ETV Bharat / bharat

୫୦% କମିଶନ ଦାବି ପୋଷ୍ଟ: ପ୍ରିୟଙ୍କା ଗାନ୍ଧୀଙ୍କ ‘X’ ହ୍ୟାଣ୍ଡେଲ ବିରୋଧରେ ଏତଲା ରୁଜୁ

author img

By

Published : Aug 13, 2023, 9:08 AM IST

ମଧ୍ୟପ୍ରଦେଶ ସରକାର ବିରୋଧରେ ବିବାଦୀୟ ପୋଷ୍ଟ ପାଇଁ କଂଗ୍ରେସ ନେତା କମଲନାଥ ଓ ପ୍ରିୟଙ୍କା ଗାନ୍ଧୀଙ୍କ X ହ୍ୟାଣ୍ଡେଲ ବିରୋଧରେ ଏତଲା ରୁଜୁ । ଅଧିକ ପଢନ୍ତୁ

ପ୍ରିୟଙ୍କା ଗାନ୍ଧୀଙ୍କ ଟ୍ବିଟର ହ୍ୟାଣ୍ଡେଲ ବିରୋଧରେ ଏତଲା ରୁଜୁ
ପ୍ରିୟଙ୍କା ଗାନ୍ଧୀଙ୍କ ଟ୍ବିଟର ହ୍ୟାଣ୍ଡେଲ ବିରୋଧରେ ଏତଲା ରୁଜୁ

ଭୋପାଳ: ମଧ୍ୟପ୍ରଦେଶ ଶିବରାଜ ସିଂହ ଚୌହାନ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବା ଘଟଣାରେ ଇନ୍ଦୋର ପୋଲିସ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, କମଲନାଥ ଏବଂ ଅରୁଣ ଯାଦବଙ୍କ (X) ହ୍ୟାଣ୍ଡେଲ ବିରୋଧରେ ଏତଲା ରୁଜୁ କରିଛି । ଇନ୍ଦୋର ବିଜେପି ଲିଗାଲ୍ ସେଲ୍ ୟୁନିଟ ସଂଯୋଜକ ନିମେଶ ପାଠକଙ୍କ ଅଭିଯୋଗ ଆଧାରରେ ଆଇପିସିର ୪୨୦ ଏବଂ ୪୬୯ ଧାରାରେ ମାମଲା ହୋଇଛି । କଂଗ୍ରେସ ନେତାମାନେ ବିଭ୍ରାନ୍ତିକର ସୋସିଆଲ ପୋଷ୍ଟ ଜରିଆରେ ରାଜ୍ୟ ସରକାର ଏବଂ ତାଙ୍କ ଦଳର ଛବି ଖରାପ କରିବାକୁ ଷଡଯନ୍ତ୍ର କରିଥିବା ବିଜେପି ନେତା ପାଠକ ଅଭିଯୋଗ କରିଛନ୍ତି ।

ପୋଲିସ ଏବେ ସମ୍ପୃକ୍ତ X ହ୍ୟାଣ୍ଡଲ ଗୁଡିକର ସତ୍ୟତା ଯାଞ୍ଚ କରୁଛି । ଅତିରିକ୍ତ ଡେପୁଟି ପୋଲିସ କମିଶନର ରାମସନେହି ମିଶ୍ରା କହିଛନ୍ତି ଯେ, ଇନ୍ଦୋରର ସଂୟୋଗିତାଗଞ୍ଜ ପୋଲିସ ଷ୍ଟେସନରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କମଲନାଥ ଓ ଅରୁଣ ଯାଦବଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ମଧ୍ୟପ୍ରଦେଶ ସରକାର ୫୦ ପ୍ରତିଶତ କମିଶନ ନେଉଥିବା କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି ।

ପ୍ରକାଶ ଥାଉକି, ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀ 'X'ରେ ଦାବି କରିଥିଲେ ଯେ, ମଧ୍ୟପ୍ରଦେଶର ଠିକାଦାର ସଂଘ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି କି ସେମାନେ ଠିକାକାମ ପାଇଁ ୫୦ ପ୍ରତିଶତ କମିଶନ ଦେବା ପରେ ଖର୍ଚ୍ଚ ବାବଦକୁ ଅର୍ଥ ମିଳୁଛି । କର୍ଣ୍ଣାଟକରେ ଦୁର୍ନୀତିଗ୍ରସ୍ତ ବିଜେପି ସରକାର ୪୦ ପ୍ରତିଶତ କମିଶନ ବସୁଲ କରିଥିଲା । ମଧ୍ୟପ୍ରଦେଶରେ ବିଜେପି କର୍ଣ୍ଣାଟକ ରେକର୍ଡ ଭାଙ୍ଗି ଆଉ ପାଦେ ଆଗକୁ ବଢିଛି । କର୍ଣ୍ଣାଟକ ଜନତା ୪୦ ପ୍ରତିଶତ କମିଶନ ସରକାର ହଟାଇ ଥିଲେ, ଏବେ ମଧ୍ୟପ୍ରଦେଶବାସୀ ମଧ୍ୟ ରାଜ୍ୟରୁ ୫୦ ପ୍ରତିଶତ କମିଶନ ସରକାରକୁ ହଟାଇବେ ।

ଏହାମଧ୍ୟ ପଢନ୍ତୁ: Centre's new Bill: ପୃଥକ ହେବ ଆତଙ୍କବାଦ ଓ ଭିଡ ହିଂସା, ରହିବ ଅଲଗା ଦଣ୍ଡାଦେଶ ବ୍ୟବସ୍ଥା

ଏହାକୁ ନେଇ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଥିଲେ, ''କଂଗ୍ରେସ ନେତା ପ୍ରଥମେ ରାହୁଲ ଗାନ୍ଧୀଙ୍କ ମୁହଁରୁ ମିଛ କୁହାଇଥିଲେ ଏବେ ପ୍ରିୟଙ୍କା ଗାନ୍ଧୀଙ୍କ ଦ୍ବାରା ମିଥ୍ୟା ପୋଷ୍ଟ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶ ସରକାର ବିରୋଧରେ କରିଥିବା ଟ୍ବିଟ୍‌ର ପ୍ରମାଣ ଦିଅନ୍ତୁ । ନଚେତ୍ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । କଂଗ୍ରେସ ନେତ୍ରୀ ଯେଉଁ ବ୍ୟକ୍ତି ଅଥବା ଠିକାଦାର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିବା କଥା କହୁଛନ୍ତି, ତାଙ୍କର ନାମ ସାର୍ବଜନୀନ କରନ୍ତୁ ।''

ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ କହିଥିଲେ ଯେ, ବିରୋଧି ଦଳ ମିଥ୍ୟା ପ୍ରଚାର କରୁଛନ୍ତି । ଏନେଇ ଶୁକ୍ରବାର ସନ୍ଧ୍ୟାରେ ଗ୍ବାଲିୟର ପୋଲିସ ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟ ସହ ଜଡିତ କିଛି ବ୍ୟକ୍ତିବିଶେଷଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.