ETV Bharat / bharat

ଆତଙ୍କବାଦୀ ପନ୍ନୁ ହତ୍ୟା ଷଡଯନ୍ତ୍ର ବିବାଦ: ଆମେରିକା ଅଭିଯୋଗକୁ ଭାରତ ନୀତିର ବିରୋଧ କହିଲା ବିଦେଶ ମନ୍ତ୍ରଣାଳୟ

author img

By ETV Bharat Odisha Team

Published : Nov 30, 2023, 4:22 PM IST

Updated : Nov 30, 2023, 4:27 PM IST

ଆମେରିକାରେ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତଓ୍ବନ୍ତ ପନ୍ନୁକୁ ହତ୍ୟା ପାଇଁ ଭାରତର କରୁଛି ଷଡଯନ୍ତ୍ର । ଆମେରିକାର ଏପରି ଅଭିଯୋଗକୁ ଚିନ୍ତାର ବିଷୟ କହିଲା ଭାରତ । ଅଧିକ ପଢନ୍ତୁ

ଆତଙ୍କୀ ହତ୍ୟା ଯୋଜନା: ଆମେରିକାର ଅଭିଯୋଗକୁ ଚିନ୍ତାର ବିଷୟ କହିଲା ଭାରତ

ନୂଆଦିଲ୍ଲୀ: କାନାଡା ପରେ ଖଲିସ୍ତାନୀ ଆତଙ୍କବାଦୀ ପ୍ରସଙ୍ଗରେ ତିକ୍ତ ହେଲା ଭାରତ-ଆମେରିକା ସମ୍ପର୍କ । ଆମେରିକାରେ ମୋଷ୍ଟ ଓ୍ବାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପନ୍ତଓ୍ବନ୍ତ ପନ୍ନୁକୁ ହତ୍ୟା କରିବା ନେଇ ଭାରତ ଷଡଯନ୍ତ୍ର କରୁଥିବା ସମ୍ପର୍କରେ ଆମେରିକାର ଅଭିଯୋଗକୁ ଭାରତ ଖଣ୍ଡନ କରିଛି । ଏହା ଅତି ଚିନ୍ତାର ବିଷୟ ଓ ଏପରି ଅଭିଯୋଗ ଭାରତ ନୀତିର ବିରୋଧୀ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରନ୍ଦିମ ବାଗଚି କହିଛନ୍ତି, ଆମେରିକାରେ କୌଣସି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ସେଠାରେ ଅବସ୍ଥାପିତ ଜଣେ ଭାରତୀୟ ଅଧିକାରୀଙ୍କ ସହ ଯୋଡାଯାଉଛି ।

ଆଜି ସାପ୍ତାହିକ ପ୍ରେସମିଟକୁ ସମ୍ବୋଧିତ କରି ବାଗଚି କହିଛନ୍ତି, ‘‘ଅନ୍ତର୍ଜାତୀୟ ସ୍ତରରେ ସଂଗଠିତ ଅପରାଧ, ସ୍ମଗ୍ଲିଂ ଓ ମାରଣାସ୍ତ୍ର ଯୋଗାଣ ଆଦି ପ୍ରସଙ୍ଗ ତଦନ୍ତକାରୀ ସଂସ୍ଥା ପାଇଁ ଏକ ଗମ୍ଭୀର ବିଷୟ । ଏବେ ଭାରତ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିସାରିଛି । ଏହି କମିଟି ଅନୁସାରେ ଆମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ । ଆମେରିକା-ଭାରତ ସୁରକ୍ଷା ସହଯୋଗ ସମ୍ମିଳନୀରେ ଆମେରିକା କିଛି ସୁରକ୍ଷା ସମ୍ପର୍କିତ ତଥ୍ୟ ଭାରତକୁ ପ୍ରଦାନ କରିଥିଲା । ଏହାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇଛି । ସୁରକ୍ଷାର ସମସ୍ତ ଦିଗକୁ ତଦନ୍ତ ପରିସରକୁ ଆଣିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି । ଏହି କମିଟିର ପରାମର୍ଶ ଆଧାରରେ ଆଗାମୀ ପଦକ୍ଷେପ ଜାରି ରହିବ । ଏହା ଏକ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ହୋଇଥିବା କାରଣରୁ ଏହା ଉପରେ ଅଧିକ କିଛି ସୂଚନା ପ୍ରଦାନ କରିବା ଉଚିତ ନୁହେଁ ।’’ ସେହିପରି କାନାଡାର ଅଭିଯୋଗ ପ୍ରସଙ୍ଗରେ ବାଗଚି କହିଥିଲେ, କାନାଡା ନିୟମିତ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ପୃଷ୍ଠପୋଷକତା କରୁଛି । ମିଥ୍ୟା ଅଭିଯୋଗ କରିଆସୁଛି ।

ଏହା ମଧ୍ୟ ପଢନ୍ତୁ :- ଆମେରିକାର ସାଂଘାତିକ ଅଭିଯୋଗ; ଖଲିସ୍ତାନୀ ଆତଙ୍କୀ ପନ୍ନୁକୁ ହତ୍ୟା ଷଡଯନ୍ତ୍ର କରୁଛି ଭାରତ

ଗତ ସପ୍ତାହରେ ଆମେରିକାର ଏକ ଗଣମାଧ୍ୟମରେ ଭାରତରେ ଆତଙ୍କବାଦୀ ଘୋଷିତ ପନ୍ନନୁକୁ ଭାରତ ହତ୍ୟା କରିବା ନେଇ ଷଡଯନ୍ତ୍ର କରିଥିବା ନେଇ ଖବର ପ୍ରସାରିତ ହୋଇଥିଲା । ନିଖିଲ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଭାରତୀୟ ଏଜେନ୍ସି ପନ୍ନୁକୁ ହତ୍ୟା କରିବା ପାଇଁ ଯୋଜନାରେ ଥିଲା । ଭାରତର ଏହି ଯୋଜନାକୁ ଆମେରିକା ପଣ୍ଡ କରିବା ସହ ପନ୍ନୁନର ଜୀବନ ବଞ୍ଚାଇ ଦେଇଥିଲା । ଏପରି ପ୍ରୟାସ ପାଇଁ ଓ୍ବାଶିଂଟନ ନୂଆଦିଲ୍ଲୀକୁ ଚେତାବନୀ ମଧ୍ୟ ଦେଇଥିବା ଏହି ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା । ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ଭାରତ ଆଜି ଏକ କମିଟି ମଧ୍ୟ ଗଠନ କରିଛି ।

ଆମେରିକାରେ ରହୁଥିବା ଖଲିସ୍ତାନୀ ଉଗ୍ରବାଦୀ ସଂଗଠନ ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରପନ୍ତଓ୍ବନ୍ତ ପନ୍ନୁ ଭାରତରେ ଆକ୍ରମଣ କରିବା ପାଇଁ ବାରମ୍ବାର ଭିଡିଓ ଜାରି କରି ଚେତାବନୀ ଦେଉଛି । ନିକଟରେ ସେ ଭାରତରେ ଇସ୍ରାଏଲ ଉପରେ ହମାସ କରି ପରି ଆକ୍ରମଣ ଧମକ ଦେଇଥିଲା । ଚଳିତ 19 ତାରିଖରେ ଏୟାର ଇଣ୍ଡିଆ ବିମାନରେ ବିସ୍ଫୋରଣ ଧମକ ଦେବା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ତା’ ବିରୋଧରେ ମାମଲା ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 30, 2023, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.