ETV Bharat / bharat

ହାଇଦ୍ରାବାଦରେ ହେବ ଦେଶର ସର୍ବବୃହତ୍ ହସ୍ପିଟାଲ, ଖର୍ଚ୍ଚ ହେବ 1,570 କୋଟି

author img

By

Published : Jun 8, 2023, 9:50 PM IST

ହାଇଦ୍ରାବାଦରେ ନିର୍ମାଣ ହେବାକୁ ଯାଉଛି ଦେଶର ସର୍ବବୃହତ୍ ହସ୍ପିଟାଲ । ପ୍ରାୟ 25 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଏହି ହସ୍ପିଟାଲ ନିର୍ମାଣ ହେବାକୁ ଥିବାବେଳେ ଏଥିରେ ରହିବ 34ଟି ସ୍ପେଶାଲ ଡିପାର୍ଟମେଣ୍ଟ ଏବଂ 2100 ବେଡ୍ । ଅଧିକ ପଢନ୍ତୁ

ହାଇଦ୍ରାବାଦରେ ହେବ ଦେଶର ସର୍ବବୃହତ୍ ହସ୍ପିଟାଲ
ହାଇଦ୍ରାବାଦରେ ହେବ ଦେଶର ସର୍ବବୃହତ୍ ହସ୍ପିଟାଲ

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀରେ ନିର୍ମାଣ ହେବାକୁ ଯାଉଛି ଦେଶର ସର୍ବବୃହତ୍ ହସ୍ପିଟାଲ । ପ୍ରାୟ 25 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଏହାକୁ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ହାଇଦ୍ରାବାଦରେ ପୂର୍ବରୁ NIMS ଉନ୍ନତମାନର ଚିକିତ୍ସା ଯୋଗାଇ ଆସୁଥିବାବେଳେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ସରକାରଙ୍କ ତରଫରୁ ଆଉ ଏକ ପ୍ରୟାସ କରାଯାଇଛି । ଏହି 2100 ବେଡ୍ ସଂଖ୍ୟା ବିଶିଷ୍ଟ ହସ୍ପିଟାଲରେ ରହିବ 34ଟି ସ୍ପେଶାଲ ଡିପାର୍ଟମେଣ୍ଟ । ଯେଉଁଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇ ପାରିବେ ରୋଗୀ । ଏହି ହସ୍ପିଟାଲର ନିର୍ମାଣ କାର୍ଯ୍ୟ 2 ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ହସ୍ପିଟାଲର ନିର୍ମାଣ ପାଇଁ 1,570 କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି ସରକାର ।

2014ରେ ଆନ୍ଧ୍ରପ୍ରଦେଶଠାରୁ ଅଲଗା ହୋଇ ଏକ ନୂଆ ରାଜ୍ୟ ଭାବେ ମାନ୍ୟତା ପାଇଥିଲା ତେଲେଙ୍ଗାନା । ନୂଆ ରାଜ୍ୟ ଗଠନ ପରଠୁ BRS ସରକାର କ୍ଷମତାରେ ଥିବାବେଳେ ବର୍ତ୍ତମାନ ଦ୍ବିତୀୟ ଟର୍ମରେ ପହଞ୍ଚିଛି । ଏହି ଅବସରରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା 14 ତାରିଖରେ ଇରମଞ୍ଜିଲରେ ନିର୍ମାଣ ହେବାକୁ ଥିବା ହସ୍ପିଟାଲର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ କେସିଆର ।

ତେବେ 9 ବର୍ଷର ଶାସନ କାଳରେ ଅନେକ ଥାନାର ବିଲ୍ଡିଂରୁ ଆରମ୍ଭ କରି ନୂତନ ସଚ୍ଚିବାଳୟ ମଧ୍ୟ ନିର୍ମାଣ ହୋଇଛି । ରାଜଧାନୀ ହାଇଦ୍ରାବାଦରେ NIMS, AIIMS, ଗାନ୍ଧୀ ଏବଂ ଓସମାନିଆ ଭଳି ଅନେକ ବଡ ବଡ଼ ହସ୍ପିଟାଲ ରହିଛି । ଏହି ଅତ୍ୟାଧୁନିକ ତଥା ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ପରେ ହାଇଦ୍ରାବାଦ ଏକ ମେଡିକାଲ୍ ହବରେ ପରିଣତ ହେବ ବୋଲି ମତ ପ୍ରକାଶ ପାଇଛି । 22 ଏକର ଜାଗାରେ ଥିବା NIMSରେ ବର୍ତ୍ତମାନ ବେଡ ସଂଖ୍ୟା 1300 ରହିଛି। ତେବେ ପଞ୍ଜାଗୁଟାରେ NIMS ବ୍ୟତୀତ ଆଉ ଏକ ନୂତନ ହସ୍ପିଟାଲରେ କୋଠା ନିର୍ମାଣ କରୁଛନ୍ତି ସରକାର।

ସେହିପରି ନିକଟରେ କରିମନଗର ମେଡିକାଲ କଲେଜକୁ NMC (ନ୍ୟାସନାଲ ମେଡିକାଲ କାଉନସିଲ) ପକ୍ଷରୁ ଅନୁମତି ମିଳିଥିବା ବେଳେ ଏଥିରେ 100ଟି ସିଟ୍ ରହିଛି । ଏହାସହ ରାଜ୍ୟରେ ଆସିଫାବାଦ, କାମାରେଡ୍ଡୀ, ଖମନ, ଜନଗମା, ଭିକାରାବାଦ, ସିରିସିଲ୍ଲା, ନିର୍ମଲ, ଭୁପଲାପଲ୍ଲୀ ଏବଂ କରିମ ନଗର ଭଳି ସରକାରୀ କଲେଜଗୁଡିକରେ MBBS ପାଠ୍ୟକ୍ରମ ପାଇଂ ମୋଟ୍ 900ଟି ସିଟ୍ ରହିଛି । ପୂର୍ବରୁ ହାଇଦ୍ରାବାଦରେ ମାତ୍ର 5ଟି ସରକାରୀ ମେଡିକାଲ କଲେଜ ଥିବାବେଳେ ତେଲେଙ୍ଗାନା ରାଜ୍ୟ ଗଠନ ପରେ ତାହା 21କୁ ବୃଦ୍ଧି ପାଇଥିବା BRS ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତକୁ ସାକ୍ଷାତକାର ଦେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଦେଶର କୌଣସି ସ୍ଥାନରେ 25 ଲକ୍ଷ ବର୍ଗଫୁଟ ବିଶିଷ୍ଟ ହସ୍ପିଟାଲ ନାହିଁ । ତେବେ ଏହି ହସ୍ପିଟାଲ ନିର୍ମାଣ ପାଇଁ ସରକାର 32 ଏକର ଜମି ଆବଣ୍ଟନ କରିଥିବାବେଳେ ସେଥିରୁ କିଛି ପରିମାଣର ଜମି ଉପଯୋଗୀ ନଥିବା ଜଣାପଡିଥିଲା । କାରଣ କିଛି ସରକାରୀ ଜମିରେ ରାସ୍ତା ରହିଛି । ତେଣୁ ଅଧିକାରୀମାନେ ସେଥିରୁ 3 ଏକର ଜମି ସରକାରଙ୍କୁ ଫେରାଇ ଦେଇଛନ୍ତି । ପ୍ରାୟ 26 ଏକର ଜମିରେ ହସ୍ପିଟାଲ ନିର୍ମାଣ ପରେ ପରିସରରେ ଥିବା ଅବଶିଷ୍ଟ ଯାଗାରେ ପାର୍କିଂ ସୁବିଧା କରାଯିବ । ଏଥିପାଇଁ ଆଖପାଖ ଅଞ୍ଚଳରେ ଥିବା ପୁରାତନ ତଥା ପରିତ୍ୟକ୍ତ ସରକାରୀ କ୍ବାଟରଗୁଡିକୁ ଉଚ୍ଛେଦ କରାଯାଇ ପର୍ଯ୍ୟାପ୍ତ ପରିମାଣରେ ଜମି ଆବଣ୍ଟନ କରିଛନ୍ତି ସରକାର ।

ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଟି ହରିଶ ରାଓ ଏବଂ ସଡ଼କ ଓ ପରିବହନ ମନ୍ତ୍ରୀ ଭି ପ୍ରଶାନ୍ତ ରେଡ୍ଡୀ ନିୟମିତ ଭାବେ ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି । ଏହାସହ ଡାକ୍ତର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.