ETV Bharat / bharat

India vs Australia 2nd ODI: ଭାରତର ଦମଦାର ପ୍ରଦର୍ଶନ, ଅଷ୍ଟ୍ରେଲିଆ ଆଗରେ 400 ରନ୍‌ର ଟାର୍ଗେଟ

author img

By ETV Bharat Odisha Team

Published : Sep 24, 2023, 8:10 PM IST

ଆଜି ଭାରତର ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆକୁ 400 ରନର ଟାର୍ଗେଟ । କର ବା ମର ପରିସ୍ଥିତିରେ ଭ୍ରମଣକାରୀ ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

India vs Australia 2nd ODI: ଭାରତର ଦମଦାର ପ୍ରଦର୍ଶନ ଦଳୀୟ ସ୍କୋର ୩୯୯, କର ବା ମର ପରିସ୍ଥିତିରେ ଅଷ୍ଟ୍ରେଲିଆ
India vs Australia 2nd ODI: ଭାରତର ଦମଦାର ପ୍ରଦର୍ଶନ ଦଳୀୟ ସ୍କୋର ୩୯୯, କର ବା ମର ପରିସ୍ଥିତିରେ ଅଷ୍ଟ୍ରେଲିଆ

ଭୋପାଳ: ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜରେ ଆଜି ଦ୍ବିତୀୟ ଦିନିକିଆ ମ୍ୟାଚ ଜାରି ରହିଛି । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଫଳରେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା ଭାରତ । ପ୍ରଥମ ଇଂନିସରେ ଭାରତର ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଛି । ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୩୯୯ ରନ୍ କରିଛି । ଅଷ୍ଟ୍ରେଲିଆ ଆଗରେ 400 ରନର ଟାର୍ଗେଟ । ଏହି ସିରିଜର ପ୍ରଥମ ମ୍ୟାଚ୍‌ଟି ଭ୍ରମଣକାରୀ ଦଳ ପରାସ୍ତ ହୋଇଥିବାବେଳେ କର ବା ମର ପରିସ୍ଥିତିରେ ସଂଘର୍ଷ କରୁଛି ଦଳ । ବର୍ଷା କାରଣରୁ କିଛି ସମୟ ଖେଳ ସ୍ଥଗିତ ରହିଥିଲା ।

ଦିନିକିଆ ସିରିଜର ଦ୍ବିତୀୟ ଦିନିକିଆ ମ୍ୟାଚରେ କେଏଲ ରାହୁଲ ଅଧିନତ୍ବରେ ପଡିଆକୁ ଓହ୍ଲାଇଛି ଭାରତ । ଦଳର ଶୁଭମନ ଗିଲ, ଶ୍ରେୟାସ ଆୟର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଶୁଭମନ ଗିଲ ୯୦ଟି ବଲରେ ୧୦୪ ରନ୍ କରିଥିବାବେଳେ ଶ୍ରେୟାସ ଆୟର ୯୭ଟି ବଲରେ ୧୦୫ରନ୍ କରିବାରେ ସଫଳ ହୋଇଥିଲେ । ଭାରତର ବ୍ୟାଟ୍ସମ୍ୟାନଙ୍କ ଯାଦୁରେ ଦଳୀୟ ସ୍କୋର ୩୯୯ରେ ପହଞ୍ଚିଥିଲା । ଦ୍ବିତୀୟ ଦିନିକିଆରେ ଭାରତୀୟ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା ।

ଯଶପ୍ରୀତ ବୁମରା ଆଜିର ମ୍ୟାଚ୍‌ ଖେଳୁ ନଥିବାବେଳେ, ତାଙ୍କ ସ୍ଥାନରେ ଚୂ଼ଡାନ୍ତ ଏକାଦଶରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଥିଲା । ବୋଲିଂରେ ଭାରତୀୟ ଦଳ ପରବର୍ତ୍ତନ କରିଥିବାବେଳେ ବ୍ୟାଟିଂରେ କୌଣସି ପରିବର୍ତ୍ତନ କରିନାହିଁ ଦଳ । ଭାରତ ପ୍ରଥମ ମ୍ୟାଚରେ ବିଜୟ ହୋଇ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍‌ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଘରୋଇ ଦଳ । ମୋହାଲିରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଜିତି ଦୃଢ ମନୋବଳରେ ରହିଛି ଭାରତ ।

ଏହା ମଧ୍ୟ ପଢନ୍ତୁ...Asian Games 2023: ଭାରତୀୟ ହକି ଦଳର ବିଜୟ ଅଭିଯାନ, 16-0ଗୋଲରେ ହାରିଲା ଉଜବେକିସ୍ତାନ

ସେପଟେ ଭ୍ରମଣକାରୀ ଦଳ ବର୍ତ୍ତମାନ କର ବା ମର ପରିସ୍ଥିତି ଦେଇ ଗତି କରୁଛି । ଏହି ମ୍ୟାଚରେ ପାଟ କମିନ୍ସଙ୍କ ବଦଳରେ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଇଛନ୍ତି ଷ୍ଟିଭେନ ସ୍ମିଥ । ଯଦି ପୁଣି ଆଜି ଅଷ୍ଟ୍ରେଲିଆ ଖରାପ ପ୍ରଦର୍ଶନ କରେ ତାହାଲେ ସିରିଜକୁ କବଜା କରିବା ଭାରତ ।

ଭାରତୀୟ ଚୂଡାନ୍ତ ଏକାଦଶ: ଶୁଭମନ ଗିଲ, ଋତୁରାଜ ଗାଏକ୍ବାଡ, ଶ୍ରେୟାସ ଆୟର, ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ଆର ଅଶ୍ବିନୀ, ସାର୍ଦୁଳ ଠାକୁର, ମହମ୍ମଦ ସାମି, ପ୍ରସିଦ୍ଧ କ୍ରିଷ୍ଣା ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଡେଭିଡ ୱାର୍ଣ୍ଣର, ଏମ ସର୍ଟ, ଷ୍ଟିଭେନ ସ୍ମିଥ (ଅଧିନାୟକ), ମାର୍ନସ ଲାବୁସାନ, କାମେରନ ଗ୍ରୀନ, ଆଲେକ୍ସ କ୍ୟାରୀ, ଜେ ଇଙ୍ଗଲିସ, ଜେ ହାଜେଲଉଡ, ଏସ ଜନସନ, ଏସ ଆବୋଟ, ଆଡାମ ଜାମ୍ଫା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.