ETV Bharat / bharat

India Corona: ଦିନକରେ 4194 ନୂଆ ସଂକ୍ରମିତ, ବଢିଲା ମୃତ୍ୟୁ

author img

By

Published : Mar 11, 2022, 9:36 AM IST

India Corona: ଦିନକରେ 4194 ନୂଆ ସଂକ୍ରମିତ, ବଢିଲା ମୃତ୍ୟୁ
India Corona: ଦିନକରେ 4194 ନୂଆ ସଂକ୍ରମିତ, ବଢିଲା ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 4,194 ନୂଆ ସଂକ୍ରମିତ ଚିହ୍ନଟ । ମୃତ୍ୟୁସଂଖ୍ୟା ଚିନ୍ତାଜନକ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତିରେ ସୁଧାର ଆସିଛି । ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ଦୈନିକ ପଜିଟିଭ ମାମଲା ୫ ହଜାର ତଳକୁ ଖସିବା ସହ ଜନଜୀବନ ମଧ୍ୟ ସ୍ବାଭାବିକ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 4,194 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 4,194 fresh covid cases) । ମାତ୍ର ଆଜି ମୃତ୍ୟୁସଂଖ୍ୟା ପୁଣି ବୃଦ୍ଧି ପାଇଛି । ଦିନକରେ ଦେଶରେ 255 କୋରୋନା ସଂକ୍ରମିତ ଆଖି ବୁଜିଥିବା ବେଳେ 6,208 ଆକ୍ରନ୍ତ ସୁସ୍ଥ ହୋଇଛନ୍ତି ।

ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ 42,219ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଦେଶରେ ମୋଟ 4,24,26,328 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ 5,15,741 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ରହିଛି । ଦେଶବ୍ୟାପୀ ଏଯାବତ୍ 1,79,72,00,515 କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ 16,73,515 କୋଟି ଡୋଜ୍ ନେଇଛନ୍ତି ଲୋକେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.