ETV Bharat / bharat

Kerala: ଅପରେସନ ଥିଏଟରରେ ହିଜାବ ପିନ୍ଧିବାକୁ ଅନୁମତି ମାଗିଲେ MBBS ଛାତ୍ରୀ

author img

By

Published : Jun 28, 2023, 5:41 PM IST

ଅପରେସନ କକ୍ଷରେ ହିଜାବ ପିନ୍ଧିବାକୁ ଅନୁମତି ମାଗି କଲେଜ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖିଲେ ସଂଖ୍ୟାଲଘୁ MBBS ଛାତ୍ରୀ । ପ୍ରିନ୍ସିପାଲ କହିଲେ କମିଟି ଗଠନ କରାଯାଇ ଆବେଦନର ହେବ ଅନୁଧ୍ୟାନ । ଅଧିକ ପଢନ୍ତୁ

Kerala: ଅସ୍ତ୍ରୋପଚାର ବେଳେ ହିଜାବ ପିନ୍ଧିବାକୁ ଅନୁମତି ମାଗିଲେ MBBS ଛାତ୍ରୀ
Kerala: ଅସ୍ତ୍ରୋପଚାର ବେଳେ ହିଜାବ ପିନ୍ଧିବାକୁ ଅନୁମତି ମାଗିଲେ MBBS ଛାତ୍ରୀ

ଥିରୁଅନନ୍ତପୁରମ: ଅସ୍ତ୍ରୋପଚାର ବେଳେ ହିଜାବ ପିନ୍ଧିବାକୁ ଅନୁମତି ମାଗିଲେ ସଂଖ୍ୟାଲଘୁ MBBS ଛାତ୍ରୀ । ରାଜଧାନୀ ଥିରୁଅନନ୍ତପୁରମ ମେଡିକାଲ କଲେଜର 7ଜଣ ମୁସଲିମ MBBS ଛାତ୍ରୀ ସର୍ଜରୀ ବେଳେ ହିଜାବ ପିନ୍ଧିବାକୁ ଅନୁମତି ଦେବାକୁ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରିଛନ୍ତି । କଲେଜ କର୍ତ୍ତୃପକ୍ଷ ମଧ୍ୟ ଘଟଣାକୁ ବିଚାର ପାଇଁ ଗ୍ରହଣ କରିଥିବା ନେଇ ସୂଚନା ରହିଛି । ଏକ କମିଟି ଏହି ଆବେଦନ ଉପରେ ଅନୁଧ୍ୟାନ କରିବ ।

ସୂଚନା ଅନୁସାରେ, ଅପରେସନ ଥିଏଟର ମଧ୍ୟରେ ସେମାନଙ୍କୁ ହଜାବ ପରିଧାନ ପାଇଁ ଅନୁମତି ମିଳୁନଥିବାରୁ ସେମାନେ ଚିନ୍ତାପ୍ରକଟ କରିଛନ୍ତି । ହିଜାବ ପରି ଲମ୍ବା ପୋଷାକ ପିନ୍ଧିବା ପାଇଁ ଅନୁମତି ଦେବାକୁ କଲେଜର ପ୍ରିନ୍ସିପାଲଙ୍କୁ ନିବେଦନ କରିଛନ୍ତି । ପ୍ରିନ୍ସିପାଲଙ୍କ ସୂଚନା ଅନୁସାରେ, ସେମାନେ ଏକ କମିଟି ଗଠନ କରି ଆବେଦନର ଅନୁଧ୍ୟାନ କରାଯିବ । ଆବଶ୍ୟକ ସ୍ଥଳେ ସେପରି କିଛି ଅନୁମତି ମଧ୍ୟ ମିଳିପାରେ । 2020 ବ୍ୟାଚର ଜଣେ ମେଡିକାଲ ଛାତ୍ରୀ ଚଳିତମାସ 26 ତାରିଖରେ ପ୍ରିନ୍ସପାଲଙ୍କୁ ଲେଖିଥିବା ଆବେଦନ ପତ୍ରରେ ଦର୍ଶାଇଛନ୍ତି, ଅପରେସନ ଥିଏଟର ମଧ୍ୟରେ ଲମ୍ବା ସ୍କାର୍ଫ ଜ୍ୟାକେଟ ପରି ପୋଷାକ ସହ ସର୍ଜିକାଲ ହୁଡ ପ୍ରଦାନ କରିବାକୁ ଅନୁମତି ମିଳୁ । ଏହି ଆବେଦନପତ୍ରରେ ଅନ୍ୟ 6 ଜଣ ମୁସଲିମ ଡାକ୍ତରୀ ଛାତ୍ରୀ ମଧ୍ୟ ସ୍ବାକ୍ଷର କରିଛନ୍ତି । ଏହି ଆବେଦନକାରୀ 6 ଛାତ୍ରୀ ପୃଥକ ପୃଥକ ବର୍ଷର ଛାତ୍ରୀ ।

ସେମାନେ ପତ୍ରରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି, ହିଜାବ ମୁସଲିମ ମହିଳାମାନଙ୍କୁ ସମସ୍ତ ପରିସ୍ଥିତିରେ ପରିଧାନ କରିବା ପାଇଁ ଧର୍ମ କହୁଛି । ହେଲେ ସେମାନଙ୍କୁ ଅପରେସନ ଥିଏଟରରେ ହିଜାବ ପରିଧାନ କରିବାକୁ ଅନୁମତି ମିଳୁନାହିଁ । ତେଣୁ ସେମାନଙ୍କୁ ଏହି ପରି ପୋଷାକ ସହ ସର୍ଜରୀ ହୁଡ ପରିଧାନ କରି ଅପରେସନ କକ୍ଷକୁ ଯିବାରେ ଅନୁମତି ପ୍ରଦାନ କରାଯାଉ ବୋଲି ସେମାନେ ଅନୁମତି ମାଗିବା ପରେ କଲେଜ କର୍ତ୍ତୃପକ୍ଷ ଏହା ଉପରେ ବିଚାର ବିମର୍ଶ କରିବା ପାଇଁ ଏକ କମିଟି ଗଠନ କରିବାକୁ ଯାଉଛନ୍ତି ।

ଗତବର୍ଷ କର୍ଣ୍ଣାଟକରେ ଏହି ହିଜାବ ବିବାଦ ଚରମ ସୀମାରେ ପହଞ୍ଚିଥିଲା । ଏକାଧିକ ସ୍କୁଲ, କଲେଜରେ ହିଜାବ ବିବାଦ ଦେଖିବାକୁ ମିଳିଥିଲା । ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଦୀର୍ଘ କିଛି ମାସର ବ୍ୟବଧାନ ପରେ କୌଣସି ଶିକ୍ଷାନୁଷ୍ଠାନରେ ନିର୍ଦ୍ଧାରିତ ଡ୍ରେସ କୋଡ ଛଡା କୌଣସି ଧର୍ମୀୟ ପୋଷାକକୁ ଅନୁମତି ମିଳିପାରିବ ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟ ରାୟ ଦେବା ପରେ ସ୍ଥିତିରେ ସୁଧାର ଆସିଥିଲା । ଏବେ କେରଳରେ ଏହି ଘଟଣା ସାମ୍ନାକୁ ଆସିବା ପରେ ମେଡିକାଲ କଲେଜ କର୍ତ୍ତୃପକ୍ଷ କଣ ନିଷ୍ପତ୍ତି ଗ୍ରହଣ କରୁଛନ୍ତି, ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.