ETV Bharat / bharat

Farooq Abdullah: ଦେଶକୁ ଜଣେ ସାହାସୀ ପ୍ରଧାନମନ୍ତ୍ରୀ ଦରକାର

author img

By

Published : Dec 14, 2021, 12:22 PM IST

Updated : Dec 14, 2021, 1:14 PM IST

ଦେଶକୁ ଜଣେ ସାହାସୀ ପ୍ରଧାନମନ୍ତ୍ରୀ ଆବଶ୍ୟକ । ଯିଏକି ଦେଶବାସୀଙ୍କୁ ଏକାଠି ବାନ୍ଧିପାରିବ ନା କି ଧର୍ମ ଆଧାରରେ ରାଜନୀତି ପାଇଁ ଦେଶକୁ ବିଭାଜିତ କରିବ । ଏପରି କିଛି କହିଛନ୍ତି ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (National Conference) ସଭାପତି ଫାରୁକ ଅବଦୁଲ୍ଲା (Farooq Abdullah) । ଅଧିକ ପଢନ୍ତୁ

ଦେଶକୁ ଜଣେ ସାହାସୀ ପ୍ରଧାନମନ୍ତ୍ରୀ ଦରକାର
ଦେଶକୁ ଜଣେ ସାହାସୀ ପ୍ରଧାନମନ୍ତ୍ରୀ ଦରକାର

ନୂଆଦିଲ୍ଲୀ: ପ୍ରତି ନିର୍ବାଚନ ଦେଶକୁ ଭାଗ ଭାଗ କରିଛି । ଦେଶକୁ ଜଣେ ସାହାସୀ ପ୍ରଧାନମନ୍ତ୍ରୀ ଆବଶ୍ୟକ । ଯିଏକି ଦେଶବାସୀଙ୍କୁ ଏକାଠି ବାନ୍ଧିପାରିବ ନା କି ଧର୍ମ ଆଧାରରେ ରାଜନୀତି ପାଇଁ ଦେଶକୁ ବିଭାଜିତ କରିବ । ଏପରି କିଛି କହିଛନ୍ତି ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (National Conference) ସଭାପତି ଫାରୁକ ଅବଦୁଲ୍ଲା (Farooq Abdullah) । ଦିଲ୍ଲୀରେ ଫରୋସ୍ ଇନ୍ ଫିଲ୍ଡ ନାମକ ପୁସ୍ତକ ଉନ୍ମୋଚନ ସମୟରେ ଏହି କଥା କହିଛନ୍ତି ଫାରୁକ ଅବଦୁଲ୍ଲା ।

ସେ ଆହୁରି କହିଛନ୍ତି ମୁଁ ସେ ଦିନକୁ ଅପେକ୍ଷା କରିଛି ଯେବେ ଭାରତକୁ ଏମିତି ଜଣେ ପ୍ରଧାନମନ୍ତ୍ରୀ ମିଳିବେ ଯିଏକି ଧର୍ମ ଆଧାରରେ ଲୋକଙ୍କ ଅଲଗା କରିବେ ନାହିଁ । ଯେ ପର୍ଯ୍ୟନ୍ତ ଭାରତର ଲୋକ ଦୃଢ ହୋଇ ନାହାନ୍ତି ଦେଶେ କେବେ ବି ଶକ୍ତିଶାଳୀ ହୋଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ଭାବେ ଏଚ.ଡି ଦେବ ଗୌଡା କାଶ୍ମୀରକୁ ଭାରତ ସହିତ ଯୋଡି ରଖିବାକୁ ଅନେକ କିଛି କରିଛନ୍ତି । ମୁଁ ନିର୍ବାଚହରେ ଅଶଂଗ୍ରହଣ କରିବାକୁ ଦେବ ଗୌଡାଙ୍କ ଦ୍ବାରା ପ୍ରେରିତ ହୋଇଥିଲି । ସଂଖ୍ୟାଗରିଷ୍ଠତା ମଧ୍ୟ ପାଇଥିଲି । ସେହି ସମୟରେ ମୋ ଆଖିରେ ଲୁହ ଆସିଯିବା କହିଛନ୍ତି ନ୍ୟାସନାଲ କନଫରେନ୍ସ (National Conference) ସଭାପତି ଫାରୁକ ଅବଦୁଲ୍ଲା ।

ଏହାବାଦ୍ ଶ୍ରୀନଗର ଉପକଣ୍ଠରେ ଦୁଇ ଜଣ ଯବାନଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟାରେ ଫାରୁକ୍ ଅବଦୁଲ୍ଲା କହିଛନ୍ତି ସରକାର କାହିଁକି ପାକିସ୍ତାନ ସହିତ ଆଲୋଚନା କରୁନାହାନ୍ତି ଯେମିତି ଚୀନ୍ ସହ ଆଲୋଚନା କରୁଛନ୍ତି । ଗଣମାଧ୍ୟମକୁ ସୂଚନା ନେଇ ଫାରୁକ ଅବଦୁଲ୍ଲା କହିଛନ୍ତି ଏହା ଦୁର୍ଭାଗ୍ୟଜନକ । ଆତଙ୍କୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯଦି ଏ ସବୁକୁ ଶେଷ କରିବାକୁ ଚାହୁଁଛନ୍ତି ତେବେ ହୃଦୟ ଜିତିବା ଭଳି କାର୍ଯ୍ୟ କରନ୍ତୁ । ଦିଲ୍ଲୀ ଏବଂ କାଶ୍ମୀର ମଧ୍ୟରେ ଦୂରତା ହ୍ରାସ କରିବାକୁ ପଡିବ। ଏହିପରି ଘଟଣାକୁ ରୋକିବା ପାଇଁ ଲୋକଙ୍କ ସହ କଥାବାର୍ତ୍ତା ହେବା ଉଚିତ ବୋଲି କହିଛନ୍ତି ଫାରୁକ ।

ପାକିସ୍ତାନ ସହ ଆଲୋଚନାକୁ ମୁଁ ସମର୍ଥନ କରୁଛି। ଭାରତ ସରକାର ପାକିସ୍ତାନ ସହ କଥା ହେବା ଉଚିତ। ଯଦି ଭାରତ ସରକାର ଚୀନ୍ ସହ କଥା ହୋଇପାରିବେ, ତେବେ ପାକିସ୍ତାନ ସହ କାହିଁକି କଥା ହୋଇପାରିବ ନାହିଁ। ଚୀନ୍ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଛି। ଚୀନ ଦ୍ବାରା ଭାରତୀୟ ସେନା ନିହତ ହୋଇଛନ୍ତି । ଯଦି ଭାରତ ସରକାର ଚୀନ୍ ସହ କଥା ହୋଇପାରୁଛନ୍ତି ତେବେ ପାକିସ୍ତାନ ସହ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଫାରୁକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 14, 2021, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.