ETV Bharat / bharat

ଭାରତୀୟ ନୌସେନା ଲଞ୍ଚ କଲା ନୂଆ ଏପୋଲେଟ୍ସ, ଏହା କଣ ଜାଣନ୍ତୁ

author img

By ETV Bharat Odisha Team

Published : Dec 29, 2023, 5:05 PM IST

New design of Admirals Epaulettes: ନୂଆ ଏପୋଲେଟ୍ସ ଲଞ୍ଚ କଲା ଭାରତୀୟ ନୌସେନା । ଏହି ଏପୋଲେଟ୍ସର ନୂଆ ଡିଜାଇନରେ ଝଲସୁଛି ଭାରତର ଇତିହାସ ଓ ବୀର ଗାଥା । ଜାଣନ୍ତୁ ଏହା କଣ

Indian Navy
Indian Navy

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିଜର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଲାଗି ନୂଆ ଏପୋଲେଟ୍ସ (Epaulettes) ଲଞ୍ଚ କରିଛି । ଯାହାକୁ ନୌସେନାର ଅଧିକାରୀମାନେ ୟୁନିଫର୍ମ ଉପରେ ପିନ୍ଧିଥାନ୍ତି । ଗୁରୁବାର ନୌସେନା ଲଞ୍ଚ କରିଥିବା ନୂଆ ଏପୋଲେଟ୍ସର ଡିଜାଇନ ରହିଛି ଖୁବ ଖାସ । ମହାନ ଯୋଦ୍ଧା ମହାରାଜା ଛତ୍ରପତି ଶିବାଜୀଙ୍କ ରାଜମୁଦ୍ରାରୁ ପ୍ରେରିତ ହୋଇ ଏହାକୁ ନିର୍ମାଣ କରାଯାଇଛି । ଏହି ନୂଆ ଏପୋଲେଟ୍ସକୁ କେବଳ ନୌସେନାର ଆଡମିରାଲ, ଉପ ଆଡମିରାଲ ଓ ରିଅର ଆଡମିରାଲ ରାଙ୍କର ଅଧିକାରୀମାନେ ପିନ୍ଧିପାରିବେ ।

ଏହି ନୂଆ ଏପୋଲେଟ୍ସରେ ରହିଥିବା ଛତ୍ରପତି ଶିବାଜୀଙ୍କ ରାଜମୁଦ୍ରା ଉପରେ ସଂସ୍କୃତ ଭାଷାରେ ଏକ ଶ୍ଳୋକ ଲେଖାଯାଇଛି । ଗତ ଡିସେମ୍ବର ୪ ତାରିଖ ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଗସ୍ତ କରିଥିଲେ । ଏହି ସମୟରେ ସେ ନୌସେନାର ନୂଆ ଏପୋଲେଟ୍ସ ଡିଜାଇନ ଲଞ୍ଚ ନେଇ ଘୋଷଣା କରିଥିଲେ । ଏହି ନୂଆ ଏପୋଲେଟ୍ସକୁ କେବଳ ନୌସେନାର ଆଡମିରାଲ, ଉପ ଆଡମିରାଲ ଓ ରିଅର ଆଡମିରାଲ ରାଙ୍କର ଅଧିକାରୀମାନେ ପିନ୍ଧିବେ । ଭାରତୀୟ ନୌସେନାର ଏହି ୩ଟି ପଦବୀ ଉଚ୍ଚ ପଦସ୍ଥ ରାଙ୍କ ହୋଇଥାଏ ।

ଏହା ବି ପଢନ୍ତୁ- ନୌସେନା ଦିବସ 2023: ଉନ୍ମୋଚିତ ହେବ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି

ପୂର୍ବରୁ ଇଂରେଜ ଅମଳରୁ ଥିବା ଏପୋଲେଟ୍ସକୁ ବଦଳାଇ ଗୁଲାମି ମାନସିକତା ଥିବା ସମସ୍ତ ସଙ୍କେତକୁ ହଟାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ଭାରତୀୟ ନୌସେନା ନୂଆ ଏପୋଲେଟ୍ସକୁ ଲଞ୍ଚ କରିବା କରି କହିଛି ଯେ ନୂଆ ଡିଜାଇନରେ ନୌସେନା ଧ୍ବଜ ଓ ମହାପରାକ୍ରମୀ ଛତ୍ରପତି ମହାରାଜା ଶିବାଜୀଙ୍କ ରାଜମୁଦ୍ରାରୁ ପ୍ରେରିତ ଡିଜାଇନ । ଏହା ଆମ ଦେଶର ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ପ୍ରତିବଦ୍ଧତାକୁ ଦର୍ଶାଇଥାଏ ।

ଏପୋଲେଟ୍ସରେ ସାମିଲ ଚିହ୍ନର ଅର୍ଥ କଣ ?

  • ଗୋଲ୍ଡେନ ନୈସେନା ବଟନ:- ଏହି ବଟନ ଗୁଲାମି ମାନସିକତାର ସଙ୍କେତକୁ ହଟାଇଥାଏ ।
  • ଅକ୍ଟୋଗୋନ:- ଏହି ଅଷ୍ଟକୋଣ ୮ଟି ଦିଗକୁ ଦର୍ଶାଇଥାଏ । ଯାହାକି ନୌସେନାର ଦୀର୍ଘକାଳୀନ ଦୃଷ୍ଟିକୋଣକୁ ଦର୍ଶାଇଥାଏ ।
  • ଭାରତୀୟ ତଲୱାର:- ଏହି ଚିହ୍ନଟି ଭାରତର ରାଷ୍ଟ୍ରୀୟ ଶକ୍ତିକୁ ଅଗ୍ରଣୀ ରଖିବା ଦିଗରେ ପ୍ରେରଣା ଦେଇଥାଏ । ଏହାବାଦ ପ୍ରଭୁତ୍ବ ବିସ୍ତାର କରି ଯୁଦ୍ଧ ଜିତିବା, ଶତ୍ରକୁ ଧୂଳି ଚଟାଇବା ଓ ଭବିଷ୍ୟତ ଆହ୍ବାନକୁ ଟକ୍କର ଦେବା ଲାଗି ନୌସେନାର ଉଦ୍ଦେଶ୍ୟକୁ ଦର୍ଶାଇଥାଏ ।
  • ଟେଲିସ୍କୋପ:- ଏହି ସଙ୍କେତଟି ପରିବର୍ତ୍ତନଶୀଳ ଦୁନିଆ ଉପରେ ଦୀର୍ଘକାଳୀନ ଦୃଷ୍ଟି, ଦୂରଦର୍ଶିତା ଓ ପାଣିପାଗ ଉପରେ ନଜର ରଖିବାର ପ୍ରତୀକ ଅଟେ ।

ଖାଲି ସେତିକି ନୁହେଁ, ଇଂରେଜ ଅମଳରୁ ଚାଲିଆସୁଥିବା ସମସ୍ତ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ଲାଗି ଉଦ୍ୟମ ଜାରି ରହିଛି । ନୌସେନା ଇଂରେଜ ଅମଳରୁ ଚାଲିଆସୁଥିବା ନୌସେନା ରାଙ୍କର ମଧ୍ୟ ତର୍ଜମା କରିଛି । ଯେପରିକି ଭାରତୀୟ ନୌସେନା ଅଧିକାରୀଙ୍କ ରାଙ୍କକୁ ଭାରତୀୟ ନାମାନୁସାରେ ପରିବର୍ତ୍ତନ କରାଯିବ । ଏହାରି ସହିତ ୬୫ ହଜାରରୁ ଅଧିକ ନୂଆ ରାଙ୍କ ସୃଷ୍ଟି କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.