ETV Bharat / bharat

ଭାରତ ମହାସାଗରରେ ଭାରତ-ଆମେରିକା ମିଳିତ ନୌସେନା ସମରାଭ୍ୟାସ

author img

By

Published : Mar 28, 2021, 8:57 PM IST

ଭାରତ ମହାସାଗରରେ ଭାରତୀୟ ନୌସେନା ଓ ଆମେରିକା ନୌସେନା ମଧ୍ୟରେ ଏକ ମିଳିତ ସମରାଭ୍ୟାସ ଆୟୋଜିତ ହୋଇଛି । ଅଧିକ ପଢନ୍ତୁ...

ଭାରତ ମହାସାଗରରେ ଭାରତ - ଆମେରିକା ମିଳିତ ନୌସମରାଭ୍ୟାସ
ଭାରତ ମହାସାଗରରେ ଭାରତ - ଆମେରିକା ମିଳିତ ନୌସମରାଭ୍ୟାସ

ନୂଆଦିଲ୍ଲୀ: ଭାରତ ମହାସାଗରରେ ଭାରତୀୟ ନୌସେନା ଓ ଆମେରିକା ନୌସେନା ମଧ୍ୟରେ ଏକ ମିଳିତ ସମରାଭ୍ୟାସ ଅନୁଷ୍ଠିତ ହୋଇଛି । ଏହି ସମରାଭ୍ୟାସରେ ଇଣ୍ଟିଗାଲ ହେଲିକପ୍ଟର ଏବଂ ଲଙ୍ଗ ରେଞ୍ଜ ସାମୁଦ୍ରିକ ପାଟ୍ରୋଲିଂ ଏୟାରକ୍ରାଫ୍ଟ ପି-81 ର ବ୍ୟବହାର କରିଛି ଭାରତୀୟ ନୌସେନା । ସେହପରି ଆମେରିକା ନୌସେନା ମଧ୍ୟ ତାର ଅତ୍ୟାଧୁନିକ ଥେଓଡୋର ରୁଜଭେଲ୍ଟ କ୍ୟାରିୟର ଷ୍ଟ୍ରାଇକ ଗ୍ରୁପର ବ୍ୟବହାର କରିଛି ।

ଚଳିତବର୍ଷର ଏହି ନୌଅଭ୍ୟାସରେ ପ୍ରଥମ କରି ଭାରୀତୀୟ ବାୟୁ ସେନାର ଲଢୁଆ ବିମାନ ମଧ୍ୟ ବ୍ୟବହାର ହୋଇଥିବା ଦେଖିବାକୁ ମିଳିଥିଲା । ଭାରତୀୟ ନୌସେନା କହିଛି ଯେ ପ୍ରଥମ ଥର ମିଳିତ ମଳିତଭାବେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନକୁ଼ ଅଭ୍ୟାସରେ ମଧ୍ୟ ସାମିଲ କରାଯାଇଥିଲା । ଉଭୟ ଦେଶର ମିଳିତ ଜ୍ଞାନ କୌଶଳର ଆଦାନ ପ୍ରଦାନରେ ଏହି ନୌସମରାଭ୍ୟାସ ଆୟୋଜିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.