ETV Bharat / bharat

KBC 13; ହିମାନୀ ବୁନ୍ଦେଲା ହେଲେ ପ୍ରଥମ କୋଟିପତି

author img

By

Published : Aug 27, 2021, 10:00 AM IST

କୌନ୍ ବନେଗା କରୋଡପତି ସିଜିନ-୧୩କୁ ମିଳିଛି ତାର ପ୍ରଥମ କୋଟିପତି । ଆଉ ଏହି କୋଟିପତି ହୋଇଛନ୍ତି ଜଣେ ମହିଳା । ଅଧିକ ପଢନ୍ତୁ...

ହିମାନୀ ବୁନ୍ଦେଲା ହେଲେ ପ୍ରଥମ କୋଟିପତି
ହିମାନୀ ବୁନ୍ଦେଲା ହେଲେ ପ୍ରଥମ କୋଟିପତି

ମୁମ୍ବାଇ: କୌନ୍ ବନେଗା କରୋଡପତି ସିଜିନ-୧୩କୁ ମିଳିଛି ତାର ପ୍ରଥମ କୋଟିପତି । ଆଉ ଏହି କୋଟିପତି ହୋଇଛନ୍ତି ଜଣେ ମହିଳା । ମହିଳା ଜଣକ ହେଲେ ଦୃଷ୍ଟିଶକ୍ତି ହରାଇଥିବା ହିମାନୀ ବୁନ୍ଦେଲା ।

ସୋନୀ ଟିଭି ତାର ଅଫିସିଆଲ ପ୍ରୋମୋରେ ହିମାନୀ କୋଟିପତି ହୋଇଥିବା ନେଇ ସୂଚନା ଦେଇଛି । ଅମିତାଭ ବଚ୍ଚନଙ୍କ ଦ୍ବାରା ହୋଷ୍ଟ କରାଯାଉଥିବା KBCରେ ହିମାନୀ ବୁନ୍ଦେଲା ହଟ ସିଟରେ ବସିଥିବା ନଜରକୁ ଆସିଛି । 15ତମ ପ୍ରଶ୍ନର ଉତ୍ତର ଦେଇ ହିମାନୀ ୧ କୋଟି ଟଙ୍କା ଜିତିଛିନ୍ତି । ଏହା ପରେ ସେ ୧୬ତମ ପ୍ରଶ୍ନର ସାମ୍ନା କରିଛନ୍ତି । ଯାହାର ମୂଲ୍ୟ ୭ କୋଟି ରହିଛି ।

ତେବେ ସାତ କୋଟି ପ୍ରଶ୍ନର ଉତ୍ତର ଦେଇ କଣ ହିମାନୀ ଜିତିପାରିବେ ସାତ କୋଟି । ଏହା ଜାଣିବାକୁ ହେଲେ ଦର୍ଶକଙ୍କୁ ଅପକମିଂ ଏପିସୋଡ ଦେଖିବାକୁ ପଡିବ । ୭ କୋଟି ପ୍ରଶ୍ନର ଉତ୍ତରରେ ହିମାନୀ କହିଛନ୍ତି 'ମନ ତ କହୁଛି ଉତ୍ତର ଦେବାକୁ ହେଲେ ଡର ଲାଗୁଛି' । ଯାହା ବି ହେଉ ସେ ଦୃଷ୍ଟିଶକ୍ତି ହରାଇଛନ୍ତି ସତ ହେଲେ ତାଙ୍କ ଇଚ୍ଛାଶକ୍ତି କେବେ ମଉଳିନାହିଁ ।

ଅନ୍ୟ ଏକ ପ୍ରୋମୋରେ ହିମାନୀ ୧୬ତମ ପ୍ରଶ୍ନର ଉତ୍ତର ଆତ୍ମବିଶ୍ବାସର ସହିତ ଦେଇଥିବା ଦେଖିବାକୁ ମିଳିଛି । ଯେତେବେଳେ ଅମିତାଭ ବଚ୍ଚନ ତାଙ୍କୁ ତାଙ୍କ ନିଷ୍ପତ୍ତି ବିଷୟରେ ନିଶ୍ଚିତ ହେବାକୁ କହିଥିଲେ, ସେତେବେଳେ ସେ କହିଥିଲେ, ଯଦି ମୁଁ ଏହି ପରିମାଣ ହରାଉଛି ତେବେ ଏହା ଭଲ, ଏହା ଭଗବାନଙ୍କ ଇଚ୍ଛା ହେବ । ଦୃଷ୍ଟିହୀନ ହୋଇ ବି ଜୀବନକୁ ଆନନ୍ଦର ସହିତ ବଞ୍ଚିଛନ୍ତି ହିମାନୀ । ତାଙ୍କର ସାହାସ ଓ ସକରାତ୍ମକ ମନୋଭାବ ଅନେକଙ୍କୁ ପ୍ରେରଣା ଦେବ ନିଶ୍ଚୟ ।

ପ୍ରକାଶ ଥାଉ କି, ଚଳିତ KBC ସିଜିନ-୧୩ ଅଗଷ୍ଟ ୨୩ରୁ ଆରମ୍ଭ ହୋଇଛି । ଝାଡଖଣ୍ଡର ଜ୍ଞାନ ରାଜ ପ୍ରଥମ ପ୍ରତିଯୋଗୀ ଭାବେ ହଟ ସିଟରେ ବସିଥିଲେ । ସେ ୧୨ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ ଯାଇଥିଲେ ମାତ୍ର ପରବର୍ତ୍ତୀ ପ୍ରଶ୍ନର ଭୁଲ ଉତ୍ତର ଦେଇ ୩ ଲକ୍ଷ ୨୦ ହଜାର ଜିତିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.