ETV Bharat / bharat

ଡ୍ରୋନ ଆକ୍ରମଣ ପରେ ଆକ୍ସନ ମୋଡରେ ଭାରତୀୟ ନୌସେନା, ଆରବ ସାଗରରେ 3 ଯୁଦ୍ଧ ଜାହାଜ ମୁତୟନ

author img

By ETV Bharat Odisha Team

Published : Dec 26, 2023, 12:35 PM IST

Indian Navy deploys warships in Arabian Sea: ଆରବ ସାଗରରେ ଡ୍ରୋନ ଆଟାକ୍ ପରେ ଆକ୍ସନ ମୋଡରେ ଭାରତୀୟ ନୌସେନା । ଆରବ ସାଗରରେ ମୁତୟନ କଲା 3 ଯୁଦ୍ଧ ଜାହାଜ । ଆକ୍ରମଣର ଯାଞ୍ଚ ଆରମ୍ଭ । ଇରାନ ଉପରେ ସନ୍ଦେହ। ଅଧିକ ପଢ଼ନ୍ତୁ,

ଡ୍ରୋନ ଆକ୍ରମଣ ପରେ ଆକ୍ସନ ମୋଡରେ ଭାରତୀୟ ନୌସେନା, ଆରଗସାଗରେ 3 ଯୁଦ୍ଧ ଜାହାଜ ମୁତୟନ
ଡ୍ରୋନ ଆକ୍ରମଣ ପରେ ଆକ୍ସନ ମୋଡରେ ଭାରତୀୟ ନୌସେନା, ଆରଗସାଗରେ 3 ଯୁଦ୍ଧ ଜାହାଜ ମୁତୟନ

ମୁମ୍ବାଇ: ଲାଇବେରିଆ ପତାକା ଲାଗିଥିବା ଜାହାଜ ଏମଭି କେମ୍ ପ୍ଲୁଟୋ (MV Chem Pluto) ଉପରେ ଡ୍ରୋନ ଆକ୍ରମଣ ପରେ, ଆକ୍ସନ ମୋଡକୁ ଆସିଛି ଭାରତ । ଭାରତୀୟ ନୌସେନା ଆରବ ସାଗରରେ ମୁତୟନ କରିଛି ତିନିଟି ଯୁଦ୍ଧ ଜାହାଜ । ସେଗୁଡ଼ିକ ହେଲା, INS ମର୍ମୁଗାଓ, INS କୋଚି ଏବଂ INS କୋଲକାତା । ଏହାସହ ତଦାରଖ ପାଇଁ ଦୂରଗାମୀ ପାଟ୍ରୋଲିଂ ବିମାନ ପି-81କୁ ନିୟୋଜିତ କରାଯାଇଛି । ଆରବ ସାଗରରେ କୌଣସି ପ୍ରକାର ଆକ୍ରମଣର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ନୌସେନା । ଏହାସହ ଡ୍ରୋନ ଆକ୍ରମଣର ତଦନ୍ତ କରୁଛି ନୌସେନାର ସ୍ବତନ୍ତ୍ର ଟିମ୍ ।

ମୁମ୍ବାଇ ବନ୍ଦରରେ ଲାଇବେରିଆ ପତାକା ଲାଗିଥିବା କେମିକାଲ୍ ଟ୍ୟାଙ୍କର ଏମଭି କେମ୍ ପ୍ଲୁଟୋ ପହଞ୍ଚିବା ପରେ, ଏହାର ନିୟମିତ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଜଣା ପଡ଼ିଥିଲା ଯେ, ଏହି ଟ୍ୟାଙ୍କରକୁ ଡ୍ରୋନ ଦ୍ବାରା ଆକ୍ରମଣ କରାଯାଇଛି । ଆକ୍ରମଣରେ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଥିବା କୁହାଯାଉଥିବା ବେଳେ, ଏହାର ଫୋରେନସିକ ଯାଞ୍ଚ ଆରମ୍ଭ ହୋଇଛି । ଭାରତୀୟ ନୌସେନାର ପ୍ରାଥମିକ ଅନୁସନ୍ଧାନ ପରେ, ଆରବ ସାଗରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଶତ୍ରୁପକ୍ଷଙ୍କ ଯେ କୌଣସି ପ୍ରକାର ହମଲା ସମ୍ଭାବନାର ମୁକାବିଲା ପାଇଁ ନୌସେନା ପକ୍ଷରୁ ଆରବ ସାଗରରେ ତିନିଟି ଯୁଦ୍ଧ ଜାହାଜ ମୁତୟନ କରାଯିବା ସହ, ଯାଞ୍ଚ ଆରମ୍ଭ ହୋଇଛି।

ଟ୍ୟାଙ୍କରଟି ଆରବ ମହାସାଗର ଦେଇ ମାଙ୍ଗାଲୋର ପୋର୍ଟ ଯାତ୍ରା କରୁଥିବା ବେଳେ, ଆରବ ସାଗରରେ ଡ୍ରୋନ୍ ଆକ୍ରମଣ ହୋଇଥିବା ସନ୍ଦେହ କରିଛି ଭାରତୀୟ ନୌସେନା । ଟ୍ୟାଙ୍କରଟି ଦୁଇ ଦିନ ତଳେ ମୁମ୍ବାଇ ବନ୍ଦରରେ ପହଞ୍ଚିବା ପରେ ନୌସେନାର ଏକ୍ପପ୍ଲୋସିଭ୍ ଅର୍ଡିନାନ୍ସ ଡିସପୋଜାଲ୍ ଟିମ୍ ଯାଞ୍ଚ କରିଥିଲା । ନୌସେନା ପକ୍ଷରୁ ତନାଘନା ଜାରି ରହିଥିବା ବେଳେ ଆମେରିକାର ପେଣ୍ଟାଗନ ମୁଖପାତ୍ରଙ୍କ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦିଆଯାଇଛି। ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏମଭି କେମ୍ ପ୍ଲୁଟୋ ଉପରକୁ ଇରାନ ପଟରୁ ଡ୍ରୋନ ଆକ୍ରମଣ କରାଯାଇଛି । ଆକ୍ରମଣ ପଛରେ ଇରାନ ସମର୍ଥିତ ହାଉଥି ଆତଙ୍କବାଦୀଙ୍କ ହାତ ଥିବା କୁହାଯାଉଛି।

କେମିକାଲ୍ ଟ୍ୟାଙ୍କର ଏମଭି କେମ୍ ପ୍ଲୁଟୋରେ ଥିଲେ 21 ଜଣ ଭାରତୀୟ ଏବଂ ଜଣେ ଭିଏତନାମ କ୍ରିୟୁ ମେମ୍ବର । ଇଣ୍ଡିଆନ କୋଷ୍ଟଗାର୍ଡ ଜାହାଜ ଆଇସିଜିଏସ୍- ବିକ୍ରମ ଏହାକୁ ଏସକଟ୍ କରୁଥିଲା । ନୌସେନା ମୁଖପାତ୍ରଙ୍କ ସୂଚନା ଅନୁସାରେ, ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏକ୍ପପ୍ଲୋସିଭ୍ ଅର୍ଡିନାନ୍ସ ଡିସପୋଜାଲ୍ ଟିମ୍ ଏହାର ଅଧିକ ଯାଞ୍ଚ କରୁଛି । ଏମଭି କେମ୍ ପ୍ଲୁଟୋ ସାଉଦି ଆରବର ଅଲ ଜୁବେଲ ବନ୍ଦରରୁ , ଅଶୋଧିତ ତୈଳ ନେଇ ନ୍ୟୁ ମାଙ୍ଗାଲୋର ବନ୍ଦରକୁ ଯାତ୍ରା କରୁଥିବା ବେଳେ, ଗତ ଶନିବାର ଦିନ ଗୁଜରାଟ ଉପକୂଳ ପୋରବନ୍ଦରଠାରୁ ପ୍ରାୟ 217 ନଟିକାଲ୍ ମାଇଲ ଦୂରରେ, ଆକ୍ରମଣର ଶିକାର ହୋଇଥିଲା।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.