ETV Bharat / bharat

ଗାଜାରୁ ଉଦ୍ଧାର ହେଲେ କାଶ୍ମୀର ମହିଳା ଓ ତାଙ୍କ ଝିଅ, ସୁରକ୍ଷିତ ଇଜିପ୍ଟ ସ୍ଥାନାନ୍ତର

author img

By ETV Bharat Odisha Team

Published : Nov 14, 2023, 4:25 PM IST

ଗାଜାରୁ ଉଦ୍ଧାର ହୋଇ ସୁରକ୍ଷିତ ଇଜିପ୍ଟ ସ୍ଥାନାନ୍ତର କାଶ୍ମୀର ମହିଳା ଓ ତାଙ୍କ ଝିଅ (Kashmiri woman, daughter rescued from Gaza) । ସଂଘର୍ଷ ଆରମ୍ଭ (Gaza crisis)ରୁ ଗାଜାରେ ଫସି ରହିଥିଲେ । ଅଧିକ ପଢନ୍ତୁ

ଗାଜାରୁ ଉଦ୍ଧାର ହେଲେ କାଶ୍ମୀର ମହିଳା ଓ ତାଙ୍କ ଝିଅ

ହାଇଦ୍ରାବାଦ: ଯୁଦ୍ଧଗ୍ରସ୍ତ ଗାଜାରୁ ଜଣେ ଭାରତୀୟ ମହିଳା ଓ ତାଙ୍କ ଝିଅଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏମାନେ ଦକ୍ଷିଣ ଗାଜାର ଶରଣାର୍ଥୀ କ୍ୟାମ୍ପରେ ଥିଲେ । ଉଦ୍ଧାର ପାଇଁ ନିବେଦନ କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା । ଭାରତୀୟ ଦୂତାବାସ ସହୟତାରେ ସମାନଙ୍କୁ ଉଦ୍ଧାର କରାଯାଇ ଗତକାଲି (ସୋମବାର) ସଂଧ୍ୟାରେ ରଫା ବର୍ଡର ପୋଷ୍ଟ ମାଧ୍ୟମରେ ଇଜିପ୍ଟକୁ ସ୍ଥାନାନ୍ତରିତ କରାଯାଇଛି । ଏହି ମହିଳାଙ୍କ ଘର କାଶ୍ମୀର ଓ ସେ କିଛି ବର୍ଷ ହେବ ଗାଜାରେ ରହିଆସୁଥିବା ସୂଚନା ମିଳିଛି ।

ଖବର ସରବରାହ ସଂସ୍ଥା PTIର ସୂଚନା ଅନୁସାରେ, ଏହି ମହିଳାଙ୍କ ନାମ ଲୁବନା ନାଜିର ଶବୁ (Lubna Nazir Shaboo) ଓ ତାଙ୍କ ଝିଅଙ୍କ ନାମ କରିମା । ସେମାନେ ଗାଜାରେ ଫସି ରହିଥିବା ସୂଚନା ମିଳିବା ପରେ ଦୂତାବାସ ସେମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରଥିଲା । ଗତକାଲି ସଂଧ୍ୟାରେ ଉଭୟଙ୍କୁ ଦକ୍ଷଣ ଗାଜାରୁ ଇଜିପ୍ଟକୁ ସ୍ଥାନାନ୍ତରିତ କରାଯାଇଛି । ସେମାନେ ଗତକାଲି ରଫା ବର୍ଡର ପୋଷ୍ଟ ମାଧ୍ୟମରେ ଇଜିପ୍ଟର ଅଲ-ଆରିଶ ସହରରେ ପହଞ୍ଚିଥିଲେ । ଆଜି ସେମାନଙ୍କୁ ରାଜଧାନୀ କାଇରୋ ଅଭିମୁଖେ ଅଣାଯିବା ନେଇ ତାଙ୍କ ସ୍ବାମୀ ନେଦାଲ ଟୋମାନ (Nedal Toman) ପିଟିଆଇକୁ ସୂଚନା ଦେଇଛନ୍ତି ।

10 ତାରିଖରେ ଉଦ୍ଧାର ପାଇଁ ଏହି ମହିଳା ଜଣଙ୍କ ଗଣମାଧ୍ୟମର ସାହାଯ୍ୟ ନେଇଥିଲେ । ପରେ ଭାରତୀୟ ଦୂତାବାସ ଟେଲ-ଆଭିଭ ଓ କାଇରୋ ସହଯୋଗରେ ଏହି ଉଦ୍ଧାର ଓ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ କରିଛି । ଏବେ ଦକ୍ଷିଣ ଗାଜାକୁ ସଂଯୋଗ କରୁଥିବା ରଫା ବର୍ଡର ପୋଷ୍ଟ ମାଧ୍ୟମରେ ସ୍ଥାନାନ୍ତରଣ କରାଯାଉଛି । ଗାଜାରେ ଫସି ରହିଥିବା ବିଦେଶୀ ନାଗରିକଙ୍କ ସ୍ଥାନାନ୍ତର କରିବା ପାଇଁ ଉଭୟ ଇସ୍ରାଏଲ ଓ ଇଜିପ୍ଟ ସହମତ ହୋଇଛନ୍ତି ।

ଏହା ମଧ୍ଯ ପଢନ୍ତୁ :-ରାଷ୍ଟ୍ରପତି ବାଇଡେନଙ୍କ ନାତୁଣୀଙ୍କ ଗାଡି ଉପରକୁ ଆକ୍ରମଣ

ମାନବୀୟ ସହାୟତା ସାମଗ୍ରୀ ଓ ବିଦେଶୀ ନାଗରିକଙ୍କ ମୁକ୍ତି ପାଇଁ ଏବେ ଏକମାତ୍ର ମାର୍ଗ ଭାବେ ରଫା ଅନ୍ତର୍ଜାତୀୟ ପୋଷ୍ଟକୁ ବ୍ୟବହାର କରାଯାଉଛି । ଏହି ପୋଷ୍ଟ ଇଜିପ୍ଟ ଓ ଦକ୍ଷିଣ ଗାଜାକୁ ସଂଯୋଗ କରୁଛି । ଅନ୍ୟ ସମସ୍ତ ପଟୁ ଏବେ ମଧ୍ୟ ଗାଜା ଅବରୋଧ ହୋଇରହିଥିବା ବେଳେ ଉତ୍ତର ଗାଜାରେ ଇସ୍ରାଏଲ ଡିଫେନ୍ସ ଫୋର୍ସର ଗ୍ରାଉଣ୍ଡ ଅପରେସନ ଜାରି ରହିଛି । ଦକ୍ଷିଣ ଗାଜାରେ ଲକ୍ଷାଧିକ ପାଲେଷ୍ଟାନୀୟ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । କେବଳ ବିଦେଶୀ ନାଗରିକଙ୍କୁ ଗାଜା ଛାଡ଼ିବା ପାଇଁ ଅନୁମତି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.