ETV Bharat / bharat

ମହିଳା IAS ଅଧିକାରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ IRS ଅଧିକାରୀ

author img

By

Published : May 20, 2023, 9:15 PM IST

କେନ୍ଦ୍ର ସରକାରରେ ଯୁଗ୍ମ ସଚିବ ଥିବା ଜଣେ ମହିଳା IAS ଅଧିକାରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ IRS ଅଧିକାରୀ । ଅଧିକ ପଢନ୍ତୁ

ମହିଳା IAS ଅଧିକାରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ IRS ଅଧିକାରୀ
ମହିଳା IAS ଅଧିକାରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ IRS ଅଧିକାରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରରେ ଯୁଗ୍ମ ସଚିବ ଥିବା ଜଣେ ମହିଳା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (IAS)ଙ୍କୁ ଅସଦାଚରଣ ସହ ମାନସିକ ନିର୍ଯାତନା ଦେଉଥିଲେ ଜଣେ ରାଜସ୍ବ ସେବା ଅଧିକାରୀ । ସେ ବି ଦୀର୍ଘ ଗତ 3 ବର୍ଷ ଧରି । ମହିଳା ଅଧିକାରୀଜଣଙ୍କ ଅଭିଯୋଗ କରିବା ପରେ ଏହି ଅଭିଯୁକ୍ତ IRS ଅଧିକାରୀଙ୍କୁ ପୋଲିସ ଗିରଫ କରିଛି । ରାଜଧାନୀ ଦିଲ୍ଲୀରେ ଏପରି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଗିରଫ ଅଭିଯୁକ୍ତ ରାଜସ୍ବ ସେବା ଅଧିକାରୀ ସୋଏଲ ମଲ୍ଲିକ ବୋଲି ଜଣାପଡିଛି । ପୀଡିତା ଆଇଏଏସ ଜଣଙ୍କ ଏବେ କେନ୍ଦ୍ର ସରକାରର ଏକ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ଓ ତାଙ୍କ ସ୍ବାମୀ ମଧ୍ୟ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ।

ମହିଳା ଆଇଏଏସ୍ ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ତାଙ୍କୁ ପ୍ରାୟ 3 ବର୍ଷ ଧରି ନିର୍ଯାତନା ଦେଇ ଆସୁଥିଲା । ସୂଚନା ଅନୁଯାୟୀ, କୋରୋନା ସଂକ୍ରମଣ କାଳରେ ସେ କୌଣସି ଏକ ସ୍ପେଶାଲ ଡ୍ୟୁଟିରେ ଥିବା ସମୟରେ ଅଭିଯୁକ୍ତ ସହ ତାଙ୍କର ସାକ୍ଷାତ ହୋଇଥିଲା । ପରେ ଏହି ଅଭିଯୁକ୍ତ ରାଜସ୍ବ ସେବା ଅଧିକାରୀଜଣଙ୍କ ତାଙ୍କୁ ନିୟମିତ ହଇରାଣ କରିବା ଆରମ୍ଭ କରିଥିଲେ । ତାଙ୍କୁ ଭେଟିବା ପାଇଁ ବାରମ୍ବାର ଚାପ ମଧ୍ୟ ପକାଉଥିଲେ । ବାରମ୍ବାର କଲ ଓ ମେସେଜରେ ଅସାଳୀନ ବାର୍ତ୍ତା ପଠାଇବା ସହ ଦୁର୍ବ୍ୟବହାର କରିଥିଲେ । ସେ ଏପରି ନକଲେ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଭାଇରାଲ କରି ସେ ତାଙ୍କୁ ବଦନାମ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ମହିଳା ଆଇଏଏସ ଅଧିକାରୀଜଣଙ୍କ ତାଙ୍କୁ ବୁଝାଇବ ସହ ଏସବୁରୁ କ୍ଷାନ୍ତ ରହିବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ସେ ସେସବୁ ବନ୍ଦ କରିନଥିଲେ ।

ଦୀର୍ଘ ବର୍ଷର ଏପରି ନିର୍ଯାତନାରେ ମହିଳା ଅଧିକାରୀଜଣଙ୍କ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ଏହି ଅଭିଯୁକ୍ତ ରାଜସ୍ବ ସେବା ଅଧିକାରୀ ସୋଏଲ ମଲ୍ଲିକକୁ ଗିରଫ କରିଛି । ପ୍ରାଥମିକ ଜେରା ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ମାମଲାର ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ । ହେଲେ ଜଣେ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଅନ୍ୟ ଜଣେ କନିଷ୍ଠ ପ୍ୟାହାର ଅଧିକାରୀ ଏପରି ନିର୍ଯାତନା ଦେବାକୁ ସାହାସ କହିବା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.