ETV Bharat / bharat

କମଲ ନାଥଙ୍କ 'ଇଣ୍ଡିଆନ ଭ୍ୟାରିଆଣ୍ଟ' ବୟାନ, ଭାରତକୁ ଅପମାନିତ କରିଛି କହିଲେ ଜାଭଡେକର

author img

By

Published : May 22, 2021, 10:10 PM IST

ଭାରତରେ କୋରୋନା ସ୍ଥିତିକୁ ନେଇ କଂଗ୍ରେସ ନେତା କମଲ ନାଥ ଇଣ୍ଡିଆନ ଭ୍ୟାରିଆଣ୍ଟ ବୋଲି କହିଛନ୍ତି । ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ଅଧିକ ପଢନ୍ତୁ...

union minister Prakash Javedkar
କମଲ ନାଥଙ୍କ 'ଇଣ୍ଡିଆନ ଭ୍ୟାରିଆଣ୍ଟ' ଭାରତକୁ ଅପମାନିତ କରିଛି କିହିଲେ ଜାଭେଡକର

ନୂଆଦିଲ୍ଲୀ: ଭାରତରେ କୋରୋନା ସ୍ଥିତିକୁ ନେଇ କଂଗ୍ରେସ ନେତା କମଲ ନାଥ ଇଣ୍ଡିଆନ ଭ୍ୟାରିଆଣ୍ଟ ବୋଲି କହିଛନ୍ତି । ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । କଂଗ୍ରେସ କିଭଳି ଭାବରେ ଦେଶର ମହାମାରୀ ସମୟରେ ଦାୟିତ୍ବହୀନ ମନ୍ତବ୍ୟ ଦେଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ମହାମାରୀ କୋରୋନାର ପରିଚାଳନାକୁ ନେଇ କେନ୍ଦ୍ର ସରକାରଙ୍କୁ ଚାରିଆଡୁ ଘେରୁଛି କଂଗ୍ରେସ । କେତେବେଳ ଟୁଲକିଟ ମାମଲାକୁ ନେଇ ତ କେତେବେଳେ ସରକାରଙ୍କ କୋରୋନା ପରିଚାଳନାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରୁଛି କଂଗ୍ରେସ । ଏଭଳି ସ୍ଥିତିରେ ଭାରତରେ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ଦେଶର ସ୍ଥିତିକୁ ଦୋହଲାଇ ଦେଇଛି । ଏହାକୁ ନେଇ ବିରୋଧୀ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଜୋରଦାର ସମାଲୋଚନା କରିବାକୁ ପଛାଇନାହିଁ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଦେଶର କୋରୋନା ସ୍ଥିତିକୁ ନେଇ ' ହମାରୀ ପେହଚାନ, ମେରା ଭାରତ କୋଭିଡ' ଯାହାକୁ ଇଣ୍ଡିଆନ ଭ୍ୟାରିଆଣ୍ଟ ବୋଲି କହିଥିଲେ । ସେପଟେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କମଲନାଥଙ୍କ ଏଭଳି ମନ୍ତବ୍ୟ ଭାରତକୁ ଅପମାନିତ କରୁଛି । ଏହି ମନ୍ତବ୍ୟ କଂଗ୍ରେସର ଅନ୍ୟ ନେତା ମାନେ ମଧ୍ୟ ଦେଉଛନ୍ତି । ଏହା ସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ କୌଣସି ଦେଶର ଭ୍ୟାରିଅଣ୍ଟ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜାଭଡେକର ।

ସେହିପରି କୋରୋନା ଭ୍ୟାରିଆଣ୍ଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ନିକଟରେ ସେ ସିଙ୍ଗାପୁରରୁ ଆସୁଥିବା ସମସ୍ତ ବିମାନକୁ ବନ୍ଦ କରିବା ପାଇଁ କହିଥିଲେ । ସିଙ୍ଗାପୁର ଭ୍ୟାରିଅଣ୍ଟ ଭାରତରେ ପ୍ରବେଶ କରିବ ଏହା ଛୋଟ ଶିଶୁ ମାନଙ୍କୁ ଆକ୍ରାନ୍ତ କରିବ ବୋଲି କହିଥିଲେ । ଏହା ପରେ ଭାରତ ବୈଦେଶିକ ମନ୍ତ୍ରଣାଳୟ କେଜ୍ରିୱାଲଙ୍କୁ ସମାଲୋଚନା କରିଥିଲା ।

ସେପଟେ ଏହାର ଜବାବ ରଖି କଂଗ୍ରେସ ନେତା କମଲନାଥ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶରେ କୋରୋନା ପରିଚାଳନାକୁ ସଠିକ ଢଙ୍ଗରେ ନ କରି କେବଳ ରାଜନୀତି କରୁଛି। ସୂଚନାଥାଉକି କୋରୋନା ପରିଚାଳନାକୁ ପିଏମ ମୋଦିଙ୍କୁ ଦେଶରେ ବିରୋଧୀଙ୍କ ପ୍ରବଳ ସମାଲୋଚନାର ଶିକାର ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.