ETV Bharat / bharat

INDIA CORONA: 24 ଘଣ୍ଟାରେ 90,928 ଚିହ୍ନଟ, ଓମିକ୍ରନ ସଂଖ୍ୟା 2630କୁ ବୃଦ୍ଧି

author img

By

Published : Jan 6, 2022, 10:09 AM IST

INDIA CORONA: 24 ଘଣ୍ଟାରେ 90,928 ଚିହ୍ନଟ, ଓମିକ୍ରନ ସଂଖ୍ୟା 2630କୁ ବୃଦ୍ଧି
INDIA CORONA: 24 ଘଣ୍ଟାରେ 90,928 ଚିହ୍ନଟ, ଓମିକ୍ରନ ସଂଖ୍ୟା 2630କୁ ବୃଦ୍ଧି

ଦେଶରେ ପୁଣି ଆତଙ୍କ ମଚାଇଲା ମହାମାରୀ । ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ(Daily covid infection) । ଗତ 24 ଘଣ୍ଟା ଭିତରେ ଦେଶରୁ 90 ହଜାର 928 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 90,928 new cases) । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ପୁଣି ଆତଙ୍କ ମଚାଇଲା ମହାମାରୀ । ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ(Daily covid infection) । ଗତ 24 ଘଣ୍ଟା ଭିତରେ ଦେଶରୁ 90 ହଜାର 928 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 90,928 new cases) । ଯାହା ଗତକାଲିର ସଂକ୍ରମଣ ତୁଳନାରେ 55% ବୃଦ୍ଧି ପାଇଥିବାବେଳେ ଦୈନିକ ସଂକ୍ରମଣରେ 6.43% ବୃଦ୍ଧି ପାଇଛି । ସେହିପରି 19 ହଜାର 206 ଜଣ ଆକ୍ରାନ୍ତ ସୁସ୍ଥ(recovery) ହୋଇଥିବାବେଳେ ଦିନକରେ 325ଟି ମୁଣ୍ଡ ନେଇଛି କିଲର ଭାଇରସ ।

ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ 2 ଲକ୍ଷ 85 ହଜାର 401ଟି ସକ୍ରିୟ ମାମଲା(active cases) ରହିଛି । ଏହି କ୍ରମରେ ମୃତ୍ୟୁସଂଖ୍ୟା 4 ଲକ୍ଷ 82 ହଜାର 876କୁ ବୃଦ୍ଧି ପାଇଥିବାବେଳେ ମୋଟ ସୁସ୍ଥସଂଖ୍ୟା 3 କୋଟି 43 ଲକ୍ଷ 41 ହଜାର 9ରେ ପହଞ୍ଚିଛି । ଏହାସହ ଓମିକ୍ରନ ଭୟାବହତା ଏବଂ ତୃତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତରେ ଟୀକାକରଣ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି । ଏବେ ସୁଦ୍ଧା ମୋଟ 148.67 କୋଟିରୁ ଅଧିକ ଡୋଜ ଟିକା ଦିଆସରିଛି ।

ଅନ୍ୟପକ୍ଷରେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ(omicron case) ସଂଖ୍ୟା 2630ରେ ପହଞ୍ଚିଲା । 24ଘଣ୍ଟାରେ 495 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଓମିକ୍ରନରୁ ସୁସ୍ଥ ହେଲେଣି 995 ଜଣ । ଏହାରି ମଧ୍ୟରେ ଗତ ଜାନୁଆରୀ 3 ତାରିଖରୁ 15 ରୁ 18 ବର୍ଷ ବୟସର କିଶୋର ଓ କିଶୋରୀମାନଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, ଭରତ ବାୟୋଟେକର କୋଭାକ୍ସିନ ହିଁ ଯୋଗ୍ୟ ପିଲାମାନଙ୍କୁ ଦିଆଯିବ ଏବଂ ପ୍ରଥମ ଡୋଜର 28 ଦିନ ପରେ ଦ୍ବିତୀୟ ଡୋଜ ଦିଆଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.