ETV Bharat / bharat

Jaishankar To Visit Moscow: ଆସନ୍ତା ୮ରେ ମସ୍କୋ ଯିବେ ବୈଦେଶିକ ମନ୍ତ୍ରୀ

author img

By

Published : Oct 27, 2022, 9:54 PM IST

ନଭେମ୍ବର ୮ ତାରିଖରେ ଋଷ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର (MEA Jaishankar to visit Russia)। ମସ୍କୋରେ ଋଷ ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ସହ ଅନ୍ତର୍ଜାତୀୟ କ୍ରମବିକାଶଃ ନେଇ ଆଲୋଚନା । ଅଧିକ ପଢନ୍ତୁ

Jaishankar to visit Moscow: ଆସନ୍ତାମାସ ୮ ରେ ମସ୍କୋ ଯିବେ ବୈଦେଶିକ ମନ୍ତ୍ରୀ
Jaishankar to visit Moscow: ଆସନ୍ତାମାସ ୮ ରେ ମସ୍କୋ ଯିବେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ-ଋଷ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହେବ ପ୍ରତ୍ୟେକ୍ଷ ଆଲୋଚନା । ଏଥିପାଇଁ ଆସନ୍ତା ମାସ (ନଭେମ୍ବର) ୮ ତାରିଖରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର (MEA Jaishankar to visit Russia) ମସ୍କୋ ଗସ୍ତ କରୁଛନ୍ତି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ଋଷ ପ୍ରତିପକ୍ଷ ସର୍ଗେଇ ଲାଭର୍ବଙ୍କ ମଧ୍ୟରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ଏକାଧିକ ସମୂହ ପ୍ରସଙ୍ଗରେ ପାରସ୍ପାରିକ ସହଯୋଗ ସହ ବର୍ତ୍ତମାନ ସମୟରେ ବୌଶ୍ବିକ ସ୍ଥିତି ଓ ଏହାର କ୍ରମବିକାଶଃ ନେଇ ମଧ୍ୟ ଆଲୋଚନା ହେବାର ସୂଚନା ମିଳିଛି ।

  • On November 8 in Moscow, Russian Foreign Minister Sergey Lavrov will have talks with EAM Dr S Jaishankar. The Ministers will discuss the current state of bilateral relations and the international agenda: Russian Foreign Ministry Spokeswoman Maria Zakharova

    (File photo) pic.twitter.com/MMZBpU4uUO

    — ANI (@ANI) October 27, 2022 " class="align-text-top noRightClick twitterSection" data=" ">

ଏନେଇ ଋଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖରୋଭା ( Maria Zakharova)ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁଇ ନେତା ଏହି ସମସ୍ତ ପ୍ରସଙ୍ଗରେ ମତ ବିନିମୟ କରିବେ । ବର୍ତ୍ତମାନ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ୟୁକ୍ରେନ ସ୍ଥିତି ଓ ତାର ପ୍ରଭାବରେ ସୃଷ୍ଟି ହୋଇଥିବା ପରବର୍ତ୍ତୀ ଅନ୍ତର୍ଜାତୀୟ ସମୀକରଣ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ ।

ତେବେ ଏହା ପୂର୍ବରୁ ଋଷ ପ୍ରତିରକ୍ଷା ମନ୍ତ୍ରୀ ନିଜ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂଙ୍କୁ ୟୁକ୍ରେନ ଯୁଦ୍ଧ ସ୍ଥିତି ସମ୍ପର୍କିତ ଘଟଣାକ୍ରମ ସମ୍ପର୍କରେ ଅବଗତ କରିଥିଲେ । ଏଥିରେ ସେ ୟୁକ୍ରେନ ଋଷ ବିରୋଧରେ ଡାର୍ଟି ବୋମା ବ୍ୟବହାର ନେଇ ମସୁଧା ରଖିଥିବା ନେଇ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ଏବେ ପୁଣି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ରାଜଧାନୀ ମସ୍କୋରେ ସିଧା ଆଲୋଚନା କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.