ETV Bharat / bharat

କଂଗ୍ରେସକୁ ଜେଡିୟୁ ନେତାଙ୍କ ତାଚ୍ଛଲ୍ୟ; କହିଲେ ସିଙ୍ଗଡା ପାଇଁ ବି ଦଳ ପାଖରେ ପଇସା ନାହିଁ

author img

By ETV Bharat Odisha Team

Published : Dec 21, 2023, 8:18 AM IST

JDU MP dig at Congress: ଇଣ୍ଡିଆ ମେଣ୍ଟ ବୈଠକରେ ସିଙ୍ଗଡା ଦିଆନଯିବାରୁ କଂଗ୍ରେସକୁ କଟାକ୍ଷ କଲେ ଜେଡିୟୁ ସାଂସଦ । କହିଲେ ସିଙ୍ଗଡା ପାଇଁ ବି ଦଳ ପାଖରେ ପଇସା ନାହିଁ । ଅଧିକ ପଢନ୍ତୁ

କଂଗ୍ରେସକୁ ଜେଡିୟୁ ନେତାଙ୍କ କଟାକ୍ଷ
କଂଗ୍ରେସକୁ ଜେଡିୟୁ ନେତାଙ୍କ କଟାକ୍ଷ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ବୈଠକରେ ଚା' ସହ ସିଙ୍ଗଡା ଦିଆନଯିବାରୁ କଂଗ୍ରେସକୁ କଟାକ୍ଷ କରିଛନ୍ତି ଜେଡିୟୁ ନେତା । ସିଙ୍ଗଡା କିଣିବାକୁ ବି ଦଳ ପାଖରେ ପଇସା ନାହିଁ । ଆଗରୁ ମେଣ୍ଟର ବୈଠକ ହେଲେ ଚା' ଓ ସିଙ୍ଗଡା ଦିଆଯାଉଥିଲା । ହେଲେ ମଙ୍ଗଳବାର ଅନୁଷ୍ଠିତ ବୈଠକ କେବଳ ଚା' ବିସ୍କୁଟରେ ସୀମିତା ଥିଲା । ତେଣୁ ସିଙ୍ଗଡା ପାଇଁ କଂଗ୍ରେସ ପାଖରେ ପଇସା ନାହିଁ ବୋଲି କହି କଂଗ୍ରେସକୁ ତାଚ୍ଛଲ୍ୟ କରିଛନ୍ତି ଜେଡିୟୁ ସାଂସଦ ସୁନୀଲ କୁମାର ପିଣ୍ଟୁ ।

ଜେଡିୟୁ ସାଂସଦ କହିଛନ୍ତି, "ଦିଲ୍ଲୀରେ ମେଣ୍ଟର ଚତୁର୍ଥ ବୈଠକରେ ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତା ଯୋଗ ଦେଇଥିଲେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏଥିରେ ଆସନ ବୁଝାମଣା ସଂକ୍ରାନ୍ତରେ ଆଲୋଚନା ହେବାର ଥିଲା । ମାତ୍ର ସେଭଳି କିଛି ଆଲୋଚନା ହୋଇନଥିଲା । ଏଥର ମେଣ୍ଟର ବୈଠକ କେବଳ ଚା' ଓ ବିସ୍କୁଟରେ ସୀମିତ ଥିଲା । ସିଙ୍ଗଡା କିଣିବା ପାଇଁ ବି କଂଗ୍ରେସ ପାଖରେ ପଇସା ନାହିଁ । କାରଣ ନିକଟରେ କଂଗ୍ରେସ କହିଥିଲା ଯେ, ତା' ପାଖରେ ପାଣ୍ଠିର ଅଭାବ ଅଛି । ତେଣୁ ଦଳ ୧୩୮, ୧୩୮୦ ଓ ୧୩,୮୦୦ ଟଙ୍କା ଆକାରରେ ଡୋନେସନ (ଦାନ) ଆଦାୟ କରିବାକୁ କହିଥିଲା । ହେଲେ ସେହି ଡୋନେସନ ଏଯାଏଁ ମିଳିନଥିବାରୁ ମଙ୍ଗଳବାର ବୈଠକ ବିନା ସିଙ୍ଗଡାରେ କେବଳ ଚା' ବିସ୍କୁଟ ସାରିବାକୁ ପଡ଼ିଲା । ଯେଉଁ ପ୍ରସଙ୍ଗରେ ଆଲୋଚନା ପାଇଁ ବୈଠକ ଡକାଯାଇଥିଲା, ତା' ଉପରେ ବି କିଛି ଆଲୋଚନା ହୋଇନଥିଲା ।"

ଏହା ମଧ୍ୟ ପଢନ୍ତୁ: ନୀତିଶ କୁମାରଙ୍କୁ କର ‘ଇଣ୍ଡିଆ’ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ପାଟନାରେ ପୋଷ୍ଟର ମାରିଲେ ସମର୍ଥକ

ଏହା ମଧ୍ୟ ପଢନ୍ତୁ : ‘ଇଣ୍ଡିଆ’ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଖଡ଼ଗେ ! ବୈଠକରେ ପ୍ରସ୍ତାବ ଦେଲେ ଦିଦି ଓ କେଜ୍ରିଓ୍ବାଲ

ଜେଡିୟୁ ସାଂସଦଙ୍କ ଏଭଳି ବୟାନରେ ବିଜେପି ନେତା ଅମିତ ମାଲଭିୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟ ବୈଠକରେ ସିଙ୍ଗଡ଼ା ଦିଆନଯିବାରୁ ନୀତିଶ କୁମାରଙ୍କ ସାଂସଦମାନେ ଅସନ୍ତୁଷ୍ଟ ହୋଇଛନ୍ତି । ବୈଠକରେ କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇନଥିବା ଅଭିଯୋଗ କରୁଛନ୍ତି । ତେବେ ଯେପର୍ଯ୍ୟନ୍ତ ବିରୋଧୀ ମେଣ୍ଟ ନୀତିଶ କୁମାରକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିନି, ସେପର୍ଯ୍ୟନ୍ତ ଏହିଭଳି ଅଭିଯୋଗ ଶୁଣିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ: କାଲି ହାଇକମାଣ୍ଡଙ୍କ ସହ ୨୪ ନିର୍ବାଚନ ପାଇଁ ରଣନୀତି ନିର୍ଣ୍ଣୟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.