ETV Bharat / bharat

Omicron Fear: କେରଳକୁ ଫେରିଲା ନାଇଟ କର୍ଫ୍ୟୁ

author img

By

Published : Dec 28, 2021, 9:31 AM IST

କେରଳରେ ଓମିକ୍ରନ ମାମଲା ବୃଦ୍ଧି ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେରଳରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି (Night curfew in kerala) । ଡିସେମ୍ବର ୩୦ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

Omicron Fear:  କେରଳକୁ ଫେରିଲା ନାଇOmicron Fear:  କେରଳକୁ ଫେରିଲା ନାଇଟ କର୍ଫ୍ୟୁଟ କର୍ଫ୍ୟୁ
Omicron Fear: କେରଳକୁ ଫେରିଲା ନାଇଟ କର୍ଫ୍ୟୁ

ଥିରୁବନନ୍ତପୁରମ: ଚିନ୍ତା ବଢାଇଲାଣି ଓମିକ୍ରନ । ଦେଶରେ ଏବେ ଓମିକ୍ରନ ସଂକ୍ରମଣ ବୃଦ୍ଧି ହେବା ସହ ଗୋଟିଏ ପରେ ଗୋଟିଏ ରାଜ୍ୟରେ ସଂକ୍ରମତି ଚିହ୍ନଟ ହେଉଛନ୍ତି । ତେବେ କେରଳରେ ଓମିକ୍ରନ ମାମଲା ବୃଦ୍ଧି ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେରଳରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି (Night curfew in kerala) । ଆସନ୍ତା ଡିସେମ୍ବର ୩୦ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଜାରି କରିଛନ୍ତି କେରଳ ସରକାର । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।

ସେହିପରି କର୍ଫ୍ୟୁ ସମୟରେ ରାଜ୍ୟର ବାର୍, ହୋଟେଲ, କ୍ଲବ୍ ଏବଂ ରେସ୍ତୋରାଁ ଗୁଡିକୁ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ସାଧାରଣ ସମାବେଶକୁ ବାରଣ କରାଯାଇଥିବା ବେଳେ ବେଳାଭୂମି, ସପିଂ ମଲ୍, ସର୍ବସାଧାରଣ ପାର୍କ ଏବଂ କେରଳର ଅନ୍ୟାନ୍ୟ ସ୍ଥାନ ମଧ୍ୟ କଡା ନଜରରେ ରଖାଯିବ ବୋଲି କେରଳ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ରାଜ୍ୟରେ ଏବେ ଓମିକ୍ରନ ମାମଲା ୫୭କୁ ବୃଦ୍ଧି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.