ETV Bharat / bharat

Israel-Hamas War: ଇସ୍ରାଏଲରେ ଫସିଛନ୍ତି ୨୦ ହଜାର ଭାରତୀୟ, ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ ଅଜୟ

author img

By ETV Bharat Odisha Team

Published : Oct 12, 2023, 8:27 AM IST

ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫସିଛନ୍ତି ହଜାର ହଜାର ଭାରତୀୟ । ସେମାନଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବା ପାଇଁ ଅପରେସନ ଅଜୟ ଆରମ୍ଭ କଲେ ଭାରତ ସରକାର । ଅଧିକ ପଢନ୍ତୁ

ଅପରେସନ ଅଜୟ ଆରମ୍ଭ
ଅପରେସନ ଅଜୟ ଆରମ୍ଭ

ତେଲ୍ ଅଭିଭ୍: ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ୨୦ ହଜାରରୁ ଅଧିକ ଭାରତୀୟ ଫସି ରହିଛନ୍ତି । ଆଜକୁ ୬ ଦିନ ହେଲାଣି ଇସ୍ରାଏଲ ଓ ହମାସ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଥିବା ବେଳେ ଭାରତୀୟ ନାଗରିକମାନେ ସେଠାରେ ଭୟ ଓ ଆତଙ୍କରେ ଜୀବନ କାଟୁଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବାକୁ 'ଅପରେସନ ଅଜୟ' ଆରମ୍ଭ କରିଛନ୍ତି ଭାରତ ସରକାର । ଏନେଇ ବୁଧବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଘୋଷଣା କରିଛନ୍ତି ।

ବୈଦେଶିକ ମନ୍ତ୍ରୀ ଅପରେସନ ସମ୍ପର୍କରେ କହିଛନ୍ତି ଯେ, ଯୁଦ୍ଧଗସ୍ତ ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ଚାର୍ଟର ବିମାନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ । ବିଦେଶରୁ ଆମ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଅପେରସନ ବିଜୟ ଲଞ୍ଚ ହୋଇଛି । ଯେଉଁମାନେ ଭାରତ ଫେରିବା ପାଇଁ ପ୍ରଥମେ ପଞ୍ଜିକରଣ କରିଥିଲେ, ସେମାନଙ୍କୁ ଆଜି ସ୍ବତନ୍ତ୍ର ବିମାନ ଯୋଗେ ସ୍ବଦେଶକୁ ଫେରାଇ ଅଣାଯିବ ।

ଏହାମଧ୍ୟ ପଢନ୍ତୁ: Israel-Hamas War: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ; ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ପଠାଇଲା ଆମେରିକା

ସେପଟେ ମୁମ୍ବାଇରେ ଥିବା ଇସ୍ରାଏଲର କନସୁଲ ଜେନେରାଲ କୋବ୍ବି ଶୋସାନି ନ୍ୟୁଜ୍‌ ଏଜେନ୍ସି PTIକୁ କହିଛନ୍ତି ଯେ, ଇସ୍ରାଏଲରେ ୨୦ ହଜାରରୁ ଅଧିକ ଭାରତୀୟ ବସବାସ କରୁଛନ୍ତି, ଯାହାକି ଏବେ ପାଲେଷ୍ଟାଇନର ଆତଙ୍କୀ ଗୋଷ୍ଠୀ ହମାସ୍ ସହ ଯୁଦ୍ଧ କରୁଛି । ତେବେ ବାସ୍ତବରେ କେତେ ସଂଖ୍ୟକ ଭାରତୀୟ ଇସ୍ରାଏଲରେ ଫସି ରହିଛନ୍ତି ସେନେଇ ସେ ସ୍ପଷ୍ଟ କରିପାରି ନାହାନ୍ତି । ଇସ୍ରାଏଲ ଓ ହମାସ୍ ମଧ୍ୟରେ ଲଢେଇ ପରେ ମଙ୍ଗଳବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଏକ ଚିଠି ଲେଖି ଯୁଦ୍ଧଗ୍ରସ୍ତ ଦେଶରେ ଫସିଥିବା କେରଳର ୭ ହଜାର ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିବେଦନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Israel-Gaza war: ଇସ୍ରାଏଲରେ 24 ଘଣ୍ଟିଆ ହେଲ୍ପଡେସ୍କ ଖୋଲିଲା ଭାରତୀୟ ଦୂତାବାସ

ତେବେ ଇସ୍ରାଏଲରେ ଫସିଥିବା ଭାରତୀୟଙ୍କ ମଧ୍ୟରେ ଅନେକ ଛାତ୍ର ଅଛନ୍ତି । ସେହିପରି ଆଉ ବ୍ୟବସାୟ ଏବଂ ବୁଲିବା ପାଇଁ ଯାଇଥିବା ଅଧିକାରୀ ଜଣାଇଛନ୍ତି । ବଲିଉଡ ଅଭିନେତ୍ରୀ ନୁସରତ୍ ଭରୁଚା ମଧ୍ୟ ହାଫିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେବା ପାଇଁ ଇସ୍ରାଏଲ ଯାଇଥିବା ବେଳେ ସେଠାରେ ଫସି ଯାଇଥିଲେ । ତାଙ୍କୁ ଫେରାଇ ଆଣିବାକୁ ଇସ୍ରାଏଲରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ସମ୍ପର୍କ କରାଯାଇଥିଲା । ଏହାପରେ ସ୍ବତନ୍ତ୍ର ବିମାନ ଯୋଗେ ସେ ଭାରତ ଫେରି ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.