ETV Bharat / bharat

ଚାଷୀଙ୍କ ପାଖରେ ପହଞ୍ଚିଲେ ଶିଳ୍ପପତିଙ୍କ ସ୍ତ୍ରୀ

author img

By

Published : Jan 15, 2021, 6:23 PM IST

ଜଣେ ଚାଷୀଙ୍କ ହଳଦୀ ଚାଷକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ କରାଯାଇଥିଲା । ଖବରରେ ଅନୁପ୍ରାଣିତ ହୋଇ ଦେଶ ତଥା ବିଦେଶରେ କର୍ପୋରେଟ୍ ବ୍ୟବସାୟ କରୁଥିବା ସାରଦା ଗ୍ରୁପ୍ ଚେୟାରମ୍ୟାନଙ୍କ ପତ୍ନୀ ଚାଷୀଙ୍କ ନିକଟକୁ ଯାଇ ଚାଷ ସମ୍ବନ୍ଧରେ ପଚାରି ବୁଝିଥିଲେ । ଅଧିକ ପଢନ୍ତୁ...

ଚାଷୀଙ୍କ ପାଖରେ ପହଞ୍ଚିଲେ ଶିଳ୍ପପତିଙ୍କ ସ୍ତ୍ରୀ
ଚାଷୀଙ୍କ ପାଖରେ ପହଞ୍ଚିଲେ ଶିଳ୍ପପତିଙ୍କ ସ୍ତ୍ରୀ

ଜୟପୁର: ଇଟିଭି ଭାରତର ମହାପ୍ରଭାବ । ଜଣେ ଚାଷୀଙ୍କ ହଳଦୀ ଚାଷକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ କରାଯାଇଥିଲା । ଖବରରେ ଅନୁପ୍ରାଣିତ ହୋଇ ଦେଶ ତଥା ବିଦେଶରେ କର୍ପୋରେଟ୍ ବ୍ୟବସାୟ କରୁଥିବା ସାରଦା ଗ୍ରୁପ୍ ଚେୟାରମ୍ୟାନଙ୍କ ପତ୍ନୀ ଚାଷୀଙ୍କ ନିକଟକୁ ଯାଇ ଚାଷ ସମ୍ବନ୍ଧରେ ପଚାରି ବୁଝିଥିଲେ । ଯାହାକୁ ନେଇ ଚାଷୀ ଜଣଙ୍କ ଇଟିଭି ଭାରତକୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନା ଅନୁଯାୟୀ, ନିକଟରେ ଇଟିଭି ଭାରତରେ ରାଜସ୍ଥାନର ଭିଲୱାଡା ଜିଲ୍ଲା ଶାହପୁରା ଅଞ୍ଚଳର ପାନୋତିଆ ଗାଁର ଜଣେ ସଫଳ ଚାଷୀଙ୍କର ଖବର ପ୍ରସାରଣ କରାଯାଇଥିଲା । ଯେଉଁଥିରେ ଚାଷୀ ଜଣଙ୍କଲ ତାଙ୍କ କ୍ଷେତରେ ହଳଦୀ ଚାଷ ଭଲ ଲାଭ ପାଉଛନ୍ତି ଦର୍ଶାଯାଇଥିଲା । ଖବରଟି ଦେଖି ଶାରଦା ଗ୍ରୁପ୍‌ର ଚେୟାରମ୍ୟାନ୍ ଅନିଲ ମାନସିଂହଗାଙ୍କ ପତ୍ନୀ ମନୀଷା ମାନସିଂହଗା ଚାଷୀଙ୍କ ପାଖରେ ପହଞ୍ଚିଥିଲେ ।

ତେବେ ଏନେଇ ସେ କହିଛନ୍ତି, ଏକ ଛୋଟ ଗାଁର ଜଣେ ଚାଷୀ ଏତେ ଭଲ ଚାଷ ଅମଳ କରି ଲାଭ ପାଉଥିବା ଖବର ଦେଖି ମୁଁ ବହୁତ ଖୁସି ହୋଇଥିଲି । ଏଣୁ ତାଙ୍କ ଠାରୁ କିଛି ଶିଖିବା ପାଇଁ ଆଜି ମୁଁ ଏଠାରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.