ETV Bharat / bharat

ବୁଧବାର ଠୁ ଖୋଲିବ କରତାରପୁର ସାହିବ କରିଡର

author img

By

Published : Nov 16, 2021, 2:33 PM IST

ଆସନ୍ତାକାଲି (ବୁଧବାର) ଠୁ ଖୋଲିବ କରତାରପୁର ସାହିବ କରିଡର । ଏ ନେଇ ଟ୍ବିଟ କରି ସୂଟନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅଧିକ ପଢନ୍ତୁ

ଆସନ୍ତାକାଲି ଖୋଲିବ କରତାରପୁର ସାହିବ କରିଡର
ଆସନ୍ତାକାଲି ଖୋଲିବ କରତାରପୁର ସାହିବ କରିଡର

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପୁଣି ଖୋଲିବ କରତାରପୁର ସାହିବ କରିଡର । ଆସନ୍ତା ୧୯ରେ ଦେଶ ପାଳିବ ଶ୍ରୀ ଗୁରୁ ନାନକ ଦେବଜୀଙ୍କ ପ୍ରକାଶ ଉତ୍ସବ । ଏ ନେଇ ଆସନ୍ତାକାଲିଠୁ(ବୁଧବାର) ଖୋଲିବ କରତାରପୁର ସାହିବ କରିଡର । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

  • The nation is all set to celebrate the Prakash Utsav of Shri Guru Nanak Dev ji on 19th of November and I am sure that PM @NarendraModi govt’s decision to reopen the Kartarpur Sahib corridor will further boost the joy and happiness across the country.

    — Amit Shah (@AmitShah) November 16, 2021 " class="align-text-top noRightClick twitterSection" data=" ">

ଆସନ୍ତାକାଲି କରତାରପୁର କରିଡରକୁ ପୁନଃ ଖୋଲିବା ନେଇ ଆଜି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆଶା କରୁଛି ଏହି ନିଷ୍ପତ୍ତି ଦେଶବାସୀଙ୍କ ମଧ୍ୟରେ ଖୁସି ଭରି ଦେବ ବୋଲି ଟ୍ବିଟ କରି କହିଛନ୍ତି ଗୃହମନ୍ତ୍ରୀ ।

  • In a major decision, that will benefit large numbers of Sikh pilgrims, PM @Narendramodi govt has decided to re-open the Kartarpur Sahib Corridor from tomorrow, Nov 17.
    This decision reflects the immense reverence of Modi govt towards Shri Guru Nanak Dev Ji and our Sikh community.

    — Amit Shah (@AmitShah) November 16, 2021 " class="align-text-top noRightClick twitterSection" data=" ">

ପୂର୍ବରୁ କରତାରପୁର ସାହିବ କରିଡର ଖେଲିବା ନେଇ ପଞ୍ଜାବ, ଜମ୍ମୁ କାଶ୍ମୀର ଓ ଦିଲ୍ଲୀର ବିଜେପିର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଶ୍ରୀ ଗୁରୁ ନାନକ ଦେବଜୀଙ୍କ ଜୟନ୍ତୀ ପାଇଁ କରିଡରକୁ ପୁନଃ ଖୋଲିବା ନେଇ ଦାବି କରିଥିଲେ । ପାକିସ୍ତାନର ଗୁରୁଦ୍ବାର ଦରବାର ସାହିବରୁ ଗୁରୁଦାସପୁର ଜିଲ୍ଲା ଦେରା ବାବା ନାନକ ସାହିବକୁ କରତାପୁର କରିଡର ଏକ ଭିସା ମୁକ୍ତ ସେବା ଯୋଗାଯୋଗ ଦେଇଥାଏ । ମହାମାରୀ କୋରୋନା ପାଇଁ ୨୦୨୦ ମାର୍ଚ୍ଚରୁ ଏହା ବନ୍ଦ ଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.