ETV Bharat / bharat

Turkey Earthquake: ଜଣେ ଭାରତୀୟଙ୍କ ମୃତଦେହ ଉଦ୍ଧାର, ଟାଟୁ ଦେଖି ଚିହ୍ନିଲେ ପରିବାର

author img

By

Published : Feb 11, 2023, 8:29 PM IST

ତୁର୍କୀ ଭୂକମ୍ପ ଭଗ୍ନାବଶେଷରୁ ଜଣେ ଭାରତୀୟଙ୍କ ମୃତଦେହ ଉଦ୍ଧାର । ମୃତକ ଉତ୍ତରାଖଣ୍ଡର 35 ବର୍ଷୀୟ ଯୁବ ଇଞ୍ଜିନିୟର । ଗତମାଲ 23 ରେ ଯାଇଥିଲେ ତୁର୍କୀ । ଭୂକମ୍ପ ପରେ ମିଳିନଥିଲା ପତ୍ତା । ଅଧିକ ପଢନ୍ତୁ

ତୁର୍କୀ ଭୂକମ୍ପ ବଗ୍ନବଶେଷରୁ ଉଦ୍ଧାର ହେଲା ଜଣେ ଭାରତୀୟଙ୍କ ମୃତଦେହ
ତୁର୍କୀ ଭୂକମ୍ପ ବଗ୍ନବଶେଷରୁ ଉଦ୍ଧାର ହେଲା ଜଣେ ଭାରତୀୟଙ୍କ ମୃତଦେହ

ଇସ୍ତାନବୁଲ: ତୁର୍କୀରେ ପ୍ରକୃତିର ତାଣ୍ଡବ ଳୀଳା ପରେ ଦୀର୍ଘ 6ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ଜଣେ ନିଖୋଜ ଭାରତୀୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକ ହୋଟେଲର ଭଗ୍ନାବଶେଷ ତଳୁ ଏହି ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ । ମୃତକ ଜଣକ 35 ବର୍ଷୀୟ ଯୁବ ଇଞ୍ଜିନିୟର ବିଜୟ କୁମାର ଫୋଖରିୟାଲ ଓ ତାଙ୍କ ଘର ଉତ୍ତରାଖଣ୍ଡ ବୋଲି ଜଣାପଡିଛି । ବିଜୟଙ୍କ ହାତରେ ଥିବା ଟାଟୁରୁ ପରିବାର ଲୋକେ ଏହା ବିଜୟଙ୍କ ମୃତଦେହ ବୋଲି ସ୍ପଷ୍ଟ କରିଛନ୍ତି ।

ଭୂକମ୍ପ ପରେ ବିଜୟଙ୍କ ସହ କୌଣସି ଯୋଗାଯୋଗ ହୋପାରୁନଥିଲା । ସେ କୌଣସି ସ୍ଥାନରେ ଫସି ରହିଥିବା ସନ୍ଦେହ କରାଯାଉଥିଲା । ଆଜି (ଶନିବାର) ପୂର୍ବାହ୍ନରେ ଇଷ୍ଟର୍ଣ୍ଣ ଆଣ୍ଟୋଲିଆ ସହରରେ ଥିବା ଏକ କ୍ଷତିଗ୍ରସ୍ତ ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଉଦ୍ଧାର ହେବା ପରେ ପରିଚୟ ପତ୍ର ଆଧାରରେ ତାଙ୍କ ପରିବାରକୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା । ମୃତଦେହର ଫଟୋ ମଧ୍ୟ ପରିବାରକୁ ପଠାଯାଇଥିଲା । ବିଜୟଙ୍କ ବାମହାତରେ ଏକ ଟାଟୁ ରହିଛି । ଯାହାକୁ ଦେଖି ପରିବାର ସଦସ୍ୟ ତାହା ବିଜୟଙ୍କ ମୃତଦେହ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ମୃତଦେହ ଭାରତ ଫେରାଇ ଅଣାଯିବା ପାଇଁ ପ୍ରୟାସ କରାଯାଉଛି ।

ପରିବାର ସଦସ୍ୟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ବିଜୟ ବେଙ୍ଗାଲୁରୁର ଏକ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ । ଏକ ପ୍ରୋଜେକ୍ଟ କାମରେ ସେ ଗତମାସ (ଜାନୁଆରୀ) 23 ରେ ତୁର୍କୀ ଗସ୍ତ କରିଥିଲେ । ସେ ଉକ୍ତ ହୋଟେଲରେ ଥିବା ବେଳେ କାମ ସାରି ଫେବୃଆରୀ ମଧ୍ୟ ଭାଗରେ ତାଙ୍କର ଭାରତ ଫେରିବାର ଥିଲା । ତେବେ 6 ତାରିଖରେ ତୁର୍କୀରେ ହୋଇଥିବା ପ୍ରଳୟଙ୍କାରୀ ଭୂକମ୍ପ ପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇପାରିନଥିଲା । ଆଜି ବିପର୍ଯ୍ୟୟର 6ଦିନ ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତୁର୍କୀ ଭୂକମ୍ପରେ ଏହା ପ୍ରଥମ ଭାରୀତୟଙ୍କ ମୃତ୍ୟୁ ଘଟଣା ମଧ୍ୟ ।

ବିପର୍ଯ୍ୟୟକୁ ଦୀର୍ଘ 6 ଦିନ ବିତିଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଶେଷ ହୋଇନାହିଁ । ଏବେ ସୁଦ୍ଧା ପ୍ରାୟ 24 ହଜାର ନାଗରିକ ପ୍ରାଣ ହରାଇଥିବା କୁହାଯାଇଛି । ଉଦ୍ଧାର କାର୍ଯ୍ୟ ଯେତିକି ବ୍ୟାପକ ହେଉଛି, ପ୍ରତିଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ଭାରତ ସମେତ ବିଭିନ୍ନ ଦେଶରୁ ପଠାଯାଇଥିବା ଉଦ୍ଧାରକାରୀ ଟିମ ତୁର୍କୀରେ ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର ଅପରେସନରେ ସାମିଲ ହୋଇଛନ୍ତି । 24 ଘଣ୍ଟା ଧରି ଲାଗାତାର ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିଆ । ପ୍ରବଳ, ଥଣ୍ଡା ଓ ଅନ୍ଧାରରେ ସମୟ କାଟୁଛନ୍ତି ଭୂକମ୍ପ ପ୍ରଭାବିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.