ETV Bharat / bharat

‘ଦ୍ୱିତୀୟ ଲହର ସମୟରେ କେରଳ ନୂଆ ସଙ୍କଟର ସାମ୍ନା କରିଛି’

author img

By

Published : Sep 11, 2021, 4:42 PM IST

ସଂକ୍ରମଣ କବଳରେ କେରଳ । ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ହୋଇଛି ଦ୍ବିତୀୟ ଲହର । ଦ୍ବିତୀୟ ଲହର ସମୟରେ ରାଜ୍ୟ ଅନେକ ସଙ୍କଟର ସାମ୍ନା କରିଥିବା କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଅଧିକ ପଢନ୍ତୁ...

‘ଦ୍ୱିତୀୟ ଲହର ସମୟରେ କେରଳ ନୂଆ ସଙ୍କଟର ସାମ୍ନା କରିଛି’
‘ଦ୍ୱିତୀୟ ଲହର ସମୟରେ କେରଳ ନୂଆ ସଙ୍କଟର ସାମ୍ନା କରିଛି’

ଥିରୁଅନନ୍ତପୁରମ : ସଂକ୍ରମଣ କବଳରେ କେରଳ । ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ହୋଇଛି ଦ୍ବିତୀୟ ଲହର । ଦ୍ବିତୀୟ ଲହର ସମୟରେ ରାଜ୍ୟ ଅନେକ ସଙ୍କଟର ସାମ୍ନା କରିଥିବା କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ସେପ୍ଟେମ୍ବର 3 ରୁ 9 ମଧ୍ୟରେ ହାରାହାରି ସକ୍ରିୟ ମାମଲା 2,42,278 ଥିଲା। କେବଳ 13 ପ୍ରତିଶତ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏକ ପ୍ରତିଶତ ରୋଗୀ ଆଇସିୟୁରେ ଚିକିତ୍ସିତ ହୋଇଥିଲେ। ସେହି ସମୟରେ ମଧ୍ୟ 1 ଲକ୍ଷ 87 ହଜାର 561 ନୂଆ ମାମଲା ଚିହ୍ନଟ ହୋଇଥିଲା । ଗତ ସପ୍ତାହ ତୁଳନାରେ ଏ ସପ୍ତାହରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 21,000କୁ ହ୍ରାସ ପାଇଛି ।

ପ୍ରଥମ ଲହରରେ ICMR ଦେଇଥିବା ରିପୋର୍ଟରେ ରାଜ୍ୟରେ କୋରୋନାର ପ୍ରଭାବ ବହୁତ କମ ଥିଲା । ପ୍ରଥମ ଲହରରେ ରାଜ୍ୟରେ ପ୍ରାୟ 11% ଲୋକ ସଂକ୍ରମିତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଅଧିକ ଜନସଂଖ୍ୟା କାରଣରୁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମୃତ୍ୟୁହାର ଅଧିକ ଥିଲା । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏପରିକି ମୃତ୍ୟୁ ହାରରେ ମଧ୍ୟ ଏପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି ।

ସେପଟେ ମହାମାରୀ ବିରୋଧରେ ମଧ୍ୟ ଟୀକାକରଣ ରାଜ୍ୟରେ ଜୋରଦାର ଚାଲିଛି । ଏବେ ସୁଦ୍ଧା ୧୮ ବର୍ଷରୁ ଅଧିକ ଥିବା ହିତାଧିକାରୀଙ୍କୁ ପ୍ରଥମ ଡୋଜ ଦିଆଯାଉଛି । ଯାହା ସେପ୍ଟେମ୍ବର 30 ସୁଦ୍ଧା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ କୋରୋନା କାଳରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଶେଷଜ୍ଞଙ୍କ ସହ ଆଲୋଚନା ଚାଲିଛି । ରାଜ୍ୟରେ ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରର ପୁନରୁତ୍ଥାନ ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ହେବା ଆବଶ୍ୟକ। ଏନେଇ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ । କଲେଜ ଖୋଲିଲା ପରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟିକା ଦିଆଯିବ । ଛାତ୍ରଛାତ୍ରୀ କଲେଜ ଆସିବା ପୂର୍ବରୁ ସମସ୍ତ ଅତି କମରେ ଗୋଟିଏ ଟିକା ନେବା ଉଚିତ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କେରଳର 78 ପ୍ରତିଶତ ୧୮ବୟସର ଅଧିକ ଲୋକଙ୍କୁ କୋରୋନା ଟିକା ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.