat / bharat

ମହାରାଷ୍ଟ୍ରରେ ଅଭାବନୀୟ ଘଟଣା, ମଦ ନମିଳିବାରୁ ସାନିଟାଇଜର ପିଇ 5 ମୃତ

author img

By

Published : Apr 24, 2021, 5:26 PM IST

ମହାରାଷ୍ଟ୍ରରେ ସାନିଟାଇଜର ପିଇ 5 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଅଭାବନୀୟ ଘଟଣା, ମଦ ବଦଳରେ ସାନିଟାଇଜର ପିଇ 5 ମୃତ
ମହାରାଷ୍ଟ୍ରରେ ଅଭାବନୀୟ ଘଟଣା, ମଦ ବଦଳରେ ସାନିଟାଇଜର ପିଇ 5 ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ସାନିଟାଇଜର ପିଇବା ପରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ୟାଭାଟମାଲ ଜିଲ୍ଲା ଅନ୍ତର୍ଗତ ୱାନି ଗାଁରେ । ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗ୍ରାମର କିଛି ବ୍ୟକ୍ତି ଲକଡାଉନରେ ମଦ ଦୋକାନ ବନ୍ଦ ଥିବାରୁ ସାନିଟାଇଜର ପିଇଥିଲେ। ଫଳରେ 5 ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ସହ ପରେ ପ୍ରାଣ ହରାଇଥିବା ଜଣାପଡିଛି । ମୃତକମାନେ ହେଲେ ଦତ୍ତା ଲାଞ୍ଜେଓ୍ବାର, ନୂତନ ପାଠରଟକର, ଗଣେଶ ନନ୍ଦେକର , ସନ୍ତୋଷ ମେହେର ଓ ସୁନିଲ ଧେଙ୍ଗଲେ । ସମସ୍ତ ମୃତକ ୱାନି ଗାଁର ଶ୍ରମିକ ଶ୍ରେଣୀର ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଗତକାଲି (ଶୁକ୍ରାବାର) ରାତି ପ୍ରାୟ 9 ଟା ସମୟରେ ଉକ୍ତ ଗ୍ରାମର କିଛି ବ୍ୟକ୍ତି ମଦ ଅଭାବରୁ ସାନିଟାଇଜର ପିଇଦେଇଥିଲେ । ରାତି ପ୍ରାୟ 10 ଟା ବେଳେ 5 ଜଣ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସକାଳେ 4 ଜଣଙ୍କର ମୃତ୍ୟୁ ହୋଇ ଯାଇଛି । ତେବେ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ କହିବା ମୁତାବକ ସେମାନେ ସାନିଟାଇଜର ପିଇବା ପରେ ଅସୁସ୍ଥ ଅନୁଭବ କରିଥିଲେ । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଡାକ୍ତର କହିଛନ୍ତି । ତେବେ ମଦ ବଦଳରେ ସାନିଟାଇଜର ପି ମୃତ୍ୟୁ ହେବା ଘଟଣା ଦେଶରେ ଏହା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଆନ୍ଧ୍ରପ୍ରଦେଶରେ ମଦ ବଦଳରେ ସାନିଟାଇଜର ପିଇବା ଯୋଗୁ 10 ଜଣଙ୍କର ମୃତ୍ୟୁ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.