ETV Bharat / bharat

ଏମିତି ବି ଆସେ ମୃତ୍ୟୁ ! କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ ମଞ୍ଚରେ ଟଳି ପଡିଲେ IIT କାନପୁରର ବରିଷ୍ଠ ପ୍ରଫେସର

author img

By ETV Bharat Odisha Team

Published : Dec 23, 2023, 9:55 PM IST

Kanpur IIT senior professor Sameer Khandekar dies of heart attack: କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ ଟଳି ପଡିଲେ IIT କାନପୁରର ବରିଷ୍ଠ ପ୍ରଫେସର ସମୀର ଖଣ୍ଡେକର । ହଠାତ ଆସିଲା ହୃଦଘାତ । ଛାତ୍ରବତ୍ସଳ ଶିକ୍ଷାବିତଙ୍କ ନିଧନରେ ବିଭିନ୍ନ ମହଲରୁ ଶୋକ । ଅଧିକ ପଢନ୍ତୁ

ଏମିତି ବି ଆସେ ମୃତ୍ୟୁ ! କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ ଟଳି ପଡିଲେ IIT କାନପୁରର ବରିଷ୍ଠ ପ୍ରଫେସର
ଏମିତି ବି ଆସେ ମୃତ୍ୟୁ ! କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ ଟଳି ପଡିଲେ IIT କାନପୁରର ବରିଷ୍ଠ ପ୍ରଫେସର

ଲକ୍ଷ୍ନୌ: ମୃତ୍ୟୁ ଯେ କେତେ ଅପ୍ରତ୍ୟାଶିତ ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି କାନପୁର ଆଇଆଇଟି କ୍ୟାମ୍ପସରେ । କ୍ୟାମ୍ପସରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ ସଂସ୍ଥାନର ବରିଷ୍ଠ ପ୍ରଫେସର ସମୀର ଖଣ୍ଡେକର (55) ଙ୍କର ଆଜି (ଶୁକ୍ରବାର) ହୃଦଘାତରେ ଦେହାନ୍ତ ହୋଇଛି । ସେ ଆଜି କ୍ୟାମ୍ପସର ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମଞ୍ଚରେ ସମ୍ବୋଧିତ କରୁଥିବା ବେଳେ ହଠାତ ହୃଦଘାତର ଶିକାର ହୋଇଥିଲେ । ସେ ମଞ୍ଚରେ ଅଚେତ ହୋଇପଡିବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଏକ ହସ୍ପିଟାଲର କାର୍ଡିଓଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ 55 ବର୍ଷୀୟ ପ୍ରଫେସରଙ୍କର 2019 ରୁ କୋଲେଷ୍ଟ୍ରଲଜନିତ ସମସ୍ୟା ଥିବା କୁହାଯାଉଛି । ସେ ଏଥିପାଇଁ ଚିକିତ୍ସିତ ମଧ୍ୟ ହେଉଥିଲେ । ଦିବଙ୍ଗତ ପ୍ରଫେସରଙ୍କର ପିତା-ମାତା, ପତ୍ନୀ ଓ ପୁଅ ଅଛନ୍ତି । ସଂସ୍ଥାନର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ସହ ସେ ଷ୍ଟୁଡେଣ୍ଟସ୍ ଆଫେୟାର୍ସର ଡିନ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ । ତାଙ୍କ ଅକାଳ ବିୟୋଗରେ ସମଗ୍ର ସଂସ୍ଥାନରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ଜବଲପୁରରେ ଜନ୍ମ:

ପ୍ରଫେସର ସମୀର ଖଣ୍ଡେକର 1971 ମସିହା ନଭେମ୍ବର 10 ତାରିଖରେ ଜବଲପୁରରେ ଜନ୍ମଗ୍ରହଣ କରିଥିଲେ । ଏହା ପରେ, ସେ 2000 ରେ ଅଧ୍ୟୟନ କରିବାକୁ ଆଇଆଇଟି କାନପୁରକୁ ଆସିଥିଲେ । ସେ ଏଠାରୁ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ଉଚ୍ଚଶିକ୍ଷା ପାଇଁ ଜର୍ମାନୀ ମଧ୍ୟ ଯାଇଥିଲେ । ସେ 2004 ରେ ଜର୍ମାନୀରେ ପିଏଚଡି ସମାପ୍ତ କରି ସ୍ବଦେଶ ଫେରିଥିଲେ । ପରେ ସେ ଆଇଆଇଟି କାନପୁରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ତାଙ୍କ ଶିକ୍ଷାବିତ ଜୀବନ ଆରମ୍ଭ କରିଥିଲେ । 2009 ରେ ସେ ଜଣେ ଆସୋସିଏଟ ପ୍ରଫେସର ହୋଇଥିଲେ । 2014 ରେ ସେ ପ୍ରଫେସର ପାହ୍ୟାକୁ ଉନ୍ନିତ ହୋଇଥିଲେ ।

2020 ରେ ହୋଇଥିଲେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗୀୟ ମୁଖ୍ୟ:-

ସଂସ୍ଥାନର ଏକାଧିକ ଦାୟିତ୍ବରେ କାର୍ଯ୍ୟ କରିବା ପରେ ସେ ବର୍ଷ 2020 ରେ ସେ ସଂସ୍ଥାନର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ହୋଇଥିଲେ । 2023 ମସିହାରେ ସେ ଷ୍ଟୁଡେଣ୍ଟ ଆଫେୟାର୍ସର ଡିନର ଦାୟିତ୍ବ ମଧ୍ୟ ଗ୍ରହଣ କରିଥିଲେ । ଜଣେ ଛାତ୍ରବତ୍ସଳ ଶିକ୍ଷାବିତ ଭାବରେ ସେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରିୟ ଥିଲେ । ଆଜି ତାଙ୍କ ଅକାଳ ବିୟୋଗରେ ସଂସ୍ଥାନର କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀ ଭାଙ୍ଗି ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.