ETV Bharat / bharat

ଆଜିଠୁ ଜମ୍ମୁରେ ନାଇଟ କର୍ଫ୍ୟୁ ଲାଗୁ

author img

By

Published : Nov 17, 2021, 2:22 PM IST

ଆଜିଠୁ ଜମ୍ମୁରେ ଲାଗୁ ହେବ ନାଇଟ କର୍ଫ୍ୟୁ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିଆଯାଇଛି ପଦକ୍ଷେପ । ଅଧିକ ପଢନ୍ତୁ

ଆଜିଠୁ ଜାମ୍ମୁରେ ଲାଗୁ ହେବ ନାଇଟ କର୍ଫ୍ୟୁ
ଆଜିଠୁ ଜାମ୍ମୁରେ ଲାଗୁ ହେବ ନାଇଟ କର୍ଫ୍ୟୁ

ଶ୍ରୀନଗର: ଆଜିଠୁ ଜମ୍ମୁରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ରାତି ୧୦ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଜମ୍ମୁ, ଉଧମପୁର, କାଠୁଆ, ଶ୍ରୀନଗର, ବାରମୁଲା, ବଡଗାମ, ଅନନ୍ତନାଗ ଏବଂ କୁପୱାଡା ଆଦି ଜିଲ୍ଲାଗୁଡିକରେ କର୍ଫ୍ୟୁ କଡାକଡି ପାଳନ କରାଯିବ ।

ଗତ କିଛି ଦିନ ହେଲା ଜମ୍ମୁରେ ସଂକ୍ରମଣ ବଢିଛି । ପଜିଟିଭି ରେଟ୍ ୦.୨ ପ୍ରତିଶତ ବୃଦ୍ଧି ପାଇଛି । ତେଣୁ ସଂକ୍ରମଣ ରୋକିବାକୁ କର୍ଫ୍ୟୁ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜମ୍ମୁ ଜିଲ୍ଲାପାଳ ଅନସୁଲ ଗର୍ଗ ।

ବର୍ତ୍ତମାନ ସୁଦ୍ଧା ଜମ୍ମୁ-କାଶ୍ମୀରରେ ୧,୫୧୭ଟି ସକ୍ରିୟ ମାମଲା ଚିହ୍ନଟ ହୋଇଛି । ସେହିପରି ମୋଟ ୪,୪୫୩ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଏଯାବତ୍ ୩,୨୮,୩୧୮ ଜଣ ସୁସ୍ଥ ହୋଇଛନ୍ତି । ପୂର୍ବରୁ ଗତ ଏପ୍ରିଲ ଓ ସେପ୍ଟେମ୍ବର ମାସରେ ଜମ୍ମୁ କାଶ୍ମୀରରେ ନାଇଟ କର୍ଫ୍ୟୁ ଜାରି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.