ETV Bharat / bharat

International Tiger Day: ବାଘ ସୁରକ୍ଷା ଆମ ଦାୟିତ୍ବ

author img

By

Published : Jul 29, 2021, 10:08 AM IST

ଆଜି ବିଶ୍ବ ବ୍ୟାଘ୍ର ଦିବସ । ବ୍ୟାଘ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 2010ରୁ ସାରା ବିଶ୍ବରେ ଜୁଲାଇ 29କୁ ବିଶ୍ବ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି । ଅଧିକ ପଢନ୍ତୁ...

ବିଶ୍ବ ବାଘ୍ର ଦିବସ: ତାଙ୍କ ସୁରକ୍ଷା ଆମ ଦାୟିତ୍ବ
ବିଶ୍ବ ବାଘ୍ର ଦିବସ: ତାଙ୍କ ସୁରକ୍ଷା ଆମ ଦାୟିତ୍ବ

ହାଇଦ୍ରାବାଦ: ଆଜି ବିଶ୍ବ ବ୍ୟାଘ୍ର ଦିବସ, ଆଉ ଭାରତୀୟଙ୍କ ପାଇଁ ଜାତୀୟ ପଶୁ ଦିବସ । ବାଘକୁ ନେଇ ଭାରତୀୟଙ୍କ ମନରେ ଏକ ଭିନ୍ନ ଭାବନା । ପିଲାଙ୍କ ମନରେ ଭୟ ସାଙ୍ଗକୁ କୌତୁହଳତା ସୃଷ୍ଟି କରେ ବାଘ । ଓଡିଆର ଟୁନା-ଟୁନି ଗପ ହେଉ କିମ୍ବା ଦୁଷ୍ଟ ହେଲେ ମାଆର ବାଘ ଭୟ ଏସବୁକୁ ନେଇ ସଭିଙ୍କ ମନରେ ବାଘର ଏକ ସ୍ବତନ୍ତ୍ର ପରିଚୟ । ଜଙ୍ଗଲରେ ଶତାଧିକ ହିଂସ୍ର ପଶୁଙ୍କୁ ବାଦ୍ ଦେଇ ଭାରତର ଜାତୀୟ ପଶୁ ଭାବେ ପରିଗଣତ ହୁଏ ବାଘ । ଏ ଦୃଷ୍ଟିରୁ ବିଶ୍ବ ବ୍ୟାଘ୍ର ଦିବସ ଭାରତୀୟଙ୍କ ପାଇଁ ଟିକେ ନିଆରା ।

ମାତ୍ର ତଥ୍ୟ ଅନୁଯାୟୀ ଓଡିଶାରେ ଧିରେ ଧିରେ ଲୋପ୍ ପାଇବାକୁ ବସିଛି ବାଘଙ୍କ ପ୍ରଜାତି । ଏପରିକି ଏହି ବିରଳ ପ୍ରଜାତିର ବିଲୋପନ ଆଶଙ୍କା ମଧ୍ୟ କରାଯାଉଛି । ଏସବୁ ପାଇଁ ମୁଖ୍ୟ କାରଣ ଜଙ୍ଗଲ କ୍ଷୟ ବୋଲି ମାନିନେବା । ଧିରେ ଧିରେ ମାନବ ସମାଜର ଦୃତ ବୃଦ୍ଧି ହେଉଥିବାରୁ ବାସ ନିମନ୍ତେ ବୃକ୍ଷରାଜି ଛେଦନ ସହ ଜଙ୍ଗଲ କ୍ଷୟ ହେଉଛି, ମଣିଷ ତା'ର ନିହୀତ ସ୍ବାର୍ଥ ଉଦ୍ଦେଶ୍ୟରେ ବ୍ୟାଘ୍ର ଶିକାର କରୁଛି । ଫଳରେ ଏହି ବିରଳ ପ୍ରାଣୀଙ୍କ ସଂଖ୍ୟା ଧିରେ ଧିରେ କମିବାକୁ ଲାଗୁଛି । ତେଣୁ ଏହାର ସଂରକ୍ଷଣ ଦିଗରେ ସମସ୍ତେ ସଚେତନ ହେବା ପାଇଁ ଆଜିର ତାରିଖ ଅର୍ଥାତ୍ ପ୍ରତିବର୍ଷ ଜୁଲାଇ 29 କୁ ବିଶ୍ବ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି ।

ଅନ୍ୟପଟେ ରାଜ୍ୟରେ ଆଉ ବାଘ ଖୋଜିଲେ ମଧ୍ୟ ମିଳୁନାହାନ୍ତି । କାରଣ 2008 ଗଣନା ଅନୁଯାୟୀ ରାଜ୍ୟରେ ମୋଟ 28ଟି ବାଘ ଅଛନ୍ତି । ଏକଦା ମହାବାଳ ବାଘକୁ ନେଇ ବିଶ୍ବ ବିଖ୍ୟାତ ଥିବା ମୟୂରଭଞ୍ଜର ଶିମିଳିପାଳ ଅଭ୍ୟାରଣ୍ୟରେ ଆଉ ବାଘ ଦେଖିବାକୁ ମିଳୁନାହିଁ । କାହିଁ କେତେ ବର୍ଷ ତଳେ ଏଠାରେ ବାଘ ଦେଖିଥିଲେ ପର୍ଯ୍ୟଟକ ।

ସମ୍ପ୍ରତ୍ତି ସାରା ଦେଶରେ ମୋଟ 3 ହଜାର 900 ମହାବାଳ ବାଘ ଅଛନ୍ତି । ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ବାଘଙ୍କ ସଂଖ୍ୟା 95 ପ୍ରତିଶତ ଲୋପ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି 2010ରୁ ରୁଷିଆର ସେଣ୍ଟ ପିଟସବର୍ଗରେ ଆୟୋଜିତ ବ୍ୟାଘ୍ର ସମ୍ମିଳନୀରେ ସମବେତ ହୋଇ ବ୍ୟାଘ୍ରଙ୍କ ସରକ୍ଷଣ ପାଇଁ 11 ବର୍ଷ ହେବ ବିଶ୍ବ ବ୍ୟାଘ୍ର ଦିବସ ପାଳନ ହେଉଛି ।

ତଥାପି ଭାରତର ଜାତୀୟ ପଶୁର ସୁରକ୍ଷା ନିମନ୍ତେ 1973 ମସିହାରେ ଭାରତ ସରକାରଙ୍କ ପକ୍ଷରୁ 'ପ୍ରୋଜେକ୍ଟ ଟାଇଗର' ଅଭିଯାନ ଆରମ୍ଭ କରାଯାଇଥିଲା । ପ୍ରୋଜେକ୍ଟର 48 ବର୍ଷ ମଧ୍ୟରେ ଯେଉଁ ତଥ୍ୟ ରହିଛି, ତାହା ଖୁସିକର । ଅର୍ଥାତ୍ 'ଟାଇଗର ଜିନ୍ଦା ହେ' । ତଥ୍ୟ ଅନୁସାରେ ଦେଶରେ ବାଘ ସଂଖ୍ୟା 9 ରୁ ବୃଦ୍ଧିପାଇ 50ରେ ପହଞ୍ଚିଛି ।

2006 ମସିହାରେ ଦେଶରେ ବାଘସଂଖ୍ୟା 1411 ଥିଲା, 2010ରେ ଏହା ବୃଦ୍ଧିପାଇ 1706ରେ ପହଞ୍ଚିଥିଲା । ସେହିପରି 2014 ରେ 2226 ଏବଂ 2018 ରେ ବାଘଙ୍କ ସଂଖ୍ୟା ବୃଦ୍ଧିପାଇ 2 ହଜାର 967 ରେ ପହଞ୍ଚିଛି । ସବୁ ପରେ ଜାତୀୟ ପଶୁ ହିସାବରେ ବାଘଙ୍କ ସୁରକ୍ଷା ଏବ୍ଂ ରକ୍ଷଣା ବେକ୍ଷଣା ପ୍ରତିଟି ଭାରତୀୟଙ୍କ ପ୍ରଥମ ଦାୟିତ୍ବ ହେବା ଉଚିତ୍ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଶ୍ବ ବ୍ୟାଘ୍ର ଦିବସରେ 'ସେମାନଙ୍କ ତିଷ୍ଠି ରହିବା ଆମ ହାତରେ' ମୁଦ୍ଦା ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.