ETV Bharat / bharat

ଆଜି ନୌସେନା ଦିବସ, ନୌବୀରଙ୍କ ପରାକାଷ୍ଠାକୁ ସଲାମ

author img

By ETV Bharat Odisha Team

Published : Dec 4, 2023, 11:15 AM IST

Indian Navy Day 2023: ଆଜି ଭାରତୀୟ ନୌସେନା ଦିବସ । ନୌବାହିନୀର ପରାକ୍ରମକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ

Indian Navy Day 2023
Indian Navy Day 2023

ନୂଆଦିଲ୍ଲୀ: ଭାରତର ସୁରକ୍ଷା କବଚ ନୌସେନା । ଜଳପଥରେ ଶତ୍ରୁଙ୍କୁ ଚକମା ଦେବାରେ ନୌସେନାଙ୍କ ବୀରତ୍ବକୁ ସଲାମ କରୁଛନ୍ତି ଦେଶବାସୀ । ଭାରତୀୟ ନୌସୈନିକଙ୍କ ବୀରତ୍ବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଏହି ଦିବସ ପାଳନ କରାଯାଏ । ଭାରତୀୟ ସଶସ୍ତ୍ର ବଳରେ ନୌସେନାର ଭୂମିକା ଅନ୍ୟତମ । ଜଳ ସୀମାରେ ଦେଶ ସୁରକ୍ଷା ପାଇଁ ଭାରତୀୟ ନୌସେନା ବଦ୍ଧପରିକର । ୧୯୭୧ ମସିହା ଡିସେମ୍ବର ୩ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଘୋମାଘୋଟ ଯୁଦ୍ଧରେ ବୀରତ୍ବ ପ୍ରଦର୍ଶନ କରିଥିଲା ଭାରତୀୟ ନୌସେନା ।

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନା ଅନ୍ୟତମ ଭୂମିକା ଗ୍ରହଣ କରିଥିଲା । ଭାରତୀୟ ଯୋଦ୍ଧାଙ୍କ ରଣନୀତିର ମାତ୍ ଖାଇଥିଲା ପାକିସ୍ତାନ । ଅପରେସନ ଟ୍ରାଇଡେଣ୍ଟରେ ଥରହର ହୋଇଥିଲା ଶତ୍ରୁ ପକ୍ଷ । କରାଚି ଏୟାର ଷ୍ଟେସନରେ ଆକ୍ରମଣ କରିଥିଲା ଭାରତୀୟ ନୌସେନା । ଏଥିରେ ପାକିସ୍ତାନର ବହୁ ଯୁଦ୍ଧାସ୍ତ୍ର ଜାହାଜ ସହିତ ଅଏଲ୍ ଟାଙ୍କର ନଷ୍ଟ ହୋଇଥିଲା । ଶେଷରେ ପାକିସ୍ତାନ ନୌସେନା ଭାରତ ସମ୍ମୁଖରେ ଆତ୍ମସମର୍ପଣ କରିଥିଲା । ଏହାପରଠୁ ଭାରତୀୟ ନୌସେନାର ଏହି ବଡ ବିଜୟକୁ ମନେ ପକାଇବା ସହ ନୌସୈନିକଙ୍କ ବୀରତ୍ବକୁ ସଲାମ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 4 ତାରିଖରେ ନୌସେନା ଦିବସ ପାଳନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ନୌସେନା ଦିବସ 2023: ଉନ୍ମୋଚିତ ହେବ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି

ସିନ୍ଧୁଦୁର୍ଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ: ନୌସେନା ଦିବସ ଅବସରରେ ମହାରାଷ୍ଟ୍ର ସିନ୍ଧୁଦୁର୍ଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏହି ଅବସରରେ ଶୌର୍ଯ୍ୟ ଓ ପରାକାଷ୍ଠା ଦେଖାଇବେ ଭାରତୀୟ ନୌବୀର । ଛତ୍ରପତି ଶିବାଜୀ ମହାରାଜଙ୍କ ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଜଣାଇ ସିନ୍ଧୁଦୁର୍ଗ ଠାରେ ଜାତୀୟସ୍ତରୀୟ ‘ନୌସେନା ଦିବସ-୨୦୨୩’ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗରେ ପହଞ୍ଚି ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ତେବେ ପ୍ରତିବର୍ଷ ନୌସେନା ଦିବସ କାର୍ଯ୍ୟକ୍ରମ ପାଳନ ବେଳେ, ନୌସେନା ଜାହାଜ, ବୁଡାଜାହାଜ, ଏୟାରକ୍ରାଫ୍ଟ ଓ ସ୍ବତନ୍ତ୍ର ବଳର ପରୀକ୍ଷାମୂଳକ ପ୍ରଦର୍ଶନ ପରମ୍ପରା ରହିଆସିଛି । ଏହି ପରୀକ୍ଷାମୂଳକ ପ୍ରଦର୍ଶନ ଜନସାଧାରଣଙ୍କୁ ଭାରତୀୟ ନୌସେନାର ବିଭିନ୍ନ ସମର କୌଶଳ ସମ୍ପର୍କରେ ଜାଣିବାକୁ ସୁଯୋଗ ପ୍ରଦାନ କରିଥାଏ । ନୌସେନା ଦିବସ 2023କୁ ଅଧିକ ସ୍ମରଣୀୟ ଓ ସମୃଦ୍ଧ କରିବା ପାଇଁ ନୌସେନା ସାରା ଦେଶରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରୁଛି । ମୁମ୍ବାଇ, କୋଚି, ବିଶାଖାପାଟଣା, ଚିଲିକା, କଚ୍ଛରେ ଆୟୋଜିତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.