ETV Bharat / bharat

India Corona: ଦିନକରେ 6396 ସଂକ୍ରମିତ, ବଢିଲା ମୃତ୍ୟୁ

author img

By

Published : Mar 4, 2022, 10:00 AM IST

Updated : Mar 4, 2022, 10:06 AM IST

India Corona: ଦିନକରେ 6396, ବଢିଲା ମୃତ୍ୟୁ
India Corona: ଦିନକରେ 6396, ବଢିଲା ମୃତ୍ୟୁ

ଦେଶରେ ତଳମୁହାଁ କୋରୋନା ମିଟର । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 6,396 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ମିଟର । ପ୍ରତିଦିନ କମୁଛି ସଂକ୍ରମଣ । ଦିନେ ୩ ଲକ୍ଷ ଟପିଥିବା ପଜିଟିଭଙ୍କ ସଂଖ୍ୟା ମାତ୍ର କେଇ ଦିନ ମଧ୍ୟରେ ୬ ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 6,396 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 6,396 fresh covid cases) । ହେଲେ ପୂର୍ବଦିନ ଅପେକ୍ଷା ଆଜି(ଶୁକ୍ରବାର) କୋରୋନା ଜନିତ ମୃତ୍ୟୁସଂଖ୍ୟା ଅଧିକ ରହିଛି । ଦେଶରେ ଦିନକରେ 201 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 13,450 ଜଣ ସୁସ୍ଥ ହୋଇଛନ୍ତି ।

ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ 69,897ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ହ୍ରାସ ପାଇ 0.69%ରେ ପହଞ୍ଚିଛି । ଏହି କ୍ରମରେ ଏଯାବତ୍ ଦେଶରେ ମୋଟ 4,23,67,070 ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ମୃତ୍ୟୁସଂଖ୍ୟା 5,14,589 ରହିଛି । ଦେଶରେ ଏଯାବତ୍ 1,78,29,13,060 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

@ANI

Last Updated :Mar 4, 2022, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.